ବର୍ଷା ଯୋଗୁ ସ୍ଥିତି ଅସମ୍ଭାଳ, ଆଜି ତିନି ଜିଲ୍ଲାରେ ସ୍କୁଲ ଛୁଟି

ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ଆଜି ଦୁଇ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି।

ବର୍ଷା ଯୋଗୁ ସ୍ଥିତି ଅସମ୍ଭାଳ, ଆଜି ତିନି ଜିଲ୍ଲାରେ ସ୍କୁଲ ଛୁଟି

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ତତ୍‌ ପରବର୍ତ୍ତୀ ଅବପାତ ଏବଂ ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ବିଭିନ୍ନ ସ୍ଥାନରେ ପରିସ୍ଥିତି ଅସମ୍ଭାଳ ହେଲାଣି। ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ଆଜି ତିନି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି।

ଏହି ତିନି ଜିଲ୍ଲା ହେଉଛି ମାଲକାନଗିରି, ଗଂଜାମ ଓ କୋରାପୁଟ। ପରିସ୍ଥିତିକୁ ନଜରରେ ରଖି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ।

ଆଜି ଏହି ତିନି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାର ସ୍କୁଲ ଛୁଟି ନେଇ ଗତକାଲି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଘୋଷଣା କରିଥିଲେ। ମାତ୍ର ପାଣିପାଗ ବିଭାଗ ପକ୍ଷରୁ ରେଡ ୱାର୍ଣ୍ଣିଂ ଜାରି କରାଯିବା ପରେ କୋରାପୁଟ ଜିଲ୍ଲାପାଳ ଆଜି ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି। 

ଅବପାତ ପ୍ରଭାବରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନା ପରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। କିନ୍ତୁ ସ୍କୁଲରେ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି।  

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସମ୍ଭାବ୍ୟ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରିବା ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିଛି ଜିଲ୍ଲାରେ ଓଡ୍ରାଫ ଓ ଏନଡିଆରଏଫ ଟିମକୁ ଷ୍ଟାଣ୍ଡବାଏରେ ରଖାଯାଇଥିବା ଜଣାପଡ଼ିଛି ।

ଦୁଇ ଦିନର ଅବିଶ୍ରାନ୍ତ ବର୍ଷା ପରେ ମାଲକାନଗିରି ଜିଲ୍ଲାରେ ଜଳ ପ୍ରଳୟ ଦେଖିବାକୁ ମିଳିଛି। ଜିଲ୍ଲାର ପୋଟେରୁ ଅଞ୍ଚଳ ପୂରା ଜଳାର୍ଣ୍ଣବ ହୋଇଯାଇଛି। ଏଠାରେ ୨୦୦ରୁ ଅଧିକ ଘର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ପୋଟେରୁ ନଦୀ ଭୟଙ୍କର ରୂପ ଧାରଣ କରିଥିବା ବେଳେ ପୋଟେରୁ ବ୍ରିଜ୍ ଉପରେ ୧୫ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି।

ତେବେ ରାଜ୍ୟରେ ବନ୍ୟା ସ୍ଥିତି ନ ଥିବା ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବ । ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂ।