ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡାଙ୍କ ପରଲୋକ
କଟକ,୨୨ା୧(କାର୍ତ୍ତିକ ସାହୁ): ବରିଷ୍ଠ ସାମ୍ବାଦିକ, ସାହିତି୍ୟକ ତଥା ସ୍ତମ୍ଭକାର ଅରୁଣ କୁମାର ପଣ୍ଡାଙ୍କର ୭୬ବର୍ଷ ବୟସରେ କଟକ ସିଡିଏ ସେକ୍ଟର-୬ସ୍ଥିତ ବାସଭବନରେ ସୋମବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ସେ କିଛିଦିନ ହେବ କର୍କଟ ରୋଗରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଥିଲେ। ଏଥିସହ ୬ମାସ ତଳେ ତାଙ୍କର ଓପନ ହାର୍ଟ ସର୍ଜରି କରାଯାଇଥିଲା। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ୩ ଇଞ୍ଜିନିୟର ପୁଅ, ବୋହୂ ଓ ସ୍ତ୍ରୀ ଜୟନ୍ତୀ ଦାଶ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବର ପାଇ ବହୁ […] The post ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡାଙ୍କ ପରଲୋକ appeared first on Dharitri Odia News.
କଟକ,୨୨ା୧(କାର୍ତ୍ତିକ ସାହୁ): ବରିଷ୍ଠ ସାମ୍ବାଦିକ, ସାହିତି୍ୟକ ତଥା ସ୍ତମ୍ଭକାର ଅରୁଣ କୁମାର ପଣ୍ଡାଙ୍କର ୭୬ବର୍ଷ ବୟସରେ କଟକ ସିଡିଏ ସେକ୍ଟର-୬ସ୍ଥିତ ବାସଭବନରେ ସୋମବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ସେ କିଛିଦିନ ହେବ କର୍କଟ ରୋଗରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଥିଲେ। ଏଥିସହ ୬ମାସ ତଳେ ତାଙ୍କର ଓପନ ହାର୍ଟ ସର୍ଜରି କରାଯାଇଥିଲା। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ୩ ଇଞ୍ଜିନିୟର ପୁଅ, ବୋହୂ ଓ ସ୍ତ୍ରୀ ଜୟନ୍ତୀ ଦାଶ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚତ୍ ଶେଷଦର୍ଶନ କରିଛନ୍ତି।
ସ୍ବର୍ଗତ ପଣ୍ଡା ୧୯୪୮ ମସିହା ଅକ୍ଟୋବର ୫ରେ କେନ୍ଦୁଝରରେ ଜନ୍ମଲାଭ କରିଥିଲେ। ତାଙ୍କ ବାପା ଭିକାରି ଚରଣ ପଣ୍ଡା ଜଣେ ସ୍ବାଧୀନତା ସଂଗ୍ରାମୀ ଓ ସାମ୍ବାଦିକ ଥିଲେ। କଲେଜ ଶିକ୍ଷା ଶେଷ ପରେ ସେ ସାମାଜିକ କାର୍ଯ୍ୟରେ ମନୋନିବେଶ କରିଥିଲେ। ବିଶେଷକରି ଆଦିବାସୀଙ୍କ ସମସ୍ୟା ସମାଧାନ ଦିଗରେ ସେ ବେଶ୍ ଚେଷ୍ଟିତ ଥିଲେ। ଭାରତୀୟ ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ନେଇ ସେ ବହୁ କାର୍ଯ୍ୟ କରିଛନ୍ତି। ବଣ୍ଡା, ଜୁଆଙ୍ଗ, ଲୋଧା, ଭୂୟଁା, ସଉରା, ସାନ୍ତାଳ, କୋୟା ଆଦି ଜନଜାତିଙ୍କୁ ଜାତୀୟ ସ୍ତରରେ ପହଞ୍ଚାଇବାରେ ତାଙ୍କର ଅନେକ ଭୂମିକା ରହିଛି। ଦୈନିକ ଖବରକାଗଜ ‘ସମାଜ’ର ବରିଷ୍ଠ ସାମ୍ବାଦିକ ଭାବେ ସେ କାର୍ଯ୍ୟ କରିଥିଲେ। ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଲେଖନୀ ଚାଳନା କରି ସେ ବହୁ ପୁସ୍ତକ ରଚନା କରିଛନ୍ତି। ତାଙ୍କ ସୃଷ୍ଟିଗୁଡ଼ିକ ମଧ୍ୟରେ କୌଟିଲ୍ୟ ଅର୍ଥଶାସ୍ତ୍ର, ମସି ମନ୍ଥନ, ସତ୍ୟମ୍ ବ୍ରୁୟତ, ଚିନ୍ତା ଚିରନ୍ତନ, ଚିନ୍ତା ଅନୁଚିନ୍ତା, ସକାଳର ସୂର୍ଯ୍ୟାସ୍ତ, ଅରଣ୍ୟର ମଣିଷ ଆଦି ଉଲ୍ଲେଖନୀୟ। ସାହିତ୍ୟ, ସଂସ୍କୃତି, ସମାଜସେବା ଓ ଆଧ୍ୟାତ୍ମିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ଅନୁଷ୍ଠାନ ସହ ସେ ସମ୍ପୃକ୍ତ ଥିଲେ। ତାଙ୍କର ସାରସ୍ବତ ସାଧନା ପାଇଁ ସେ ୨୦୧୩ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ଉତ୍କଳ ସାହିତ୍ୟ ସମାଜ, ଉତ୍କଳ ପାଠକ ସମାଜ ଆଦି ଅନେକ ଅନୁଷ୍ଠାନରୁ ସମ୍ମାନ ଓ ପୁରସ୍କାର ପାଇଛନ୍ତି। ଦେଶର ଜରୁରିକାଳୀନ ପରିସ୍ଥିତି ସମୟରେ ସେ କିଛିଦିନ ଜେଲରେ ବନ୍ଦୀ ଜୀବନ ବିତାଇଥିଲେ। ତାଙ୍କ ବିୟୋଗରେ ବହୁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ସତୀଚଉରା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ପୁଅ ସନ୍ତୃପ୍ତ ପଣ୍ଡା ମୁଖାଗ୍ନି ଦେଇଥିଲେ।
The post ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡାଙ୍କ ପରଲୋକ appeared first on Dharitri Odia News.