ବର୍ଷକରେ କେତେ ରୋଜଗାର କରନ୍ତି ହିଟ୍‌ମ୍ୟାନ୍‌ ? ଅବସର ପରେ କରିବେ କ'ଣ...

ନୂଆଦିଲ୍ଲୀ ୦୪।୦୧: ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ ରୋହିତ ଶର୍ମା । ଛାଡିପାରନ୍ତି କ୍ୟାପଟେନସିପ୍‌ । ଯାହାକୁ ନେଇ ବର୍ତ୍ତମାନ ଖୁବ୍‌ ଚର୍ଚ୍ଚା । କିନ୍ତୁ ଜାଣନ୍ତି କି କେତେ ରୋଜଗାର କରନ୍ତି ହିଟ୍‌ମ୍ୟାନ ? କେଉଁଠୁ କରନ୍ତି ଆୟ ? ହିଟ୍‌ମ୍ୟାନ୍‌ ବାର୍ଷିକ ରୋଜଗାର କେତେ? ତାଙ୍କ ପାଖରେ ସବୁଠାରୁ ମହଙ୍ଗା ଜିନିଷ କ’ଣ ? ରୋହିତ ମୋଟା ଅଙ୍କର ଟଙ୍କା ରୋଜଗାର କରନ୍ତି । ତାଙ୍କ ଆକାଉଣ୍ଟରୁ ପ୍ରତିଦିନ ଆସିଥାଏ ଲକ୍ଷ ଲକ୍ଷ ଟଙ୍କା । ରୋହିତ ଶର୍ମା ୨୧୪କୋଟି ଟଙ୍କାର ମାଲିକ । ଗତକିଛି ବର୍ଷ ମଧ୍ୟରେ ହିଟ୍‌ମ୍ୟାନଙ୍କ ରୋଜଗାର ୨୬ ପ୍ରତିଶତ ବୃଦ୍ଧି ପାଇଛି । ତାଙ୍କର ଆୟର ମୁଖ୍ୟ ଉତ୍ସ ହେଉଛି କ୍ରିକେଟ୍ । କିନ୍ତୁ ଏଣ୍ଡୋର୍ସମେଣ୍ଟ ତାଙ୍କ ଆୟକୁ ଯଥେଷ୍ଟ ବୃଦ୍ଧି କରିଛି । ଆକଳନ ଅନୁଯାୟୀ ରୋହିତ ପ୍ରତିମାସରେ ୨କୋଟିରୁ ଅଧିକ ରୋଜଗାର କରନ୍ତି । ବିସିସିଆଇ ରୋହିତ ଶର୍ମାଙ୍କୁ ଟପ୍ ଗ୍ରେଡ୍ ଖେଳାଳିଙ୍କ ଲିଷ୍ଟରେ ସାମିଲ କରିଛି । ସେ ବିସିସିଆଇର ଏ+ ଗ୍ରେଡ୍ ବର୍ଗରେ ରହିଛନ୍ତି । ଆଉ ଏଥିପାଇଁ ପ୍ରତିବର୍ଷ ୭ କୋଟି ଟଙ୍କା ବିସିସିଆଇରୁ ମିଳିଥାଏ । ଯଦି ରୋହିତଙ୍କ ମ୍ୟାଚ୍ ଫି କଥା କୁହାଯାଏ ତେବେ ଗୋଟିଏ ODI ମ୍ୟାଚ୍ ପାଇଁ ୬ ଲକ୍ଷ ଏବଂ ଟି-୨୦ ମ୍ୟାଚ୍ ପାଇଁ ୩ ଲକ୍ଷ ଟଙ୍କା ମିଳିଥାଏ । ସେହିପରି ପ୍ରତି ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ ହିଟ୍‌ମ୍ୟାନଙ୍କୁ ୧୫ଲକ୍ଷ ଟଙ୍କା ଫି ମିଳିଥାଏ । ଏହାବ୍ୟତୀତ ସେ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ତ

ବର୍ଷକରେ କେତେ ରୋଜଗାର କରନ୍ତି ହିଟ୍‌ମ୍ୟାନ୍‌ ? ଅବସର ପରେ କରିବେ କ'ଣ...

ନୂଆଦିଲ୍ଲୀ ୦୪।୦୧: ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ ରୋହିତ ଶର୍ମା । ଛାଡିପାରନ୍ତି କ୍ୟାପଟେନସିପ୍‌ । ଯାହାକୁ ନେଇ ବର୍ତ୍ତମାନ ଖୁବ୍‌ ଚର୍ଚ୍ଚା । କିନ୍ତୁ ଜାଣନ୍ତି କି କେତେ ରୋଜଗାର କରନ୍ତି ହିଟ୍‌ମ୍ୟାନ ? କେଉଁଠୁ କରନ୍ତି ଆୟ ? ହିଟ୍‌ମ୍ୟାନ୍‌ ବାର୍ଷିକ ରୋଜଗାର କେତେ? ତାଙ୍କ ପାଖରେ ସବୁଠାରୁ ମହଙ୍ଗା ଜିନିଷ କ’ଣ ? ରୋହିତ ମୋଟା ଅଙ୍କର ଟଙ୍କା ରୋଜଗାର କରନ୍ତି । ତାଙ୍କ ଆକାଉଣ୍ଟରୁ ପ୍ରତିଦିନ ଆସିଥାଏ ଲକ୍ଷ ଲକ୍ଷ ଟଙ୍କା । ରୋହିତ ଶର୍ମା ୨୧୪କୋଟି ଟଙ୍କାର ମାଲିକ । 

ଗତକିଛି ବର୍ଷ ମଧ୍ୟରେ ହିଟ୍‌ମ୍ୟାନଙ୍କ ରୋଜଗାର ୨୬ ପ୍ରତିଶତ ବୃଦ୍ଧି ପାଇଛି । ତାଙ୍କର ଆୟର ମୁଖ୍ୟ ଉତ୍ସ ହେଉଛି କ୍ରିକେଟ୍ । କିନ୍ତୁ ଏଣ୍ଡୋର୍ସମେଣ୍ଟ ତାଙ୍କ ଆୟକୁ ଯଥେଷ୍ଟ ବୃଦ୍ଧି କରିଛି । ଆକଳନ ଅନୁଯାୟୀ ରୋହିତ ପ୍ରତିମାସରେ ୨କୋଟିରୁ ଅଧିକ ରୋଜଗାର କରନ୍ତି । ବିସିସିଆଇ ରୋହିତ ଶର୍ମାଙ୍କୁ ଟପ୍ ଗ୍ରେଡ୍ ଖେଳାଳିଙ୍କ ଲିଷ୍ଟରେ ସାମିଲ କରିଛି । ସେ ବିସିସିଆଇର ଏ+ ଗ୍ରେଡ୍ ବର୍ଗରେ ରହିଛନ୍ତି । ଆଉ ଏଥିପାଇଁ ପ୍ରତିବର୍ଷ ୭ କୋଟି ଟଙ୍କା ବିସିସିଆଇରୁ ମିଳିଥାଏ । 

ଯଦି ରୋହିତଙ୍କ ମ୍ୟାଚ୍ ଫି କଥା କୁହାଯାଏ ତେବେ ଗୋଟିଏ ODI ମ୍ୟାଚ୍ ପାଇଁ ୬ ଲକ୍ଷ ଏବଂ ଟି-୨୦ ମ୍ୟାଚ୍ ପାଇଁ ୩ ଲକ୍ଷ ଟଙ୍କା ମିଳିଥାଏ । ସେହିପରି ପ୍ରତି ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ ହିଟ୍‌ମ୍ୟାନଙ୍କୁ ୧୫ଲକ୍ଷ ଟଙ୍କା ଫି ମିଳିଥାଏ । ଏହାବ୍ୟତୀତ ସେ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ତାଙ୍କୁ ପ୍ରତିବର୍ଷ ୧୬ କୋଟି ଟଙ୍କା ଦେଉଛନ୍ତି । ଏହି ରେକର୍ଡ ଅନୁଯାୟୀ ସେ ବାର୍ଷିକ ପ୍ରାୟ ୩୦କୋଟି ଟଙ୍କା ରୋଜଗାର କରନ୍ତି । 

ରୋହିତ ବିଜ୍ଞାପନରୁ ମଧ୍ୟ ବହୁତ ରୋଜଗାର କରନ୍ତି । ବର୍ତ୍ତମାନ ସେ  ୨୮ଟି ବ୍ରାଣ୍ଡ ସହ ଜଡିତ । ଏଥିରେ ଜିଓ ସିନେମା, ମ୍ୟାକ୍ସ ଲାଇଫ୍ ଇନସୁରାନ୍ସ, ଗୋଆଇବିବୋ, ସିଏଟ୍ ଟାୟର, ହ୍ୟୁବୋଲ୍ଟ, ଉଷା, ଓପୋ ପରି ବ୍ରାଣ୍ଡ ସାମିଲ ରହିଛି । ରୋହିତ ପ୍ରତ୍ୟେକ ବିଜ୍ଞାପନ ପାଇଁ ପାଖାପାଖି ୫ କୋଟି ଟଙ୍କା ଆଦାୟ କରିଥାନ୍ତି  । 

ରୋହିତ ଶର୍ମାଙ୍କର ମୁମ୍ବାଇରେ ଏକ ୪ବିଏଚକେ ଆପାର୍ଟମେଣ୍ଟ ରହିଛି । ଏହାର ଫଟୋ ସୋଶିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା । ଏହି ଅଲ୍ଟ୍ରା ଲଗଜୁରୀ ଆପାର୍ଟମେଣ୍ଟର ଦାମ୍‌ ପ୍ରାୟ ୩୦ କୋଟି ଟଙ୍କା । ଯଦି ପର୍ସନାଲ୍‌ ଇନ୍‌ଭେଷ୍ଟମେଣ୍ଟ ବିଷୟରେ କହିବା ତେବେ ରୋହିତ ଶର୍ମା ପ୍ରାୟ ୮୮.୬ କୋଟି ଟଙ୍କାର ବିନିଯୋଗ କରିଛନ୍ତି । 

ସମ୍ପତ୍ତି ଛାଡିବା ପରେ ହିଟମ୍ୟାନଙ୍କ ପାଖରେ ସବୁଠାରୁ ମହଙ୍ଗା ଜିନିଷ ହେଉଛି ତାଙ୍କର ବିଳାସପୂର୍ଣ୍ଣ ଲମ୍ବୋର୍ଗିନି କାର । ଯଦିଓ ରୋହିତଙ୍କ ଗ୍ୟାରେଜରେ ଅନେକ କାର ପାର୍କି ହୋଇଛି, କିନ୍ତୁ ୪ କୋଟି ୧୮ ଲକ୍ଷର ତାଙ୍କର ଲମ୍ବୋର୍ଗିନି ଉରୁଜ୍ ସବୁଠାରୁ ଦାମୀ ଅଟେ ।