ବର୍ଷା ଧୋଇନେଲା ରାଜଧାନୀ: ରାତି ପାହିଲା ବେଳକୁ ନେତା ମନ୍ତ୍ରୀଙ୍କ ଘରେ ପାଣି

ନୂଆଦିଲ୍ଲୀ: ରାତିରେ ଶୋଇଥିବା ବେଳେ ନେତା ମନ୍ତ୍ରୀଙ୍କ ଘରେ ପଶିଲା ପାଣି। ସକାଳୁ ଉଠିଲା ବେଳକୁ ବିଦ୍ୟୁତ ଚାଲିଯିବା ସହ ପଲଙ୍କ, ଚୌକି ଓ ଆସବାବପତ୍ର ସବୁ ପାଣି ଘେରରେ। ଏହି ଅବସ୍ଥା କେଉଁ ଉପାନ୍ତ ଅଞ୍ଚଳର ନୁହେଁ କି ଏହି ନେତାମାନେ ଗାଁ ସରପଞ୍ଚ କି ୱାର୍ଡ ମେମ୍ବର ନୁହଁନ୍ତି, ଖୋଦ୍‌ ରାଜଧାନୀ ଦିଲ୍ଲୀର ଅବସ୍ଥା ଏମିତି। ଦିଲ୍ଲୀର ବର୍ଷା ପାଣି ସାଂସଦମାନଙ୍କ ସରକାରୀ ବାସଭବନରେ ପଶିଯାଇଛି। ଫଳରେ ସାଂସଦ ଓ ମନ୍ତ୍ରୀ ବଡ଼ ହିନସ୍ତା ହୋଇଛନ୍ତି। ସଂସଦ ଯିବାକୁ କାହାକୁ ଟେକି ଟେକି କାନ୍ଧରେ ବୋହି ଗାଡ଼ି ପର୍ଯ୍ୟନ୍ତ ଆଣିବାକୁ ପଡ଼ିଥିଲା ତ ଆଉ କିଏ ଅତି ସନ୍ତର୍ପଣରେ ଘରୁ ବାହାରି ସଂସଦ ଯାଇଥିଲେ। ଦିଲ୍ଲୀରେ ବର୍ଷା ପାଣି ନିଷ୍କାସନ ନେଇ ଉତ୍ତମ ବ୍ୟବସ୍ଥା ନଥିବାରୁ ପାଣି ଜମି ରହି ଏପରି ପରିସ୍ଥିତି ସୃଷ୍ଟି ହେଉଛି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କଂଗ୍ରେସ ବରିଷ୍ଠ ସାଂସଦ ଶଶି ଥରୁର। ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ ଶେୟାର କରି ଥରୁର ଲେଖିଛନ୍ତି ଯେ ତାଙ୍କ ସମ୍ପୂର୍ଣ୍ଣ ଘରେ ଏକ ଫୁଟ ଉଚ୍ଚାର ପାଣି ପଶିଯାଇଛି। କାରପେଟ ଓ ଫର୍ଣ୍ଣିଚର ସବୁ ନଷ୍ଟ ହୋଇଯାଇଛି। ଥିରୁଭନନ୍ତପୁରମ ସାଂସଦ ଏକ୍ସରେ ଲେଖିଛନ୍ତି “ ସକାଳୁ ଉଠିଲା ପରେ ମୋ ଘରର ପ୍ରତ୍ୟୋକ ରୁମ ଏକ ଫୁଟ ପାଣିରେ ବୁଡ଼ି ରହିଥିଲା। କାରପେଟ ଓ ଫର୍ଣ୍ଣିଚର ଯାହା ତଳେ ଥୁଆ ହୋଇଥିଲା ସବୁ ନଷ୍ଟ ହୋଇଯାଇଥିଲା।”ବର୍ଷା ଯୋଗୁ ନାଳ ବନ୍ଦ ହୋଇଯିବାରୁ ପାଣି

ବର୍ଷା ଧୋଇନେଲା ରାଜଧାନୀ: ରାତି ପାହିଲା ବେଳକୁ ନେତା ମନ୍ତ୍ରୀଙ୍କ ଘରେ ପାଣି

ନୂଆଦିଲ୍ଲୀ: ରାତିରେ ଶୋଇଥିବା ବେଳେ ନେତା ମନ୍ତ୍ରୀଙ୍କ ଘରେ ପଶିଲା ପାଣି। ସକାଳୁ ଉଠିଲା ବେଳକୁ ବିଦ୍ୟୁତ ଚାଲିଯିବା ସହ ପଲଙ୍କ, ଚୌକି ଓ ଆସବାବପତ୍ର ସବୁ ପାଣି ଘେରରେ। ଏହି ଅବସ୍ଥା କେଉଁ ଉପାନ୍ତ ଅଞ୍ଚଳର ନୁହେଁ କି ଏହି ନେତାମାନେ ଗାଁ ସରପଞ୍ଚ କି ୱାର୍ଡ ମେମ୍ବର ନୁହଁନ୍ତି, ଖୋଦ୍‌ ରାଜଧାନୀ ଦିଲ୍ଲୀର ଅବସ୍ଥା ଏମିତି। ଦିଲ୍ଲୀର ବର୍ଷା ପାଣି ସାଂସଦମାନଙ୍କ ସରକାରୀ ବାସଭବନରେ ପଶିଯାଇଛି। ଫଳରେ ସାଂସଦ ଓ ମନ୍ତ୍ରୀ ବଡ଼ ହିନସ୍ତା ହୋଇଛନ୍ତି।
 ସଂସଦ ଯିବାକୁ କାହାକୁ ଟେକି ଟେକି କାନ୍ଧରେ ବୋହି ଗାଡ଼ି ପର୍ଯ୍ୟନ୍ତ ଆଣିବାକୁ ପଡ଼ିଥିଲା ତ ଆଉ କିଏ ଅତି ସନ୍ତର୍ପଣରେ ଘରୁ ବାହାରି ସଂସଦ ଯାଇଥିଲେ। ଦିଲ୍ଲୀରେ ବର୍ଷା ପାଣି ନିଷ୍କାସନ ନେଇ ଉତ୍ତମ ବ୍ୟବସ୍ଥା ନଥିବାରୁ ପାଣି ଜମି ରହି ଏପରି ପରିସ୍ଥିତି ସୃଷ୍ଟି ହେଉଛି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କଂଗ୍ରେସ ବରିଷ୍ଠ ସାଂସଦ ଶଶି ଥରୁର। 

ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ ଶେୟାର କରି ଥରୁର ଲେଖିଛନ୍ତି ଯେ ତାଙ୍କ ସମ୍ପୂର୍ଣ୍ଣ ଘରେ ଏକ ଫୁଟ ଉଚ୍ଚାର ପାଣି ପଶିଯାଇଛି। କାରପେଟ ଓ ଫର୍ଣ୍ଣିଚର ସବୁ ନଷ୍ଟ ହୋଇଯାଇଛି। ଥିରୁଭନନ୍ତପୁରମ ସାଂସଦ ଏକ୍ସରେ ଲେଖିଛନ୍ତି “ ସକାଳୁ ଉଠିଲା ପରେ ମୋ ଘରର ପ୍ରତ୍ୟୋକ ରୁମ ଏକ ଫୁଟ ପାଣିରେ ବୁଡ଼ି ରହିଥିଲା। କାରପେଟ ଓ ଫର୍ଣ୍ଣିଚର ଯାହା ତଳେ ଥୁଆ ହୋଇଥିଲା ସବୁ ନଷ୍ଟ ହୋଇଯାଇଥିଲା।”ବର୍ଷା ଯୋଗୁ ନାଳ ବନ୍ଦ ହୋଇଯିବାରୁ ପାଣି ନିଷ୍କାସନ ହୋଇପାରୁ ନଥିଲା। ଲୋକଙ୍କୁ ବିଦ୍ୟୁତ ଆଘାତ ଲାଗି ବୋଲି ସକାଳ ୬ରୁ ବିଦ୍ୟୁତ କଟାଯାଇଥିଲା। ରାସ୍ତାରେ ପାଣି ଜମିଯାଇଥିଲେ ବି ବହୁ କଷ୍ଟରେ ମୁଁ ସଂସଦରେ ପହଞ୍ଚିଥିଲି ବୋଲି ଥରୁର କହିଛନ୍ତି। 

ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ୮୮ ବର୍ଷର ରେକର୍ଡ   ଭାଙ୍ଗିଛି। ଗତ ୨୪ ଘଣ୍ଟାରେ ୨୮୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜୁନ ମାସରେ ଗତ ୮୮ ବର୍ଷରେ କେବେ ବି ଏତେ ପରିମାଣରେ  ବର୍ଷା ହୋଇ ନଥିଲା। ପ୍ରବଳ ବର୍ଷା ଯୋଗୁ ସାଧାରଣ ଲୋକ ଯାହା ହିନସ୍ତା ହେଉଛନ୍ତି ତାହା ଅଲଗା କଥା ହେଲା ନେତାମାନେ ସହର ବିକାଶ ଦିଗରେ ଯେଉଁ ଅବହେଳା କରିଛନ୍ତି ତାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ୁଛି। କେବଳ ଶଶି ଥରୁର ନୁହଁନ୍ତି ସମାଜବାଦୀ ପାର୍ଟି ସାଂସଦ ରାମ ଗୋପାଳ ଯାଦବଙ୍କୁ ମଧ୍ୟ ହିନସ୍ତା ହେବାକୁ ପଡ଼ିଥିଲା। ସଂସଦ ଯିବା ପାଇଁ ତାଙ୍କ କର୍ମୀମାନେ ରାମ ଗୋପାଳ ଯାଦବଙ୍କୁ କାନ୍ଧରେ ବସାଇ ସିଧା ଗାଡ଼ିରେ ବସାଇଥିଲେ। ଏହାପରେ ସେ ସଂସଦ ଯାଇପାରିଥିଲେ।   

ତାଙ୍କର ସମ୍ପୂର୍ଣ୍ଣ ବଙ୍ଗାଳାରେ ବର୍ଷା ପାଣି ପଶିଯାଇଥିଲା। ଏନେଇ ସେ କହିଛନ୍ତି ଯେ ସେ ଏବେ ଦୁଇ ଦିନ ତଳେ ଚଟଣାର ମରାମତି କରାଇଥିଲେ। ହେଲେ ବର୍ଷା ପାଣି ଯୋଗୁ ଲକ୍ଷ ଲକ୍ଷ ଟଙ୍କା କ୍ଷତି ହୋଇଯାଇଛି ବୋଲି ସପା ସାଂସଦ କହିଛନ୍ତି। ଏନେଇ ରାମ ଗୋପାଳ ଯାଦବ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନରକୁ ସମାଲୋଚନା କରି କହିଛନ୍ତି ଯେ ସେ ଭୋର ୪ଟା ସମୟରେ ବିଭାଗକୁ କଲ୍ କରି ଘରୁ ଜଳ ନିଷ୍କାସନ କଥା କହିଥିଲେ। ପମ୍ପ ଯୋଗେ ପାଣି ବାହାର କରିବାକୁ କହିଥିଲେ। ଦିଲ୍ଲୀ ଜଳ ଯୋଗାଣ ମନ୍ତ୍ରୀ ଅତିଶୀଙ୍କ ଘରେ ବି ପାଣି ପଶିଯାଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।