ବର୍ଡର-ଗାଭାସ୍କର ଟ୍ରଫିରେ ଦଳକୁ ଫେରିବେ ମହମ୍ମଦ ଶାମି !

ନୂଆଦିଲ୍ଲୀ: ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ୨୦୨୩-୨୫ ଦୃଷ୍ଟିରୁ ଭାରତୀୟ ଦଳ ପାଇଁ ଅଷ୍ଟ୍ରେଲିଆ ଗସ୍ତ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି। ବର୍ଡର-ଗାଭାସ୍କର ଟ୍ରଫିରେ ଏଥର ଚାରି ୪ ନୁହେଁ ବରଂ ପାଞ୍ଚଟି ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହି ଟ୍ରଫିର ଗୁରୁତ୍ଵ ଏଥିପାଇଁ ବଢି ଯାଇଛି କାରଣ ଡବ୍ଲ୍ୟୁଟିସିର ଫାଇନାଲ୍‌ର ନିଷ୍ପତ୍ତି ଏହି ସିରିଜର ଫଳାଫଳ ଉପରେ ନିର୍ଭର କରେ। ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳର ଦ୍ରୁତ ବୋଲିଂ ଆକ୍ରମଣକୁ ନେଇ ବହୁତ ଚର୍ଚ୍ଚା ହେଉଛି। ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଲଗାତାର କ୍ରିକେଟ୍ ଖେଳୁଛନ୍ତି, କିନ୍ତୁ ମହମ୍ମଦ ଶାମି ଦୀର୍ଘ ସମୟ ଧରି ମଇଦାନରୁ ଦୂରରେ ଅଛନ୍ତି। ଗୋଇଠିରେ ଆଘାତଜନିତ ସମସ୍ୟା ପାଇଁ ଶାମି ୨୦୨୩ ବିଶ୍ଵକପ୍ ଫାଇନାଲ୍‌ ପରଠୁ ଆଉ କ୍ରିକେଟ୍ ଖେଳି ନାହାନ୍ତି। ଏବେ ସେ ପଡ଼ିଆକୁ ଫେରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ଯାଇଛନ୍ତି।ମହମ୍ମଦ ଶାମି ରେଭ ସ୍ପୋର୍ଟ୍ସ ସହ ଆଲୋଚନା ବେଳେ କହିଛନ୍ତି, ମୋତେ ଏବେ ଆଉ କୌଣସି ଯନ୍ତ୍ରଣା ହେଉ ନାହିଁ। ବେଙ୍ଗାଲୁରୁରେ ପୁରା ଦମ୍ ସହ ବୋଲିଂ ସେସନରେ ଦୀର୍ଘ ସମୟ ବୋଲିଂ କରୁଛି। ନିଜକୁ ବେଶ ଫିଟ୍ ଅନୁଭବ କରୁଛି। ମୁଁ ନିଜେ ନିଶ୍ଚିତ ହେବାକୁ ଚାହୁଁଛି ଯେ, ଅଷ୍ଟ୍ରେଲିଆ ଗସ୍ତ କରିବା ପୂର୍ବରୁ ବହୁତ ଅଧିକ ଯେମିତି ବୋଲିଂ କରି ସାରିଥିବି। ଏହି କାରଣରୁ ଗୋଟିଏ କି ଦୁଇଟି ରଣଜୀ ଟ୍ରଫିର ମ୍ୟାଚ୍ ଖେଳିବାକୁ ଲକ୍ଷ୍ୟ ରଖିଛି। ୩୪ ବର

ବର୍ଡର-ଗାଭାସ୍କର ଟ୍ରଫିରେ ଦଳକୁ ଫେରିବେ ମହମ୍ମଦ ଶାମି !

