ବର୍ଷାଦିନେ ପିଲାଙ୍କ ପାକସ୍ଥଳୀ ସମସ୍ୟା
ବର୍ଷାଋତୁ ପିଲାମାନଙ୍କୁ କେବଳ ଚର୍ମ ଓ ଶ୍ବାସ ସମସ୍ୟାରେ ସଂକ୍ରମିତ କରେ ନାହିଁ, ବରଂ ଏହି ସମୟରେ ପିଲାଙ୍କ ପେଟଗୋଳମାଳ ସମସ୍ୟା ଅଧିକ ଦେଖିବାକୁ ମିଳେ। ଏହିଦିନେ ୩ରୁ ୧୦ ବର୍ଷ ବୟସର ପିଲାଙ୍କ ମଧ୍ୟରେ ପାକସ୍ଥଳୀ ସମ୍ବନ୍ଧୀୟ ସମସ୍ୟା ୪୦% ବୃଦ୍ଧି ପାଇଥାଏ। ଅପରିଷ୍କାର ପାଣି ଓ ଖାଦ୍ୟ ଯୋଗୁଁ ପିଲାଙ୍କ ଠାରେ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ (ଷ୍ଟୋମାକ ଫ୍ଲୁ), କଲେରା ଓ ଭାଇରାଲ ହେପାଟାଇଟିସ କାରଣରୁ ଜଣ୍ଡିସ ଓ ଟାଇଫଏଡ୍ ସମସ୍ୟା ଦେଖାଦିଏ। ରୋଗର ଲକ୍ଷଣ ଅନୁସାରେ […]

ବର୍ଷାଋତୁ ପିଲାମାନଙ୍କୁ କେବଳ ଚର୍ମ ଓ ଶ୍ବାସ ସମସ୍ୟାରେ ସଂକ୍ରମିତ କରେ ନାହିଁ, ବରଂ ଏହି ସମୟରେ ପିଲାଙ୍କ ପେଟଗୋଳମାଳ ସମସ୍ୟା ଅଧିକ ଦେଖିବାକୁ ମିଳେ। ଏହିଦିନେ ୩ରୁ ୧୦ ବର୍ଷ ବୟସର ପିଲାଙ୍କ ମଧ୍ୟରେ ପାକସ୍ଥଳୀ ସମ୍ବନ୍ଧୀୟ ସମସ୍ୟା ୪୦% ବୃଦ୍ଧି ପାଇଥାଏ। ଅପରିଷ୍କାର ପାଣି ଓ ଖାଦ୍ୟ ଯୋଗୁଁ ପିଲାଙ୍କ ଠାରେ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ (ଷ୍ଟୋମାକ ଫ୍ଲୁ), କଲେରା ଓ ଭାଇରାଲ ହେପାଟାଇଟିସ କାରଣରୁ ଜଣ୍ଡିସ ଓ ଟାଇଫଏଡ୍ ସମସ୍ୟା ଦେଖାଦିଏ। ରୋଗର ଲକ୍ଷଣ ଅନୁସାରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପିଲାର ଚିକିତ୍ସା କରାଇବା ଉଚିତ।
ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ (ଷ୍ଟୋମାକ ଫ୍ଲୁ) ହେଉଛି ନରୱାକ (ନରୋଭାଇରସ) ଓ ରୋଟାଭାଇରସ ଭଳି ଜୀବାଣୁ । ଏହି ଜୀବାଣୁ କାରଣରୁ ପିଲାଙ୍କ ହଜମ ପ୍ରକ୍ରିୟାରେ ଉତ୍ତେଜନା ଓ ପ୍ରଦାହ ହୋଇଥାଏ। ପରିଚ୍ଛନ୍ନତା ଅଭାବରୁ ଝାଡ଼ା, ପ୍ରଦୂଷିତ ଜଳରୁ ଭାଇରାଲ ଜ୍ୱର ହେପାଟାଇଟିସ୍ ସୃଷ୍ଟି ହୋଇପାରେ। ଜଣ୍ଡିସ ହେଉଛି ଆଉ ଏକ ଜଟିଳତା । ଏହା ଦ୍ୱାରା ତୀବ୍ର ଯକୃତ୍ ପ୍ରଭାବିତ ମଧ୍ୟ ହୋଇଥାଏ। ପେଟ ବ୍ୟଥା, ପେଟ ଫାମ୍ପିବା, ବାନ୍ତି , ଦୁର୍ବଳତା, ଜ୍ୱର, ତରଳ ଝାଡ଼ା ମଧ୍ୟ ଏହାର ଲକ୍ଷଣ ହୋଇପାରେ। ବିଶେଷ କରି ୩ରୁ ୧୦ ବର୍ଷ ମଧ୍ୟରେ ଥିବା ପିଲାମାନଙ୍କ ପ୍ରତି ଅଧିକ ବିପଦ ରହିଥାଏ।
ଏନେଇ ଭୁବନେଶ୍ୱର, ଅଙ୍କୁର ହସ୍ପିଟାଲର ପରାମର୍ଶଦାତା, ପେଡିଆଟ୍ରିକ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଓ ହେପାଟୋଲୋଜିଷ୍ଟ ଡା. କଳ୍ପନା ପଣ୍ଡାଙ୍କ କହିବାନୁଯାୟୀ ବର୍ଷାଦିନେ ପିଲାଙ୍କ ଚର୍ମ ଓ ଶ୍ୱାସ ସଂକ୍ରମଣ ପରି ପେଟ ଗୋଳମାଳ ସାଧାରଣ କଥା। ଅନ୍ୟ ଦିନ ତୁଳନାରେ ଏହି ଦିନେ ପିଲାଙ୍କ ଖାଦ୍ୟପେୟ, ପରିଚ୍ଛନ୍ନତା ଓ ଉପଯୁକ୍ତ ଯତ୍ନ ସହ ଯେକୌଣସି ସ୍ବାସ୍ଥ୍ୟ ସମସ୍ୟା ଦେଖÒବା ମାତ୍ରେ ତୁରନ୍ତ ଚିକିତ୍ସା ପ୍ରଦାନ ଜରୁରୀ। ସେମାନଙ୍କୁ ଫୁଟା ପାଣି ପିଇବାକୁ ଦେବା ସହ ଘରେ ୱାଟରପ୍ୟୁରିଫାୟର ଲଗାନ୍ତୁ। ପିଲାଙ୍କୁ ବାହାର ଖାଦ୍ୟ ଓ ପାଣି ପିଇବାକୁ ଦିଅନ୍ତୁନି। ସେହିପରି କଞ୍ଚା ବା ଅଳ୍ପ ରନ୍ଧା ଖାଦ୍ୟ ବଦଳରେ ଖାଦ୍ୟରେ ପ୍ରୋବାୟୋଟିକ୍ ଅନ୍ତର୍ଭୁକ୍ତ କରିବା ଭଲ। ସର୍ବଦା ପନିପରିବାକୁ ଭଲ ଭାବେ ଧୋଇ ରାନ୍ଧନ୍ତୁ। ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଲାଗି ଘରