ବର୍ଷକ ପରେ ସମ୍ବଲପୁରରୁ ହଟିଲା ଧାର୍ମିକ ଶୋଭାଯାତ୍ରା କଟକଣା
ଗତ ବର୍ଷ ହନୁମାନ ଜୟନ୍ତୀ ପାଳନ ଶୋଭାଯାତ୍ରା ସମୟରେ ସହରରେ ଦଙ୍ଗା, ହିଂସାକାଣ୍ଡ, ପୋଡ଼ାଜଳା ଓ ହତ୍ୟାକାଣ୍ଡ ଭଳି ଘଟଣା ଘଟିବା ପରେ ସହର ଅଶାନ୍ତ ହୋଇ ପଡ଼ିଥିଲା।
ହଟିଲା ଧାର୍ମିକ ଶୋଭାଯାତ୍ରା କଟକଣା। ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୧ ବର୍ଷ ପାଇଁ ଧାର୍ମିକ ଶୋଭାଯାତ୍ରା ଉପରେ ଲାଗିଥିବା କଟକଣା ହଟିଛି।
ଅକ୍ଷୟ ସୁନୀଲ ଅଗ୍ରୱାଲ ସମ୍ବଲପୁର ଜିଲ୍ଲାପାଳ କହିଛନ୍ତି, ବର୍ଷେ ପୂର୍ବରୁ ସହରରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଧାର୍ମିକ ଶୋଭାଯାତ୍ରା ଉପରେ କଟକଣା ଲଗାଇଥିଲା ଜିଲ୍ଲା ପ୍ରଶାସନ। ଏବେ ପରିସ୍ଥିତି ସ୍ୱାଭାବିକ ହୋଇଥିବାରୁ ପୂର୍ବରୁ ଜାରି ହୋଇଥିବା କଟକଣା ଆଉ ରହିବ ନାହିଁ। ଆଜି ଜିଲ୍ଲା ପରିଷଦ ମିଟିଂ ହଲରେ ଆଗାମୀ ମହରମ ପର୍ବ ପାଳନ ପାଇଁ ଅନୁଷ୍ଠିତ ହୋଇଥିବା ଶାନ୍ତି ଓ ସମନ୍ୱୟ ବୈଠକ ପରେ ଜିଲ୍ଲାପାଳ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଗତ ବର୍ଷ ହନୁମାନ ଜୟନ୍ତୀ ପାଳନ ଶୋଭାଯାତ୍ରା ସମୟରେ ସହରରେ ଦଙ୍ଗା, ହିଂସାକାଣ୍ଡ, ପୋଡ଼ାଜଳା ଓ ହତ୍ୟାକାଣ୍ଡ ଭଳି ଘଟଣା ଘଟିବା ପରେ ସହର ଅଶାନ୍ତ ହୋଇ ପଡ଼ିଥିଲା।