ବର୍ଷକୁ ୨ଥର ହେବ ସିବିଏସ୍ଇ ଦଶମ ପରୀକ୍ଷା : ପ୍ରଥମ ପରୀକ୍ଷା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ…
ଭୁବନେଶ୍ୱର : ବର୍ଷକୁ ଦୁଇଥର ହେବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ପରିଚାଳିତ ଦଶମ ପରୀକ୍ଷା। ଚଳିତ ଶିକ୍ଷାବର୍ଷରୁ ଏହା ଲାଗୁ ହେବ। ଫେବୃଆରୀରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ମଇ ମାସରେ କରାଯିବ। ସିବିଏସ୍ଇ ପରୀକ୍ଷା ନିୟନ୍ତ୍ରକ ସ୍ୱୟମ୍ ଭରଦ୍ୱାଜ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସିବିଏସ୍ଇ ପକ୍ଷରୁ କୁହାଯାଇଛି ଯେ ପିଲାଙ୍କ ମୁଣ୍ଡରୁ ପରୀକ୍ଷା ଚାପ ହ୍ରାସ କରିବାକୁ ଏହି ପଦକ୍ଷେପ ନିଆଯାଇଛି। ଫେବୃଆରୀ ମଧ୍ୟଭାଗରେ ହେବାକୁ […]

ଭୁବନେଶ୍ୱର : ବର୍ଷକୁ ଦୁଇଥର ହେବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ପରିଚାଳିତ ଦଶମ ପରୀକ୍ଷା। ଚଳିତ ଶିକ୍ଷାବର୍ଷରୁ ଏହା ଲାଗୁ ହେବ। ଫେବୃଆରୀରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ମଇ ମାସରେ କରାଯିବ। ସିବିଏସ୍ଇ ପରୀକ୍ଷା ନିୟନ୍ତ୍ରକ ସ୍ୱୟମ୍ ଭରଦ୍ୱାଜ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ସିବିଏସ୍ଇ ପକ୍ଷରୁ କୁହାଯାଇଛି ଯେ ପିଲାଙ୍କ ମୁଣ୍ଡରୁ ପରୀକ୍ଷା ଚାପ ହ୍ରାସ କରିବାକୁ ଏହି ପଦକ୍ଷେପ ନିଆଯାଇଛି। ଫେବୃଆରୀ ମଧ୍ୟଭାଗରେ ହେବାକୁ ଥିବା ପ୍ରଥମ ପର୍ଯ୍ୟୟ ପରୀକ୍ଷା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ଓ ଏହାର ଫଳ ଏପ୍ରିଲରେ ପ୍ରକାଶ ପାଇବ। ଯେଉଁ ପିଲାଙ୍କ ମାର୍କ କମ୍ ରହିଥିବ, ସେମାନେ ନମ୍ବର ସୁଧାର ପାଇଁ ମେ’ ମାସରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଦେଇ ପାରିବେ। ଏହାର ପରୀକ୍ଷା ଫଳ ଜୁନ୍ ରେ ବାହାରିବ। ଯେଉଁ ପରୀକ୍ଷାରେ ଅଧିକ ନମ୍ବର ରହିବ, ତାକୁ ଚୂଡାନ୍ତ ମାର୍କ ଭାବେ ଗ୍ରହଣ କରାଯିବ। ଅପରପକ୍ଷରେ ଇଣ୍ଟରନାଲ୍ ପରୀକ୍ଷା କେବଳ ଥରେ ଓ ପ୍ରଥମ ପରୀକ୍ଷା ପୂର୍ବରୁ ହେବ ବୋଲି ସ୍ପଷ୍ଟ କରାଯାଇଛି।
ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ନୂତନ ପଦକ୍ଷେପ ପିଲାଙ୍କୁ ଚାପମୁକ୍ତ କରିବ। କୌଣସି କାରଣରୁ ପରୀକ୍ଷା ଖରାପ ହେଲେ ପୂର୍ବରୁ ପିଲାମାନଙ୍କୁ ବର୍ଷଟିଏ ଅପେକ୍ଷା କରିବାକୁ ପଡୁଥିଲା। ମାତ୍ର ତ୍ୱରିତ ପରୀକ୍ଷା ହେଲେ ଛାତ୍ରଛାତ୍ରୀଙ୍କ ଶିକ୍ଷାବର୍ଷ ନଷ୍ଟ ହେବ ନାହିଁ। ଏହି ସଂଶୋଧନ ପାଇଁ ଗତ ଫେବୃଆରୀ ମାସରେ ଡ୍ରାଫ୍ଟ ନୋଟ୍ ଜାରି କରାଯାଇ ସମସ୍ତଙ୍କ ମତାମତ ଲୋଡ଼ାଯାଇଥିଲା। ବହୁ ମତକୁ ଅନୁଶୀଳନ କଲାପରେ ନୂତନ ନିଷ୍ପତ୍ତିକୁ ଅନୁମୋଦନ କରାଯାଇଛି ବୋଲି ପରୀକ୍ଷା ନିୟନ୍ତ୍ରକ ଶ୍ରୀ ଭରଦ୍ୱାଜ କହିଛନ୍ତି।