ବର୍ଷା ଓ ବଜ୍ରପାତ ରଚିଲା ବିତ୍ପାତ, ପାକିସ୍ତାନ ଓ ଆଫଗାନିସ୍ତାନରେ ଶତାଧିକ ମୃତ

ନୂଆଦିଲ୍ଲୀ ୧୭।୪ : ପାକିସ୍ତାନ ଓ ଆଫଗାନିସ୍ତାନରେ ବର୍ଷା ଓ ବଜ୍ରପାତ ବିତ୍ପାତ ରଚିଛି। ମଙ୍ଗଳବାର ହୋଇଥିବା ଝଡତୋଫାନ ଓ ବର୍ଷାରେ ପାକିସ୍ତାନରେ ଅନୁନ୍ୟ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ଅଧିକାରୀ କହିଛନ୍ତି। ସେହିପରି ଆଫାଗାନିସ୍ତାନ କର୍ତ୍ତୃପକ୍ଷ ୫୦ ମୃତ୍ୟୁ ପୁଷ୍ଟି କରିଛନ୍ତି। ଏଣୁ ଉପୁଜିଥିବା ପରିସ୍ଥିତିରେ ଜରୁରିକାଳୀନ ସେବାକୁ ଉଚ୍ଚ ସତର୍କତାରେ ରଖାଯାଇଛି। ପ୍ରାକୃତିକ ବିତ୍ପାତ ଯୋଗୁ ପାକିସ୍ତାନରେ ଅଧିକାଂଶ ମୃତ୍ୟୁ ଖୈବରପୁକ୍ତନଖ୍ୱା ଓ ଉତ୍ତରପଶ୍ଚିମ ପ୍ରାନ୍ତରେ ହୋଇଛି। ମୁଶଳଧାର ବର୍ଷା ଓ ଅଚାନକ ବନ୍ୟା ଯୋଗୁ ଅନେକ ସ୍ଥାନରେ ଭୂ-ସ୍ଖଳନ ହୋଇଛି। ଉତ୍ତର-ପଶ୍ଚିମ ଓ ପୂର୍ବ ପଞ୍ଜାବରେ ବର୍ଷା ଯୋଗୁ ଅନେକ ଘର ଭଶୁଡି ପଡିଛି। ଫଳରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରୋଭିନସିଆଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି (ପିଡିଏମଏ) କହିଛନ୍ତି। ଏହା ଛଡା ଚଳିତ ସପ୍ତାହରେ  ଅଞ୍ଚଳରେ ଆହୁରି ବର୍ଷା ପୂର୍ବାନୁମାନ କରାଯାଇଛି। ପାକିସ୍ତାନ ରାଜଧାନୀ ଇସ୍ଲାମାବାଦରେ ମଧ୍ୟ ବର୍ଷା ହୋଇଛି। ତେବେ ଦକ୍ଷିଣ-ପଶ୍ଚିମ ବଲୁଚିସ୍ତାନ ପ୍ରାୋଭିନ୍ସରେ ହୋଇଥିବା ବର୍ଷା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଭୀଷଣ ବର୍ଷା ଯୋଗୁ ଉତ୍ତର-ପଶ୍ଚିମ ସହର ପେଶାବର ଓ ବଲୁଚିସ୍ତାନ ରାଜଧାନୀ କ୍ୱେଟାର ରାଜମାର୍ଗ ଜଳମଗ୍ନ ହୋଇଯାଇଛି। ଫଳରେ ଯାନବାହନ ଚଳାଚଳ ବାଧିତ ହୋଇଛି। ଜାତୀୟ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ (ଏନଡିଏମଏ) ପାଣିପାଗ ଖରାପ ରହିବା ନେ

