ବର୍ଷା ଦିନରେ ଚାଲିଛି ଡ୍ରେନ କାମ: ଟ୍ରାଫିକ ପୋଲିସ ନୟାନ୍ତ

କେନ୍ଦୁଝର,୩।୭:(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଡ୍ରେନେଜ ବ୍ୟବସ୍ଥା ଶୋଚନୀୟ ହୋଇପଡିଛି। ତ୍ରୁଟିପୂର୍ଣ୍ଣ ଡ୍ରେନ ପାଇଁ ସହରବାସୀ ହିନସ୍ତା ହୋଇ ଆସୁଛନ୍ତି। ଫଳରେ ବହୁ ଅର୍ଥ ବ୍ୟୟ ସତ୍ତ୍ୱେ ଡ୍ରେନେଜ ବ୍ୟବସ୍ଥାରେ ସୁଧାର ହୋଇ ପାରୁନାହିଁ। ତ୍ରୁଟିପୂଣ୍ଣ ଡ୍ରେନେଜ ନିର୍ମାଣ କାର୍ଯ୍ୟ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଡ୍ରେନେଜ ସମସ୍ୟା ସମାଧାନ ହୋଇ ପାରୁନାହିଁ ବରଂ ସରକାରୀ ଅର୍ଥର ବ୍ୟାପକ ଅପବ୍ୟୟ ହେଉଛି। ଏଭଳି ଏକ ଦୃଷ୍ଟାନ୍ତ କେନ୍ଦୁଝର ସହର ଗାନ୍ଧୀ ଛକ ନିକଟରେ […] The post ବର୍ଷା ଦିନରେ ଚାଲିଛି ଡ୍ରେନ କାମ: ଟ୍ରାଫିକ ପୋଲିସ ନୟାନ୍ତ appeared first on Dharitri Odia News.

ବର୍ଷା ଦିନରେ ଚାଲିଛି ଡ୍ରେନ କାମ: ଟ୍ରାଫିକ ପୋଲିସ ନୟାନ୍ତ

କେନ୍ଦୁଝର,୩।୭:(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଡ୍ରେନେଜ ବ୍ୟବସ୍ଥା ଶୋଚନୀୟ ହୋଇପଡିଛି। ତ୍ରୁଟିପୂର୍ଣ୍ଣ ଡ୍ରେନ ପାଇଁ ସହରବାସୀ ହିନସ୍ତା ହୋଇ ଆସୁଛନ୍ତି। ଫଳରେ ବହୁ ଅର୍ଥ ବ୍ୟୟ ସତ୍ତ୍ୱେ ଡ୍ରେନେଜ ବ୍ୟବସ୍ଥାରେ ସୁଧାର ହୋଇ ପାରୁନାହିଁ। ତ୍ରୁଟିପୂଣ୍ଣ ଡ୍ରେନେଜ ନିର୍ମାଣ କାର୍ଯ୍ୟ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଡ୍ରେନେଜ ସମସ୍ୟା ସମାଧାନ ହୋଇ ପାରୁନାହିଁ ବରଂ ସରକାରୀ ଅର୍ଥର ବ୍ୟାପକ ଅପବ୍ୟୟ ହେଉଛି।

ଏଭଳି ଏକ ଦୃଷ୍ଟାନ୍ତ କେନ୍ଦୁଝର ସହର ଗାନ୍ଧୀ ଛକ ନିକଟରେ ନିର୍ମାଣଧୀନ ଡ୍ରେନେଜ କାମରୁ ସ୍ପଷ୍ଟ ଜଣାପଡୁଛି। ପୂର୍ତ୍ତ ବିଭାଗ ଅଧୀନରେ ପାଖାପାଖି ୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ଡ୍ରେନ କାମ ବିଭାଗୀୟ ଯନ୍ତ୍ରୀଙ୍କ ନାମରେ ଏକ ଠିକା ସଂସ୍ଥା କାମ କରୁଛି। ବାରମ୍ବାର ଡ୍ରେନ ପାଇଁ ମାଟି ଖୋଳାଯାଉଛି ଏବଂ ପୁଣି ପୋତା ଯାଉଛି। ଫଳରେ ଅଯଥା ସରକାରୀ ଅର୍ଥ ବରବାଦ କରାଯାଉଥିବା ବେଳେ ଲୋକଙ୍କ ସମସ୍ୟା ବଢୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଛି। ତେବେ ନିର୍ଦ୍ଧାରିତ ସମୟରେ ଡ୍ରେନ କାମ ସରୁ ନ ଥିବାରୁ ଖର୍ଚ୍ଚ ପରିମାଣ ବଢୁଛି ଏବଂ ଲୋକଙ୍କ ସମସ୍ୟା ବଢୁଛି ବୋଲି ମତପ୍ରକାଶ ପାଉଛି। ଅନ୍ୟ ପକ୍ଷରେ ତ୍ରୁଟିପୂର୍ଣ ଡ୍ରେନ କାମ ଯୋଗୁ ଆଗାମୀ ଦିନରେ ସମସ୍ୟା କମିବା ବଦଳରେ ବଢିବା ଆଶଙ୍କା ରହୁଥିବାରୁ ସ୍ଥାନୀୟ ଲୋକ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।
ଉକ୍ତ ଡ୍ରେନ ସିଧା ସଳଖ ନିର୍ମାଣ କରା ନ ଯାଇ ଏବେ ତ୍ରୁଟିକୁ ସୁଧାରିବା ପାଇଁ ଏବଂ ଭୁଲକାମ ବାବଦରେ ହୋଇଥିବା ଖର୍ଚ୍ଚ ଅର୍ଥ ଉଠାଇବା ପାଇଁ ଡ୍ରେନ କାମ ବଙ୍କା କରାଯାଉଥିବା ଅଭିଯୋଗ ହେଉଛି।

ସେହିପରି ବର୍ଷା ଦିନରେ କାମ ଆରମ୍ଭ କରାଯାଉଥିବାରୁ ରାସ୍ତା ଖୋଳା ଯାଇଥିବା ଯାତାୟତ ରେ ସମ୍ଯଯା ସୃଷ୍ଟି ହେବା ସହ ମାଟିରେ ଦବି ଗାଡି ଫସୁଛି। ଆଜି ଡ୍ରେନ କାଦୁଅରେ ଏକ ଟ୍ରକ ଫସି ଯାଇଥିଲା। ବହୁ ଉଦ୍ୟମ ପରେ ଉଠାଯାଇଥିଲା। ଚାରିଆଡେ କାଦୁଅ ହୋଇ ରହିଥିବାରୁ ଦୁର୍ଘଟଣା ଆଶଙ୍କା ରହୁଛି। ସେହିପରି ଟ୍ରାଫିକ ନିୟନ୍ତ୍ରଣରେ ନିୟୋଜିତ ପୋଲିସ ବିଭାଗ କର୍ମଚାରୀ ମାନେ ମଧ୍ୟ ପାଣି କାଦୁଅରେ ଟ୍ରାଫିକ ନିୟନ୍ତ୍ରଣ କରିବାକୁ ନୟାନ୍ତ ହୋଇପଡୁଛନ୍ତି।

The post ବର୍ଷା ଦିନରେ ଚାଲିଛି ଡ୍ରେନ କାମ: ଟ୍ରାଫିକ ପୋଲିସ ନୟାନ୍ତ appeared first on Dharitri Odia News.