ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ, IPL 2025 ପ୍ଲେ ଅଫ୍‌ରୁ କୋଲକାତା ବିଦା

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ପୁଣି ଥରେ ଆରମ୍ଭ ହେଲା। ହେଲେ ବର୍ଷା ସବୁ ବିଗାଡ଼ି ଦେଲା। ବିନା ଟସ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ବାତିଲ ହୋଇଛି। ଆଉ ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି। ମ୍ୟାଚ୍ ରଦ୍ଦ ହେବା ଡିଫେଣ୍ଡିଂ ଚାମ୍ପିଅନ କେକେଆରକୁ ଟୁର୍ଣ୍ଣାମେଣ୍ଟରୁ ବିଦା କରାଇଛି। ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ଵାଧୀନ କେକେଆର ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି। ଏଥିସହ ଚତୁର୍ଥ ଦଳ ଭାବେ କେକେଆର ଚଳିତ ସିଜିନରୁ ବାଦ୍ ପଡ଼ିଛି। ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ, ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବାଦ ପଡ଼ି ସାରିଛନ୍ତି। କେକେଆର ୧୩ ମ୍ୟାଚ୍‌ରୁ ୧୨ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି। ଦଳ କେବଳ ୫ଟି ମ୍ୟାଚ୍ ଜାରି ପାରିଛି। ଦଳର ଦୁଇଟି ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ୍ ହୋଇଛି। ଶେଷ ଲିଗ୍ ମ୍ୟାଚ୍ ଜିତିଲେ ଦଳର ପଏଣ୍ଟ ୧୪ରେ ପହଞ୍ଚିବ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ଲେ ଅଫର ବହୁତ ନିକଟତର ହୋଇଛି।  ମ୍ୟାଚ୍ ବାତିଲ ହେବାରୁ ଦଳକୁ ଗୋଟିଏ ପଏଣ୍ଟ ମିଳିଛି। ଦଳ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚରୁ ୮ ଟିରେ ବିଜୟୀ ସହ ୧୭ ପଏଣ୍ଟ ଟେବୁଲରେ ଶୀର୍ଷକୁ ଉଠିଛି। ଆରସିବିର ଏବେ ବି ୨ଟି ମ୍ୟାଚ୍ ବାକି ଅଛି। କୋଲକାତା ନାଇଟ୍ ରାଇଡର୍ସ ପାଇଁ ବର୍ଷା ଖଳନାୟକ ପ୍ରମାଣିତ ହୋଇଛି। କେକେଆର ପାଇଁ ଏହି ମ୍ୟାଚ୍ ଜିତିବା ଗୁରୁତ୍ୱପୂର୍ଣ୍ଣ ଥିଲା କାରଣ ଆରିସ

ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ, IPL 2025 ପ୍ଲେ ଅଫ୍‌ରୁ କୋଲକାତା ବିଦା

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ପୁଣି ଥରେ ଆରମ୍ଭ ହେଲା। ହେଲେ ବର୍ଷା ସବୁ ବିଗାଡ଼ି ଦେଲା। ବିନା ଟସ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ବାତିଲ ହୋଇଛି। ଆଉ ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି। ମ୍ୟାଚ୍ ରଦ୍ଦ ହେବା ଡିଫେଣ୍ଡିଂ ଚାମ୍ପିଅନ କେକେଆରକୁ ଟୁର୍ଣ୍ଣାମେଣ୍ଟରୁ ବିଦା କରାଇଛି। ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ଵାଧୀନ କେକେଆର ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି। 

ଏଥିସହ ଚତୁର୍ଥ ଦଳ ଭାବେ କେକେଆର ଚଳିତ ସିଜିନରୁ ବାଦ୍ ପଡ଼ିଛି। ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ, ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବାଦ ପଡ଼ି ସାରିଛନ୍ତି। କେକେଆର ୧୩ ମ୍ୟାଚ୍‌ରୁ ୧୨ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି। ଦଳ କେବଳ ୫ଟି ମ୍ୟାଚ୍ ଜାରି ପାରିଛି। ଦଳର ଦୁଇଟି ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ୍ ହୋଇଛି। ଶେଷ ଲିଗ୍ ମ୍ୟାଚ୍ ଜିତିଲେ ଦଳର ପଏଣ୍ଟ ୧୪ରେ ପହଞ୍ଚିବ। 

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ଲେ ଅଫର ବହୁତ ନିକଟତର ହୋଇଛି।  ମ୍ୟାଚ୍ ବାତିଲ ହେବାରୁ ଦଳକୁ ଗୋଟିଏ ପଏଣ୍ଟ ମିଳିଛି। ଦଳ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚରୁ ୮ ଟିରେ ବିଜୟୀ ସହ ୧୭ ପଏଣ୍ଟ ଟେବୁଲରେ ଶୀର୍ଷକୁ ଉଠିଛି। ଆରସିବିର ଏବେ ବି ୨ଟି ମ୍ୟାଚ୍ ବାକି ଅଛି। କୋଲକାତା ନାଇଟ୍ ରାଇଡର୍ସ ପାଇଁ ବର୍ଷା ଖଳନାୟକ ପ୍ରମାଣିତ ହୋଇଛି। କେକେଆର ପାଇଁ ଏହି ମ୍ୟାଚ୍ ଜିତିବା ଗୁରୁତ୍ୱପୂର୍ଣ୍ଣ ଥିଲା କାରଣ ଆରିସିବକୁ ପରାସ୍ତ କରିଥିଲେ ଦଳର ପ୍ଲେଅଫ୍ ଆଶା ଉଜ୍ଜୀବିତ ରହି ପାରିଥାନ୍ତା। 

ଚାରୋଟି ଦଳ ବାଦ୍ ପଡ଼ିବା ପରେ ଏବେ ପ୍ଲେ ଅଫ୍ ଦୌଡ଼ରେ ଗୁଜରାଟ ଟାଇଟନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ପଞ୍ଜାବ କିଙ୍ଗ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ରହିଛନ୍ତି। ଏହି ଦଳ ମଧ୍ୟରେ ଆଗକୁ କଡ଼ା ଟକ୍କର ହେବାକୁ ଯାଉଛି।