ନୂଆଦିଲ୍ଲୀ: ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ୨୦୨୩-୨୫ ଦୃଷ୍ଟିରୁ ଭାରତୀୟ ଦଳ ପାଇଁ ଅଷ୍ଟ୍ରେଲିଆ ଗସ୍ତ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି। ବର୍ଡର-ଗାଭାସ୍କର ଟ୍ରଫିରେ ଏଥର ଚାରି ୪ ନୁହେଁ ବରଂ ପାଞ୍ଚଟି ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହି ଟ୍ରଫିର ଗୁରୁତ୍ଵ ଏଥିପାଇଁ ବଢି ଯାଇଛି କାରଣ ଡବ୍ଲ୍ୟୁଟିସିର ଫାଇନାଲ୍‌ର ନିଷ୍ପତ୍ତି ଏହି ସିରିଜର ଫଳାଫଳ ଉପରେ ନିର୍ଭର କରେ। ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳର ଦ୍ରୁତ ବୋଲିଂ ଆକ୍ରମଣକୁ ନେଇ ବହୁତ ଚର୍ଚ୍ଚା ହେଉଛି। ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଲଗାତାର କ୍ରିକେଟ୍ ଖେଳୁଛନ୍ତି, କିନ୍ତୁ ମହମ୍ମଦ ଶାମି ଦୀର୍ଘ ସମୟ ଧରି ମଇଦାନରୁ ଦୂରରେ ଅଛନ୍ତି। ଗୋଇଠିରେ ଆଘାତଜନିତ ସମସ୍ୟା ପାଇଁ ଶାମି ୨୦୨୩ ବିଶ୍ଵକପ୍ ଫାଇନାଲ୍‌ ପରଠୁ ଆଉ କ୍ରିକେଟ୍ ଖେଳି ନାହାନ୍ତି। ଏବେ ସେ ପଡ଼ିଆକୁ ଫେରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ଯାଇଛନ୍ତି।

ମହମ୍ମଦ ଶାମି ରେଭ ସ୍ପୋର୍ଟ୍ସ ସହ ଆଲୋଚନା ବେଳେ କହିଛନ୍ତି, ମୋତେ ଏବେ ଆଉ କୌଣସି ଯନ୍ତ୍ରଣା ହେଉ ନାହିଁ। ବେଙ୍ଗାଲୁରୁରେ ପୁରା ଦମ୍ ସହ ବୋଲିଂ ସେସନରେ ଦୀର୍ଘ ସମୟ ବୋଲିଂ କରୁଛି। ନିଜକୁ ବେଶ ଫିଟ୍ ଅନୁଭବ କରୁଛି। ମୁଁ ନିଜେ ନିଶ୍ଚିତ ହେବାକୁ ଚାହୁଁଛି ଯେ, ଅଷ୍ଟ୍ରେଲିଆ ଗସ୍ତ କରିବା ପୂର୍ବରୁ ବହୁତ ଅଧିକ ଯେମିତି ବୋଲିଂ କରି ସାରିଥିବି। ଏହି କାରଣରୁ ଗୋଟିଏ କି ଦୁଇଟି ରଣଜୀ ଟ୍ରଫିର ମ୍ୟାଚ୍ ଖେଳିବାକୁ ଲକ୍ଷ୍ୟ ରଖିଛି। 

୩୪ ବର୍ଷୀୟ ଏହି ଦ୍ରୁତ ବୋଲର ଅଷ୍ଟ୍ରେଲିଆରେ ୮ଟି ଟେଷ୍ଟ ଖେଳି ୧୫ଟି ଇନିଂସରେ ୩୧ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ୨୦୧୮-୧୯ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳର ସିରିଜ ବିଜୟରେ ବୁମରା୮୍କ ସହିତ ମହମ୍ମଦ ଶାମିଙ୍କ ବଡ଼ ଭୂମିକା ଥିଲା। ଏହି ଦୁଇ ବୋଲର ମିଶି କଙ୍ଗାରୁ ବ୍ୟାଟିଂ ଅର୍ଡରର ଅଣ୍ଟା ଭାଙ୍ଗିଥିଲେ। ଶାମି ଟେଷ୍ଟ କ୍ୟାରିୟରରେ ମୋଟ୍ ୬୪ଟି ମ୍ୟାଚ ଖେଳି ୧୨୨ ଇନିଂସରେ ୨୨୯  ଓ୍ଵିକେଟ୍ ନେଇଛନ୍ତି। ଟେଷ୍ଟ କ୍ରିକେଟ୍‌ରେ ତାଙ୍କର ହାର ୨୭.୭୧ ରହିଥିବା ବେଳେ ଷ୍ଟ୍ରାଇକ ରେଟ୍ ୫୦.୨ ରହିଛି। ଶାମି ଯଦି ଅଷ୍ଟ୍ରେଲିଆ ଗସ୍ତ କରନ୍ତି ତେବେ ଭାରତୀୟ ଦଳର ବୋଲିଂ ଆକ୍ରମଣ ଆହୁରି ମଜବୁତ ହୋଇଯିବ।