ବର୍ଷ ଶେଷକୁ ଖୁସି ଖବର: ନନ୍ଦନକାନନରେ ଜନ୍ମ ନେଲା ସିମ୍ପାଞ୍ଜି ଶାବକ
ଭୁବନେଶ୍ୱର,୨୯।୧୨: ନୂଆବର୍ଷକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଭରି ରହିଥିବା ବେଳେ ବର୍ଷର ଶେଷ ମୁହୂର୍ତ୍ତରେ ଜୀବଜନ୍ତୁ ପ୍ରେମିକଙ୍କ ପାଇଁ ରବିବାର ଆସିଛି ଏକ ଖୁସି ଖବର। ଭୁବନେଶ୍ୱର ବାରଙ୍ଗସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ଶାବକକୁ ଜନ୍ମ ଦେଇଛି ମା’ ସିମ୍ପାଞ୍ଜି। ଫଳରେ ନନ୍ଦନକାନନରେ ସିମ୍ପାଞ୍ଜିଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ବର୍ତ୍ତମାନ ମା’ ଏବଂ ଛୁଆଙ୍କୁ ଅଲଗା ରଖାଯାଇଛି। ଏପରିକି ଏକ ଡାକ୍ତରୀ ଟିମ୍ଙ୍କ ତତ୍ତ୍ୱାବଧାନରେ ମା’ ଏବଂ ଛୁଆଙ୍କୁ ଯତ୍ନ ନିଆଯାଉଥିବା ସୂଚନା […] The post ବର୍ଷ ଶେଷକୁ ଖୁସି ଖବର: ନନ୍ଦନକାନନରେ ଜନ୍ମ ନେଲା ସିମ୍ପାଞ୍ଜି ଶାବକ appeared first on Dharitri Odia News.
ଭୁବନେଶ୍ୱର,୨୯।୧୨: ନୂଆବର୍ଷକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଭରି ରହିଥିବା ବେଳେ ବର୍ଷର ଶେଷ ମୁହୂର୍ତ୍ତରେ ଜୀବଜନ୍ତୁ ପ୍ରେମିକଙ୍କ ପାଇଁ ରବିବାର ଆସିଛି ଏକ ଖୁସି ଖବର। ଭୁବନେଶ୍ୱର ବାରଙ୍ଗସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ଶାବକକୁ ଜନ୍ମ ଦେଇଛି ମା’ ସିମ୍ପାଞ୍ଜି। ଫଳରେ ନନ୍ଦନକାନନରେ ସିମ୍ପାଞ୍ଜିଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ବର୍ତ୍ତମାନ ମା’ ଏବଂ ଛୁଆଙ୍କୁ ଅଲଗା ରଖାଯାଇଛି। ଏପରିକି ଏକ ଡାକ୍ତରୀ ଟିମ୍ଙ୍କ ତତ୍ତ୍ୱାବଧାନରେ ମା’ ଏବଂ ଛୁଆଙ୍କୁ ଯତ୍ନ ନିଆଯାଉଥିବା ସୂଚନା ମିଳିଛି।
ସୂଚନା ଯୋଗ୍ୟ, ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୧୯୯୪ରେ ସିଙ୍ଗାପୁରରୁ ଏକ ମାଈ ଏବଂ ଅଣ୍ଡିରା ସିମ୍ପାଞ୍ଜି ଅଣାଯାଇଥିଲା। ୨୦୧୧ରେ ସେମାନେ ଦୁଇଟି ଶାବକ ଜନ୍ମ ଦେଇଥିଲେ।
The post ବର୍ଷ ଶେଷକୁ ଖୁସି ଖବର: ନନ୍ଦନକାନନରେ ଜନ୍ମ ନେଲା ସିମ୍ପାଞ୍ଜି ଶାବକ appeared first on Dharitri Odia News.