ବର୍ବରତାର ସବୁ ସୀମା ପାର୍; ୧୫ ଫୁଟିଆ ଅଜଗରକୁ ପିଟି ମାରିଲେ, ଖଣ୍ଡଖଣ୍ଡ କଲେ !
ସାପକୁ କିଏ ମାରି ଖଣ୍ଡଖଣ୍ଡ କରିବା କେବେ ଶୁଣିଛନ୍ତି କି ? ଅଜଗର ସାପକୁ ଅତି ନିର୍ମମ ଭାବେ ପିଟି ପିଟି ମାରିବା ସହ କାଟି ଖଣ୍ଡଖଣ୍ଡ କରିଥିବା ଅଭିଯୋଗ ହୋଇଛି।
ସାପକୁ କିଏ ବା ନଡରେ ? ଅନେକ ସମୟରେ ସାପ ଉଦ୍ଧାର ହେବା ଖବର ଆମେ ଦେଖୁ। ସର୍ପାଘାତରେ ଲୋକଙ୍କ ଜୀବନ ଯାଏ ତାହାବି ଜାଣୁ। ହେଲେ ସାପକୁ କିଏ ମାରି ଖଣ୍ଡ ଖଣ୍ଡ କରିବା ଆପଣ କେବେ ଶୁଣିଛନ୍ତି କି ? ଅଜଗର ସାପକୁ ଅତି ନିର୍ମମ ଭାବେ ପିଟି ପିଟି ମାରିବା ସହ କାଟି ଖଣ୍ଡଖଣ୍ଡ କରିଥିବା ଅଭିଯୋଗ ହୋଇଛି।
ମୟୂରଭଞ୍ଜ କୁଳିଅଣା ରେଞ୍ଜର ସୈରୀ ଗାଁରେ ଏ ଘଟଣା। ଏକ ଅଜଗର ସାପକୁ ପିଟି ପିଟି ମାରି ଦେଇଛନ୍ତି ଗାଁ ଲୋକେ। ବିଚ୍ ରାସ୍ତା ଉପରେ ୧୫ ଫୁଟ୍ ଲମ୍ବା ଅଜଗରକୁ ଘେରିଯାଇଥିଲେ ଗାଁ ଲୋକ। ପରେ ତାଙ୍କୁ ଗଭୀର ଭାବେ ଆଘାତ ଦେଇଥିଲେ। ଏମିତିକି ଅଜଗରର ମୁଣ୍ଡକୁ ଛେଚି ଛେଚି ମାରି ଦେଇଥିଲେ। ପରେ ଟାଣି ଟାଣି ଦେଇ କାଟି ଦେଇଥିବା ଅଭିଯୋଗ ହୋଇଛି।
ଅଜଗର ସାପ ସିଡୁଲ ଓ୍ବାନ ପ୍ରଜାତିର ।ଏହି ସାପକୁ ଦେଖିଲେ ମାରିବା ତ ଦୂରର କଥା ତାର ଫଟୋ ଉଠାଇବା ମଧ୍ୟ ବେଆଇନ। ହେଲେ ଗାଁରେ ସାପକୁ ମାରି ଏହାକୁ ରାସ୍ତାରେ ଘୋଷାରି ଘୋଷାରୀ ନେଇଥିଲେ ଜଣେ ବ୍ୟକ୍ତି। ହାତରେ ବିରାଟ କଟୁରୀ ଧରି ଟାଣି ଟାଣି ନେଉଥିବା ଏହି ଦୃଶ୍ୟ ଏବେ ଭାଇରାଲ ହେଉଛି।
ଏହି ଘଟଣାକୁ ଗୁରୁତ୍ବ ସହ ନେଇଛି ବାରିପଦା ବନ ବିଭାଗ। ବାରିପଦା ଡିଏଫଓ କହିଛନ୍ତି ଘଟଣା ସାଂଘାତିକ। ଏଥିରେ କିଏ କିଏ ସାମିଲ ଅଛନ୍ତି ସେ ନେଇ ତଦନ୍ତ ଆରମ୍ଭ ହୋଇଛି। ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ।
ସାପକୁ କିଏ ବା ନଡରେ ? ଅନେକ ସମୟରେ ସାପ ଉଦ୍ଧାର ହେବା ଖବର ଆମେ ଦେଖୁ। ସର୍ପାଘାତରେ ଲୋକଙ୍କ ଜୀବନ ଯାଏ ତାହାବି ଜାଣୁ। ହେଲେ ସାପକୁ କିଏ ମାରି ଖଣ୍ଡ ଖଣ୍ଡ କରିବା ଆପଣ କେବେ ଶୁଣିଛନ୍ତି କି ?#Snake pic.twitter.com/wSshbdi0tc — ଓଟିଭି (@otvkhabar) September 14, 2024