ବରିଷ୍ଠ ନାଗରିକଙ୍କ ପାଇଁ ମୋଦୀ ସରକାର ନେବେ ବଡ଼ ନିଷ୍ପତ୍ତି, ଜାପାନରେ ବି ଲାଗୁ ଅଛି ଏହି ନିୟମ
ନୂଆଦିଲ୍ଲୀ: ୨୦୩୦ ମସିହା ସୁଦ୍ଧା ଦେଶର ୧୨ ପ୍ରତିଶତ ଜନସଂଖ୍ୟାର ବୟସ ୬୦ ବର୍ଷରୁ ଅଧିକ ହେବ ଏବଂ ଏହି ୧୫ କୋଟି ଲୋକଙ୍କ ସୁରକ୍ଷା ସୁନିଶ୍ଚିତ ପାଇଁ ସରକାର ନୀତି ଆଣିପାରନ୍ତି । ନୀତି ଆୟୋଗ ଏସମ୍ପର୍କରେ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ପୂରା ଡ୍ରାଫ୍ଟ ପ୍ରସ୍ତୁତ କରିଛି । ଏହି ଡ୍ରାଫ୍ଟରେ ବରିଷ୍ଠ ନାଗରିକଙ୍କୁ ମୁଖ୍ୟ ରୂପେ ଚାରି ବର୍ଗ ସ୍ୱାସ୍ଥ୍ୟ, ସାମାଜିକ, ଆର୍ଥିକ ଏବଂ ଡିଜିଟାଲ ରୂପେ ସୁରକ୍ଷିତ କରିବାକୁ ସୁପାରିଶ କରାଯାଇଛି । ନୀତି ଆୟୋଗର କହିବା ଅନୁସାରେ ଏହି ଚାରି ସେକ୍ଟରରେ ବରିଷ୍ଠ ନାଗରିକଙ୍କୁ ମିଳୁଥିବା ସୁବିଧାରେ ଯାହା କମ ଅଛି ତାକୁ ପୂରଣ କରି ବରିଷ୍ଠ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଇ ପାରିବ । ଉଦାହରଣ ରୂପେ ଆୟୋଗ କହିଛି ଯେ ଦେଶରେ ୭୮ ପ୍ରତିଶତ ବରିଷ୍ଠ ନାଗରିକଙ୍କ ନିକଟରେ ପେସନର କୌଣସି ସୁବିଧା ନାହିଁ । କେବଳ ୧୮ ପ୍ରତିଶତ ବୟସ୍କଙ୍କ ନିକଟରେ ସ୍ୱାସ୍ଥ୍ୟ ବୀମା ରହିଛି । ଡିମେନସିୟା ପରି ମାନସିକ ରୋଗରେ ପୀଡ଼ିତଙ୍କ ସଂଖ୍ୟା ମଧ୍ୟ ଲଗାତାର ବଢିବାରେ ଲାଗିଛି । ୨୦ ପ୍ରତିଶତ ବୟସ୍କ କୌଣସି ନାଁ କୌଣସି ମାନସିକ ରୂପେ ପୀଡିତ ହେଉଛନ୍ତି । ପରିବାର ଲୋକଙ୍କ ସଂଖ୍ୟା କମ ହେବା କାରଣରୁ ବରିଷ୍ଠ ନାଗରିକ ଦେଖାଶୁଣା କରୁଥିବା ଲୋକଙ୍କ ସଂଖ୍ୟା କମୁଛି । ପଢନ୍ତୁ: ‘ଦୁନିଆ ଆଶ୍ଵସ୍ତ ପୁଣି ମୋଦୀ ହିଁ ଆସୁଛନ୍ତି’, ପ୍ରଧାନମନ୍ତ୍ରୀଙ୍କୁ ଜୁଲାଇ-ଅଗଷ୍ଟ ପାଇଁ ଏବେଠୁ ବିଦେଶରୁ ମିଳୁଛି
ନୂଆଦିଲ୍ଲୀ: ୨୦୩୦ ମସିହା ସୁଦ୍ଧା ଦେଶର ୧୨ ପ୍ରତିଶତ ଜନସଂଖ୍ୟାର ବୟସ ୬୦ ବର୍ଷରୁ ଅଧିକ ହେବ ଏବଂ ଏହି ୧୫ କୋଟି ଲୋକଙ୍କ ସୁରକ୍ଷା ସୁନିଶ୍ଚିତ ପାଇଁ ସରକାର ନୀତି ଆଣିପାରନ୍ତି । ନୀତି ଆୟୋଗ ଏସମ୍ପର୍କରେ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ପୂରା ଡ୍ରାଫ୍ଟ ପ୍ରସ୍ତୁତ କରିଛି । ଏହି ଡ୍ରାଫ୍ଟରେ ବରିଷ୍ଠ ନାଗରିକଙ୍କୁ ମୁଖ୍ୟ ରୂପେ ଚାରି ବର୍ଗ ସ୍ୱାସ୍ଥ୍ୟ, ସାମାଜିକ, ଆର୍ଥିକ ଏବଂ ଡିଜିଟାଲ ରୂପେ ସୁରକ୍ଷିତ କରିବାକୁ ସୁପାରିଶ କରାଯାଇଛି ।
