ବର୍ଷ ବର୍ଷ ଧରି ଲାଗିଛି ହାତୀ-ମଣିଷ ଲଢ଼େଇ : ଭୟରେ ଗ୍ରାମବାସୀ , ଫାଇଦାରେ ଶିକାରୀ

କନକବ୍ୟୁରୋ : ଚାଲିଛି ହାତୀ ଆଉ ମଣିଷ ଭିତରେ ଲୁଚକାଳି ଖେଳ। ଏ ଖେଳ ଭିତରେ କେବେ ମଣିଷ ତ କେବେ ବଳି ପଡ଼ୁଛି ହାତୀ ।  ନଷ୍ଟ ହେଉଥିବା ଜଙ୍ଗଲ ପାଇଁ ଏବେ ଜନବସତିକୁ ନିଜ ଆଶ୍ରୟସ୍ଥଳୀ ଭାବି ନେଇଛି ଜଙ୍ଗଲୀ ହାତୀ । ଦେଖିବା ଭଂଜନଗରରୁ ହାତୀ-ମଣିଷ ଲଢେଇର ଏହି ରିପୋର୍ଟ ।  ଗଂଜାମ ଜିଲ୍ଲାର ଉତର ଘୁମୁସର ବନଖଣ୍ଡ । ଘଂଚ ଜଙ୍ଗଲରେ ପୂର୍ଣ୍ଣ ଏହି ବନଖଣ୍ଡ ହାତୀଙ୍କ ବାସସ୍ଥାନ। ହାତୀ ନିରାପଦ ମଣୁଥିବା ଏହି ବନଖଣ୍ଡରେ ଏବେ ଶିକାରୀଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ଦାନ୍ତ ପାଇଁ ବାରମ୍ବାର ହାତୀ ଶିକାର କରି ଚାଲିଛନ୍ତି ଦୁବୃତ। ମାସେ ଭିତରେ ୩ ହାତୀଙ୍କୁ ମାରି ସାରିଲେଣି। ଏଇ ଏବେ ଏକ ମାଈ ହାତୀର ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରିଛି ବନବିଭାଗ । ସେପଟେ ଖାଦ୍ୟ ଅଭାବରୁ ଜନବସତି ଭିତରକୁ ପଶି ଅନେକ ଧନଜୀବନ ବି ନଷ୍ଟ କରିଛନ୍ତି ହାତୀପଲ।  ହାତୀ ପଲର ଗତିବିଧି ଉପରେ ନଜର ରଖିବାପାଇଁ ଗଜସାଥିଙ୍କୁ ନିୟୋଜିତ କରିଛି ବନବିଭାଗ ।  କିନ୍ତୁ ସେମାନେ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଉଛନ୍ତି ଶିକାରୀ ।  ଯେତେ ନିୟମ ହେଲେ ବି ରାଜ୍ୟରେ ହାତୀ ଶିକାର ବଢୁଛି। ସ୍ଥାନୀୟ ଅଧିବାସୀଙ୍କ ଧନଜୀବନ ବି ନଷ୍ଟ ହେବାରେ ଲାଗିଛି ।  କେବେ ଏହି ହାତୀ-ମଣିଷ ଲଢ଼େଇ ଓ ଗଜ ଶିକାରରେ ରୋକ ଲାଗିବ, ତାହା ଉପରେ ସମସ୍ତଙ୍କ ନଜର।   

ବର୍ଷ ବର୍ଷ ଧରି ଲାଗିଛି ହାତୀ-ମଣିଷ ଲଢ଼େଇ : ଭୟରେ ଗ୍ରାମବାସୀ , ଫାଇଦାରେ ଶିକାରୀ

କନକବ୍ୟୁରୋ : ଚାଲିଛି ହାତୀ ଆଉ ମଣିଷ ଭିତରେ ଲୁଚକାଳି ଖେଳ। ଏ ଖେଳ ଭିତରେ କେବେ ମଣିଷ ତ କେବେ ବଳି ପଡ଼ୁଛି ହାତୀ ।  ନଷ୍ଟ ହେଉଥିବା ଜଙ୍ଗଲ ପାଇଁ ଏବେ ଜନବସତିକୁ ନିଜ ଆଶ୍ରୟସ୍ଥଳୀ ଭାବି ନେଇଛି ଜଙ୍ଗଲୀ ହାତୀ । ଦେଖିବା ଭଂଜନଗରରୁ ହାତୀ-ମଣିଷ ଲଢେଇର ଏହି ରିପୋର୍ଟ ।  ଗଂଜାମ ଜିଲ୍ଲାର ଉତର ଘୁମୁସର ବନଖଣ୍ଡ ।

ଘଂଚ ଜଙ୍ଗଲରେ ପୂର୍ଣ୍ଣ ଏହି ବନଖଣ୍ଡ ହାତୀଙ୍କ ବାସସ୍ଥାନ। ହାତୀ ନିରାପଦ ମଣୁଥିବା ଏହି ବନଖଣ୍ଡରେ ଏବେ ଶିକାରୀଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ଦାନ୍ତ ପାଇଁ ବାରମ୍ବାର ହାତୀ ଶିକାର କରି ଚାଲିଛନ୍ତି ଦୁବୃତ। ମାସେ ଭିତରେ ୩ ହାତୀଙ୍କୁ ମାରି ସାରିଲେଣି। ଏଇ ଏବେ ଏକ ମାଈ ହାତୀର ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରିଛି ବନବିଭାଗ ।

ସେପଟେ ଖାଦ୍ୟ ଅଭାବରୁ ଜନବସତି ଭିତରକୁ ପଶି ଅନେକ ଧନଜୀବନ ବି ନଷ୍ଟ କରିଛନ୍ତି ହାତୀପଲ।  ହାତୀ ପଲର ଗତିବିଧି ଉପରେ ନଜର ରଖିବାପାଇଁ ଗଜସାଥିଙ୍କୁ ନିୟୋଜିତ କରିଛି ବନବିଭାଗ ।  କିନ୍ତୁ ସେମାନେ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଉଛନ୍ତି ଶିକାରୀ ।  ଯେତେ ନିୟମ ହେଲେ ବି ରାଜ୍ୟରେ ହାତୀ ଶିକାର ବଢୁଛି। ସ୍ଥାନୀୟ ଅଧିବାସୀଙ୍କ ଧନଜୀବନ ବି ନଷ୍ଟ ହେବାରେ ଲାଗିଛି ।  କେବେ ଏହି ହାତୀ-ମଣିଷ ଲଢ଼େଇ ଓ ଗଜ ଶିକାରରେ ରୋକ ଲାଗିବ, ତାହା ଉପରେ ସମସ୍ତଙ୍କ ନଜର।