ବରୁଣଙ୍କୁ ପ୍ରପୋଜ କରିଥିଲେ ଶ୍ରଦ୍ଧା, ମନା କରିବା ଯୋଗୁ ଖାଇଥିଲେ ମାଡ଼
ମୁମ୍ବାଇ: ବଲିଉଡ ସୁପରଷ୍ଟାର ବରୁଣ ଧାଓ୍ବନଙ୍କୁ ପ୍ରପୋଜ କରିଥଲେ ଅଭିନେତ୍ରୀ ଶ୍ରଦ୍ଧା କପୁର। ହେଲେ ମନା କରିଦେଇଥିଲେ ଅଭିନେତା। ଏହାପରେ ଶ୍ରଦ୍ଧା ନେଇଥିଲେ ପ୍ରତିଶୋଧ। ଜଣେ କି ଦୁଇ ଜଣ ନୁହେଁ, ବରଂ ତିନି ଜଣ ପୁଅଙ୍କୁ ଲଗାଇ ସେ ବରୁଣଙ୍କୁ ମାଡ଼ ଖୁଆଇଥିଲେ। ଏବେ ଏଭଳି କଥାର ଖୁଲାସା କରିଛନ୍ତି ଅଭିନେତା। ‘ବେବି ଜନ୍’କୁ ନେଇ ଚର୍ଚ୍ଚାରେ ଥିବା ବରୁଣ ଏବେ ଫିଲ୍ମ ପ୍ରମୋଶନରେ ବ୍ୟସ୍ତ। କାରଣ କ୍ରିସମାସ୍ ଅବସରରେ ତାଙ୍କ ଫିଲ୍ମ ପରଦାକୁ ଆସିଛି। […] The post ବରୁଣଙ୍କୁ ପ୍ରପୋଜ କରିଥିଲେ ଶ୍ରଦ୍ଧା, ମନା କରିବା ଯୋଗୁ ଖାଇଥିଲେ ମାଡ଼ appeared first on Dharitri Odia News.
ମୁମ୍ବାଇ: ବଲିଉଡ ସୁପରଷ୍ଟାର ବରୁଣ ଧାଓ୍ବନଙ୍କୁ ପ୍ରପୋଜ କରିଥଲେ ଅଭିନେତ୍ରୀ ଶ୍ରଦ୍ଧା କପୁର। ହେଲେ ମନା କରିଦେଇଥିଲେ ଅଭିନେତା। ଏହାପରେ ଶ୍ରଦ୍ଧା ନେଇଥିଲେ ପ୍ରତିଶୋଧ। ଜଣେ କି ଦୁଇ ଜଣ ନୁହେଁ, ବରଂ ତିନି ଜଣ ପୁଅଙ୍କୁ ଲଗାଇ ସେ ବରୁଣଙ୍କୁ ମାଡ଼ ଖୁଆଇଥିଲେ। ଏବେ ଏଭଳି କଥାର ଖୁଲାସା କରିଛନ୍ତି ଅଭିନେତା।
‘ବେବି ଜନ୍’କୁ ନେଇ ଚର୍ଚ୍ଚାରେ ଥିବା ବରୁଣ ଏବେ ଫିଲ୍ମ ପ୍ରମୋଶନରେ ବ୍ୟସ୍ତ। କାରଣ କ୍ରିସମାସ୍ ଅବସରରେ ତାଙ୍କ ଫିଲ୍ମ ପରଦାକୁ ଆସିଛି। ନିକଟରେ ସେ ଶୁଭାଙ୍କର ମିଶ୍ରଙ୍କ ପୋଡକାଷ୍ଟରେ ପହଞ୍ଚିଥିବା ବେଳେ ଶ୍ରଦ୍ଧାଙ୍କ ସହ ତାଙ୍କର ପ୍ରେମକାହାଣୀ କିଭଳି ଆରମ୍ଭ ହେଉ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା ତାହା କହିଛନ୍ତି।
ବରୁଣ କହିଛନ୍ତି, ବରୁଣ ୮ ବର୍ଷର ଥିବା ବେଳେ ଶ୍ରଦ୍ଧା ତାଙ୍କୁ ପ୍ରପୋଜ କରିଥିଲେ। ହେଲେ ସେ ତାକୁ ରିଜେକ୍ଟ କରିଥିଲେ। କାରଣ ସେତେେଳେ ତାଙ୍କୁ ଝିଅମାନେ ପସନ୍ଦ ନ ଥିଲେ। ପରେ ପୁଣି ଥରେ ୧୦ ବର୍ଷର ଜନ୍ମଦିନ ଦିନ ଶ୍ରଦ୍ଧା ବରୁଣଙ୍କୁ ଡାକିଥିଲେ। ସେଠାରୁ ୩ ଜଣ ପିଲା ଥିଲେ ଯିଏକି ଶ୍ରଦ୍ଧାଙ୍କୁ ବେଶ ପସନ୍ଦ କରୁଥିଲେ। ସେମାନେ ବରୁଣଙ୍କ ଉପରେ ପସନ୍ଦ କରିବା ଲାଗି ଚାପ ପକାଇଥିଲେ। ଏପରିକି ଝଗଡ଼ା କରିବା ସହ ମାରପିଟ୍ କରିଥିଲେ। କହିବାକୁ ଗଲେ ଶ୍ରଦ୍ଧା ତାଙ୍କୁ ମାଡ଼ ଖୁଆଇଥିଲେ ବୋଲି ବରୁଣ ଖୁଲାସା କରିଛନ୍ତି।
The post ବରୁଣଙ୍କୁ ପ୍ରପୋଜ କରିଥିଲେ ଶ୍ରଦ୍ଧା, ମନା କରିବା ଯୋଗୁ ଖାଇଥିଲେ ମାଡ଼ appeared first on Dharitri Odia News.