ନୀତି ଆୟୋଗର କହିବା ଅନୁସାରେ ଏହି ଚାରି ସେକ୍ଟରରେ ବରିଷ୍ଠ ନାଗରିକଙ୍କୁ ମିଳୁଥିବା ସୁବିଧାରେ ଯାହା କମ ଅଛି ତାକୁ ପୂରଣ କରି ବରିଷ୍ଠ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଇ ପାରିବ । ଉଦାହରଣ ରୂପେ ଆୟୋଗ କହିଛି ଯେ ଦେଶରେ ୭୮ ପ୍ରତିଶତ ବରିଷ୍ଠ ନାଗରିକଙ୍କ ନିକଟରେ ପେସନର କୌଣସି ସୁବିଧା ନାହିଁ । କେବଳ ୧୮ ପ୍ରତିଶତ ବୟସ୍କଙ୍କ ନିକଟରେ ସ୍ୱାସ୍ଥ୍ୟ ବୀମା ରହିଛି । ଡିମେନସିୟା ପରି ମାନସିକ ରୋଗରେ ପୀଡ଼ିତଙ୍କ ସଂଖ୍ୟା ମଧ୍ୟ ଲଗାତାର ବଢିବାରେ ଲାଗିଛି । ୨୦ ପ୍ରତିଶତ ବୟସ୍କ କୌଣସି ନାଁ କୌଣସି ମାନସିକ ରୂପେ ପୀଡିତ ହେଉଛନ୍ତି । ପରିବାର ଲୋକଙ୍କ ସଂଖ୍ୟା କମ ହେବା କାରଣରୁ ବରିଷ୍ଠ ନାଗରିକ ଦେଖାଶୁଣା କରୁଥିବା ଲୋକଙ୍କ ସଂଖ୍ୟା କମୁଛି ।
ପଢନ୍ତୁ: ‘ଦୁନିଆ ଆଶ୍ଵସ୍ତ ପୁଣି ମୋଦୀ ହିଁ ଆସୁଛନ୍ତି’, ପ୍ରଧାନମନ୍ତ୍ରୀଙ୍କୁ ଜୁଲାଇ-ଅଗଷ୍ଟ ପାଇଁ ଏବେଠୁ ବିଦେଶରୁ ମିଳୁଛି ନିମନ୍ତ୍ରଣ
୬୦ ବର୍ଷ ପରେ ଅର୍ଥ ଉପାର୍ଜନର ସୁଯୋଗ ନମିଳିବା କାରଣରୁ ବରିଷ୍ଠଙ୍କ ଆର୍ଥିକ ନିର୍ଭରତା ପ୍ରଭାବିତ ହୋଇଥାଏ । ଧୀରେ ଧୀରେ ସବୁ ସେକ୍ଟର ଡିଜିଟାଲ ହେବାରେ ଲାଗିଛି ଏଥିପାଇଁ ଆର୍ଥିକ ସୁରକ୍ଷାକୁ ନେଇ ଅନ୍ୟ ସୁବିଧାକୁ ହାସଲ କରିବା ପାଇଁ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ୍ ରୂପେ ସଚେତନ କରାଇବାକୁ ହେବ । ନୀତି ଆୟୋଗର ଡ୍ରାଫ୍ଟରେ ଜାପାନ, ସ୍ୱୀଡେନ, ଦକ୍ଷିଣ କୋରିଆ, ଜର୍ମାନୀ, ସିଙ୍ଗାପୁର, ବ୍ରିଟେନ ପରି ଅନେକ ଦେଶରେ ବରିଷ୍ଠଙ୍କୁ ଦିଆଯାଉଥିବା ଆର୍ଥିକ ଏବଂ ସ୍ୱାସ୍ଥ୍ୟ ସୁରକ୍ଷାର ମଡେଲ ମଧ୍ୟ ଦିଆଯାଇଛି ।
ଜାପାନରେ ୬୫ ବର୍ଷ ବୟସ ଯାଏ ରୋଜଗାରର ଆଇନ ରହିଛି, ଫଳରେ ଦେଶର ଉତ୍ପାଦକତାରେ ବରିଷ୍ଠ ମଧ୍ୟ ନିଜ ଯୋଗଦାନ ଦେଇପାରିବେ ଏବଂ ଆର୍ଥିକ ରୂପେ ସ୍ୱତନ୍ତ୍ର ରହିପାରିବେ । ସେହିପରି ଜର୍ମାନୀରେ ୮୫ ପ୍ରତିଶତ ଜନସଂଖ୍ୟା ସରକାରୀ ସ୍ୱାସ୍ଥ୍ୟ ଯୋଜନାରେ ଅଧିନରେ ଆସୁଛନ୍ତି ଏବଂ ଅନ୍ୟ ୧୫ ପ୍ରତିଶତଙ୍କ ନିକଟରେ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ବୀମା ରହିଛି ।
The post ବରିଷ୍ଠ ନାଗରିକଙ୍କ ପାଇଁ ମୋଦୀ ସରକାର ନେବେ ବଡ଼ ନିଷ୍ପତ୍ତି, ଜାପାନରେ ବି ଲାଗୁ ଅଛି ଏହି ନିୟମ appeared first on Prameya News7.