ବର୍ଷା ଉଜାଡିଦେଲା ସୁନାର ଫସଲ ,ଭିଜା ଧାନର କ୍ଷତିପୂରଣ ଦେବା ନେଇ ସରକାରଙ୍କୁ କଲେ ନିବେଦନ

କନକ ବ୍ୟୁରୋ: ଲଘୁଚାପ ଜନିତ ବର୍ଷା ଯୋଗୁଁ ଭାଙ୍ଗିଯାଇଛି ଚାଷୀଙ୍କ ମେରୁଦଣ୍ଡ ।  ନଷ୍ଟ ହୋଇଛି ଏକର ଏକର ଫସଲ। ସୁନାର ଫସଲକୁ ପାଣିରେ ଭାସୁଥିବା ଦେଖି ଚାଷୀର ଦେହ ସହୁନି। କଣ କରିବ କିପରି ରୁଣ ସୁଝିବ,  ସେହି ଚିନ୍ତାରେ ପଡିଛନ୍ତି ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଚାଷୀ। ଏବେ ଧାନ ଅମଳର ସମୟ। ଏହି ସମୟରେ ଚାଷୀ ଧାନକୁ ଜମିରୁ କାଟି ଖଳା ମୁଣ୍ଡରେ ଗଦା କରି ରଖିଥାଏ  ।  ନଚେତ୍ ମଣ୍ଡିରେ ବିକ୍ରି କରିଥାଏ ।  ହେଲେ ଚଳିତ ବର୍ଷ ଏପର୍ଯ୍ୟନ୍ତ ଗଂଜାମରେ ଧାନ ମଣ୍ଡି ଖୋଲି ନାହିଁ। ତେଣୁ ମଣ୍ଡି ଖୋଲିଲେ ଧାନକୁ ଅମଳ କରି ଘରକୁ ଆଣିବା ପାଇଁ ଚାଷି ମାନେ ଖଳାରେ ଧାନକୁ ଗଦା କରି ରଖିଥିଲେ । କିନ୍ତୁ ତାହା ଏବେ ପାଣିରେ ଭିଜୁଛି ।   ଏ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ଅଦିନିଆ ବର୍ଷା ର କ୍ଷୟକ୍ଷତି ଆକଳନ ହେବ , ଚାଷୀମାନଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ମିଳିବ। ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି  ।  ତେବେ ବର୍ଷା ଯୋଗୁଁ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ କ୍ଷୟକ୍ଷତି ଆକଳନ ସରିନାହିଁ । କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ତୁରନ୍ତ କ୍ଷତିପୂରଣ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି       

ବର୍ଷା ଉଜାଡିଦେଲା ସୁନାର ଫସଲ ,ଭିଜା ଧାନର କ୍ଷତିପୂରଣ ଦେବା ନେଇ ସରକାରଙ୍କୁ କଲେ ନିବେଦନ

କନକ ବ୍ୟୁରୋ: ଲଘୁଚାପ ଜନିତ ବର୍ଷା ଯୋଗୁଁ ଭାଙ୍ଗିଯାଇଛି ଚାଷୀଙ୍କ ମେରୁଦଣ୍ଡ ।  ନଷ୍ଟ ହୋଇଛି ଏକର ଏକର ଫସଲ। ସୁନାର ଫସଲକୁ ପାଣିରେ ଭାସୁଥିବା ଦେଖି ଚାଷୀର ଦେହ ସହୁନି। କଣ କରିବ କିପରି ରୁଣ ସୁଝିବ,  ସେହି ଚିନ୍ତାରେ ପଡିଛନ୍ତି ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଚାଷୀ। ଏବେ ଧାନ ଅମଳର ସମୟ। ଏହି ସମୟରେ ଚାଷୀ ଧାନକୁ ଜମିରୁ କାଟି ଖଳା ମୁଣ୍ଡରେ ଗଦା କରି ରଖିଥାଏ  ।  ନଚେତ୍ ମଣ୍ଡିରେ ବିକ୍ରି କରିଥାଏ । 

ହେଲେ ଚଳିତ ବର୍ଷ ଏପର୍ଯ୍ୟନ୍ତ ଗଂଜାମରେ ଧାନ ମଣ୍ଡି ଖୋଲି ନାହିଁ। ତେଣୁ ମଣ୍ଡି ଖୋଲିଲେ ଧାନକୁ ଅମଳ କରି ଘରକୁ ଆଣିବା ପାଇଁ ଚାଷି ମାନେ ଖଳାରେ ଧାନକୁ ଗଦା କରି ରଖିଥିଲେ । କିନ୍ତୁ ତାହା ଏବେ ପାଣିରେ ଭିଜୁଛି ।   ଏ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ଅଦିନିଆ ବର୍ଷା ର କ୍ଷୟକ୍ଷତି ଆକଳନ ହେବ , ଚାଷୀମାନଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ମିଳିବ। ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି  ।  ତେବେ ବର୍ଷା ଯୋଗୁଁ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ କ୍ଷୟକ୍ଷତି ଆକଳନ ସରିନାହିଁ । କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ତୁରନ୍ତ କ୍ଷତିପୂରଣ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି