ବରୁଣେଇ ପାହାଡ଼ରେ ଲାଗିଲା ନିଆଁ
ଖୋର୍ଦ୍ଧା,୨୦ା୧୧(ପ୍ରଭାତ ପାଣିଗ୍ରାହୀ): ବୁଧବାର ପୁଣି ବରୁଣେଇ ପାହାଡ଼ରେ ନିଆଁ ଲାଗିଛି। ତେବେ ଏହି ନିଆଁ କିଭଳି ଲାଗିଲା ସେ ବିଷୟରେ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ଏହି ଅଗ୍ନିକାଣ୍ଡରେ ବରୁଣେଇ ପାହାଡ଼ ଉପରେ ଥିବା ଗଛସବୁ ଜଳୁଥିବାର ଦେଖିବାକୁ ମିଳିଥିଲା। ଖବର ପାଇ ଖୋର୍ଦ୍ଧା ବନ ବିଭାଗର ୧୨ଜଣ କର୍ମଚାରୀ ପାହାଡ଼ ଉପରକୁ ଚଢ଼ି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିପଡ଼ିଥିଲେ। ଦୀର୍ଘ ସମୟ ଧରି ଅଗ୍ନିଶମ ବିଭାଗର କର୍ମଚାରୀମାନେ କଠିନ ପରିଶ୍ରମ କରିବା ପରେ ପାହାଡ଼ ଉପରେ ଥିବା […] The post ବରୁଣେଇ ପାହାଡ଼ରେ ଲାଗିଲା ନିଆଁ appeared first on Dharitri Odia News.
ଖୋର୍ଦ୍ଧା,୨୦ା୧୧(ପ୍ରଭାତ ପାଣିଗ୍ରାହୀ): ବୁଧବାର ପୁଣି ବରୁଣେଇ ପାହାଡ଼ରେ ନିଆଁ ଲାଗିଛି। ତେବେ ଏହି ନିଆଁ କିଭଳି ଲାଗିଲା ସେ ବିଷୟରେ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ଏହି ଅଗ୍ନିକାଣ୍ଡରେ ବରୁଣେଇ ପାହାଡ଼ ଉପରେ ଥିବା ଗଛସବୁ ଜଳୁଥିବାର ଦେଖିବାକୁ ମିଳିଥିଲା।
ଖବର ପାଇ ଖୋର୍ଦ୍ଧା ବନ ବିଭାଗର ୧୨ଜଣ କର୍ମଚାରୀ ପାହାଡ଼ ଉପରକୁ ଚଢ଼ି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିପଡ଼ିଥିଲେ। ଦୀର୍ଘ ସମୟ ଧରି ଅଗ୍ନିଶମ ବିଭାଗର କର୍ମଚାରୀମାନେ କଠିନ ପରିଶ୍ରମ କରିବା ପରେ ପାହାଡ଼ ଉପରେ ଥିବା ବହୁ ମୂଲ୍ୟବାନ ଗଛକୁ ରକ୍ଷା କରିପାରିଛନ୍ତି। ନିଆଁ କେମିତି ବ୍ୟାପିଲା ସେନେଇ ଅନୁଧ୍ୟାନ କରାଯାଉଛି।
The post ବରୁଣେଇ ପାହାଡ଼ରେ ଲାଗିଲା ନିଆଁ appeared first on Dharitri Odia News.