ବର୍ଷା ପରେ ବେଙ୍ଗାଲୁରୁ ରାସ୍ତାରେ ରହସ୍ୟମୟ ଧଳା ଫେଣର ଚାଦର: ଭିଡିଓ ଭାଇରାଲ୍
ବେଙ୍ଗାଲୁରୁ,୨୩।୩: ସପ୍ତାହ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ପରେ ଶେଷରେ ବର୍ଷା ବେଙ୍ଗାଲୁରୁ ବାସିନ୍ଦାଙ୍କ ପାଇଁ ଟିକିଏ ଆଶ୍ୱସ୍ତି ଆଣିଛି। ପ୍ରବଳ ପବନ ଏବଂ ବର୍ଷା ଅନେକ ଅଞ୍ଚଳରେ ପ୍ରବାହିତ ହୋଇ ବାୟୁମଣ୍ଡଳକୁ ଥଣ୍ଡା କରି ଦେଇଛି। ଏହାରି ମଧ୍ୟରେ ଏକ ଅସାଧାରଣ ଘଟଣା ନାଗରିକଙ୍କୁ ବିସ୍ମିତ କରିଛି। ବର୍ଷା ପରେ ବେଙ୍ଗାଲୁରୁ ରାସ୍ତାରେ ଧଳା ଫେଣ ରହସ୍ୟମୟ ଭାବରେ ଖେଳି ଯାଇଥିଲା। ଏହି ଅଜବ ଦୃଶ୍ୟକୁ କଏଦ କରିଥିବା ଏକ ଭିଡିଓ ଏବେ ଇନଷ୍ଟାଗ୍ରାମରେ ଭାଇରାଲ […] The post ବର୍ଷା ପରେ ବେଙ୍ଗାଲୁରୁ ରାସ୍ତାରେ ରହସ୍ୟମୟ ଧଳା ଫେଣର ଚାଦର: ଭିଡିଓ ଭାଇରାଲ୍ appeared first on Dharitri Odia News.
ବେଙ୍ଗାଲୁରୁ,୨୩।୩: ସପ୍ତାହ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ପରେ ଶେଷରେ ବର୍ଷା ବେଙ୍ଗାଲୁରୁ ବାସିନ୍ଦାଙ୍କ ପାଇଁ ଟିକିଏ ଆଶ୍ୱସ୍ତି ଆଣିଛି। ପ୍ରବଳ ପବନ ଏବଂ ବର୍ଷା ଅନେକ ଅଞ୍ଚଳରେ ପ୍ରବାହିତ ହୋଇ ବାୟୁମଣ୍ଡଳକୁ ଥଣ୍ଡା କରି ଦେଇଛି। ଏହାରି ମଧ୍ୟରେ ଏକ ଅସାଧାରଣ ଘଟଣା ନାଗରିକଙ୍କୁ ବିସ୍ମିତ କରିଛି। ବର୍ଷା ପରେ ବେଙ୍ଗାଲୁରୁ ରାସ୍ତାରେ ଧଳା ଫେଣ ରହସ୍ୟମୟ ଭାବରେ ଖେଳି ଯାଇଥିଲା।
ଏହି ଅଜବ ଦୃଶ୍ୟକୁ କଏଦ କରିଥିବା ଏକ ଭିଡିଓ ଏବେ ଇନଷ୍ଟାଗ୍ରାମରେ ଭାଇରାଲ ହୋଇଛି। କିଛି ୟୁଜର ଏହି ଭିଡିଓକୁ ସୋସିଆଲ ମିଡିଆରେ ଶେଷ୍ୟର କରିଛନ୍ତି। ଯେଉଁଥିରେ ରାସ୍ତାରେ ଘନ ଧଳା ଫେଣ ବ୍ୟାପିଥିବା ଦେଖାଯାଉଛି। ଭିଡିଓର କ୍ୟାପିସନରେ ଲେଖା ଅଛି, “ଅପ୍ରତ୍ୟାଶିତ ବର୍ଷା ପରେ ରହସ୍ୟମୟ ଧଳା ଫେଣ ବେଙ୍ଗାଲୁରୁ ରାସ୍ତାଗୁଡ଼ିକୁ ଆଚ୍ଛାଦିତ କରିଛି। “କେହି ଜାଣନ୍ତି କ’ଣ ହେଉଛି? ଅପ୍ରତ୍ୟାଶିତ ଗ୍ରୀଷ୍ମ ବର୍ଷା ପରେ ବେଙ୍ଗାଲୁରୁର ରାସ୍ତାଗୁଡ଼ିକ ଏକ ଫୋମ ପାର୍ଟିରେ ପରିଣତ ହୋଇଛି!”
The post ବର୍ଷା ପରେ ବେଙ୍ଗାଲୁରୁ ରାସ୍ତାରେ ରହସ୍ୟମୟ ଧଳା ଫେଣର ଚାଦର: ଭିଡିଓ ଭାଇରାଲ୍ appeared first on Dharitri Odia News.
(@milanfied)