ବର୍ଷା ଯୋଗୁଁ ଗଛ ତଳେ ନେଇଥିଲେ ଆଶ୍ରୟ, ବଜ୍ରପାତ ନେଲା ଜୀବନ

ଲମତାପୁଟ: ବର୍ଷା ଯୋଗୁଁ ଗଛ ତଳେ ନେଇଥିଲେ ଆଶ୍ରୟ, ହେଲେ ବଜ୍ରପାତ ନେଇଗଲା ଦୁଇ ଜଣକ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅସରଡ଼ା ଗାଁରେ। ସୂଚନା ଅନୁଯାୟୀ, ମାଛକୁଣ୍ଡ ଡ୍ୟାମ ଆରପାରିରେ ଥିବା ଓଡ଼ିଶା ସୀମାନ୍ତ ଆନ୍ଧ୍ର ପ୍ରଦେଶର ମୁଚିମପୁଟ ଥାନା ଅନ୍ତର୍ଗତ ଅସରଡ଼ା ଗାଁର ପାଙ୍ଗି ସୁକଦେବ ଓ ମାଲକାନଗିରି ଜିଲ୍ଲା ପେପରମେଟାଲ ଗାଁର ଖରା ଶୀତାରାମ ବର୍ଷା ଘଡ଼ଘଡ଼ି କାରଣରୁ ଏକ ଗଛ ତଳେ ଆଶ୍ରୟ ନେଇଥିଲେ । ମାତ୍ର ହଠାତ୍‌ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି।ତେବେ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।  

ବର୍ଷା ଯୋଗୁଁ ଗଛ ତଳେ ନେଇଥିଲେ ଆଶ୍ରୟ, ବଜ୍ରପାତ ନେଲା ଜୀବନ

ଲମତାପୁଟ: ବର୍ଷା ଯୋଗୁଁ ଗଛ ତଳେ ନେଇଥିଲେ ଆଶ୍ରୟ, ହେଲେ ବଜ୍ରପାତ ନେଇଗଲା ଦୁଇ ଜଣକ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅସରଡ଼ା ଗାଁରେ। 

ସୂଚନା ଅନୁଯାୟୀ, ମାଛକୁଣ୍ଡ ଡ୍ୟାମ ଆରପାରିରେ ଥିବା ଓଡ଼ିଶା ସୀମାନ୍ତ ଆନ୍ଧ୍ର ପ୍ରଦେଶର ମୁଚିମପୁଟ ଥାନା ଅନ୍ତର୍ଗତ ଅସରଡ଼ା ଗାଁର ପାଙ୍ଗି ସୁକଦେବ ଓ ମାଲକାନଗିରି ଜିଲ୍ଲା ପେପରମେଟାଲ ଗାଁର ଖରା ଶୀତାରାମ ବର୍ଷା ଘଡ଼ଘଡ଼ି କାରଣରୁ ଏକ ଗଛ ତଳେ ଆଶ୍ରୟ ନେଇଥିଲେ । ମାତ୍ର ହଠାତ୍‌ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି।ତେବେ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।