ବର୍ଷକୁ କିସ୍ତି ଆକାରରେ ନୁହେଁ ମାସକୁ ମାସ ମିଳିବ ୨୧୦୦ଟଙ୍କା, ବଡ଼ ଘୋଷଣା…

ନୂଆଦିଲ୍ଲୀ,୧୧।୧୦: ଆସୁଛି ଦୀପାବଳି । ଏହାକୁ ଆଖି ଆଗରେ ରଖି ସରକାର ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ବର୍ଷକୁ ନେଇ ମାସକୁ ମାସ ମହିଳାମାନେ ୨୧୦୦ଟଙ୍କା ପାଇବେ ବୋଲି ସୂଚନା ଦେଇଛନ୍ତି। ଲାଡୋ ଲକ୍ଷ୍ମୀ ଯୋଜନା ମାଧ୍ୟମରେ ପ୍ରତି ମହିଳାଙ୍କୁ ଏହି ଟଙ୍କା ମିଳିବ। ଆଉ ସବୁ ହିତାଧିକାରୀ ଏଥରୁ ଲାଭ ଉଠାଇପାରିବେ। ଏହି ଯୋଜନାରେ ଲାଭ ପାଇବା ପାଇଁ ମହିଳାଙ୍କୁ କେତେକ ଆବଶ୍ୟକ ଡକ୍ୟୁମେଣ୍ଟ ସମେତ କେତେକ ସର୍ତ୍ତକୁ ପାଳନ କରିବାକୁ ହେବ । […] The post ବର୍ଷକୁ କିସ୍ତି ଆକାରରେ ନୁହେଁ ମାସକୁ ମାସ ମିଳିବ ୨୧୦୦ଟଙ୍କା, ବଡ଼ ଘୋଷଣା… appeared first on Dharitri Odia News.

ବର୍ଷକୁ କିସ୍ତି ଆକାରରେ ନୁହେଁ ମାସକୁ ମାସ ମିଳିବ ୨୧୦୦ଟଙ୍କା, ବଡ଼ ଘୋଷଣା…

ନୂଆଦିଲ୍ଲୀ,୧୧।୧୦: ଆସୁଛି ଦୀପାବଳି । ଏହାକୁ ଆଖି ଆଗରେ ରଖି ସରକାର ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ବର୍ଷକୁ ନେଇ ମାସକୁ ମାସ ମହିଳାମାନେ ୨୧୦୦ଟଙ୍କା ପାଇବେ ବୋଲି ସୂଚନା ଦେଇଛନ୍ତି।

ଲାଡୋ ଲକ୍ଷ୍ମୀ ଯୋଜନା ମାଧ୍ୟମରେ ପ୍ରତି ମହିଳାଙ୍କୁ ଏହି ଟଙ୍କା ମିଳିବ। ଆଉ ସବୁ ହିତାଧିକାରୀ ଏଥରୁ ଲାଭ ଉଠାଇପାରିବେ। ଏହି ଯୋଜନାରେ ଲାଭ ପାଇବା ପାଇଁ ମହିଳାଙ୍କୁ କେତେକ ଆବଶ୍ୟକ ଡକ୍ୟୁମେଣ୍ଟ ସମେତ କେତେକ ସର୍ତ୍ତକୁ ପାଳନ କରିବାକୁ ହେବ । ଲାଡୋ ଲକ୍ଷ୍ମୀ ଯୋଜନାରେ ଆବେଦନ କରିବାକୁ ହେଲେ ଜଣେ ମହିଳାଙ୍କ ବୟସ ୧୮ ରୁ ୪୦ ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ। ବ୍ୟାଙ୍କ ଆକାଉଣ୍ଟ, ପରିଚୟ ପତ୍ର, ଆଧାରକାର୍ଡ, ଇ-ମେଲ ଆଇଡି ଭଳି ଜରୁରୀ ପ୍ରମାଣପତ୍ରକୁ ଆବେଦନବେଳେ ପ୍ରସ୍ତୁତ ରଖିବେ। ଲାଡୋ ଲକ୍ଷ୍ମୀ ଯୋଜନା ଓ୍ବେବସାଇଟ୍‌କୁ ଯାଇ ଏଥିରେ ଆବେଦନ କରିପାରିବେ। ଯୋଗ୍ୟ ହିତାଧୀକାରୀଙ୍କୁ ଏହା ମାଧ୍ୟମରେ ପ୍ରତିମାସକୁ ଆର୍ଥିକ ସହାୟତା ମିଳିବ। ଏହି ଯୋଜନା କେବଳ ହରିୟାଣାର ମହିଳାଙ୍କ ପାଇଁ ସରକାର ଆରମ୍ଭ କରିଛନ୍ତି।

The post ବର୍ଷକୁ କିସ୍ତି ଆକାରରେ ନୁହେଁ ମାସକୁ ମାସ ମିଳିବ ୨୧୦୦ଟଙ୍କା, ବଡ଼ ଘୋଷଣା… appeared first on Dharitri Odia News.