ବର୍ଷା ଓ ବଜ୍ରପାତ ରଚିଲା ବିତ୍ପାତ, ପାକିସ୍ତାନ ଓ ଆଫଗାନିସ୍ତାନରେ ଶତାଧିକ ମୃତ

ନୂଆଦିଲ୍ଲୀ ୧୭।୪ : ପାକିସ୍ତାନ ଓ ଆଫଗାନିସ୍ତାନରେ ବର୍ଷା ଓ ବଜ୍ରପାତ ବିତ୍ପାତ ରଚିଛି। ମଙ୍ଗଳବାର ହୋଇଥିବା ଝଡତୋଫାନ ଓ ବର୍ଷାରେ ପାକିସ୍ତାନରେ ଅନୁନ୍ୟ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ଅଧିକାରୀ କହିଛନ୍ତି। ସେହିପରି ଆଫାଗାନିସ୍ତାନ କର୍ତ୍ତୃପକ୍ଷ ୫୦ ମୃତ୍ୟୁ ପୁଷ୍ଟି କରିଛନ୍ତି। ଏଣୁ ଉପୁଜିଥିବା ପରିସ୍ଥିତିରେ ଜରୁରିକାଳୀନ ସେବାକୁ ଉଚ୍ଚ ସତର୍କତାରେ ରଖାଯାଇଛି। ପ୍ରାକୃତିକ ବିତ୍ପାତ ଯୋଗୁ ପାକିସ୍ତାନରେ ଅଧିକାଂଶ ମୃତ୍ୟୁ ଖୈବରପୁକ୍ତନଖ୍ୱା ଓ ଉତ୍ତରପଶ୍ଚିମ ପ୍ରାନ୍ତରେ ହୋଇଛି। 

ମୁଶଳଧାର ବର୍ଷା ଓ ଅଚାନକ ବନ୍ୟା ଯୋଗୁ ଅନେକ ସ୍ଥାନରେ ଭୂ-ସ୍ଖଳନ ହୋଇଛି। ଉତ୍ତର-ପଶ୍ଚିମ ଓ ପୂର୍ବ ପଞ୍ଜାବରେ ବର୍ଷା ଯୋଗୁ ଅନେକ ଘର ଭଶୁଡି ପଡିଛି। ଫଳରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରୋଭିନସିଆଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି (ପିଡିଏମଏ) କହିଛନ୍ତି। ଏହା ଛଡା ଚଳିତ ସପ୍ତାହରେ  ଅଞ୍ଚଳରେ ଆହୁରି ବର୍ଷା ପୂର୍ବାନୁମାନ କରାଯାଇଛି। ପାକିସ୍ତାନ ରାଜଧାନୀ ଇସ୍ଲାମାବାଦରେ ମଧ୍ୟ ବର୍ଷା ହୋଇଛି। ତେବେ ଦକ୍ଷିଣ-ପଶ୍ଚିମ ବଲୁଚିସ୍ତାନ ପ୍ରାୋଭିନ୍ସରେ ହୋଇଥିବା ବର୍ଷା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି। 

ଭୀଷଣ ବର୍ଷା ଯୋଗୁ ଉତ୍ତର-ପଶ୍ଚିମ ସହର ପେଶାବର ଓ ବଲୁଚିସ୍ତାନ ରାଜଧାନୀ କ୍ୱେଟାର ରାଜମାର୍ଗ ଜଳମଗ୍ନ ହୋଇଯାଇଛି। ଫଳରେ ଯାନବାହନ ଚଳାଚଳ ବାଧିତ ହୋଇଛି। ଜାତୀୟ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ (ଏନଡିଏମଏ) ପାଣିପାଗ ଖରାପ ରହିବା ନେଇ ପୂର୍ବାନୁମାନ ମଧ୍ୟରେ ଜରୁରିକାଳୀନ ସେବାକୁ ଆଲର୍ଟ ମୋଡରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଆଫଗାନିସ୍ତାନରେ ବର୍ଷା ଯୋଗୁ ଉପୁଜିଥିବା ବନ୍ୟା କାଳୀନ ପରିସ୍ଥିତି ଯୋଗୁ ଅନୁନ୍ୟ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୬ ଜଣ ଆହତ ହୋଇଥିବା ଆଫଗାନିସ୍ତାନ ଜାତୀୟ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ ସୂଚିତ କରିଛନ୍ତି।  

ଏହା ପୂର୍ବରୁ ତାଲିବାନ ଅଧିକାରୀମାନେ କହିଥିଲେ ଯେ ବର୍ଷା ଓ ବଜ୍ରପାତରେ ୬୦୦ରୁ ଅଧିକ ଘର ନଷ୍ଟ ହୋଇଯାଇଛି। ସେହିପରି ୨୦୦ରୁ ଅଧିକ ପଶୁଧନ କ୍ଷତିଗ୍ରସ୍ତ ହୋଇଛି। ଏହା ଛଡା ବିସ୍ତିର୍ଣ୍ଣ କୃଷି ଭୂମି ଓ ପାଖାପାଖି ୮୫ କିଲୋମିଟର (୫୩) ମାଇଲ ସଡ଼କ ବର୍ଷାରେ ଧୋଇଯାଇଛି। ଝଡ଼ତୋଫାନ ଓ ବର୍ଷା ଆଗକୁ ବି ଜାରି ରହିପାରେ। ଏଣୁ କ୍ଷୟକ୍ଷତି ପରିମାଣ ବଢିବ ବୋଲି ତାଲିବାନ ଅଧିକାରୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।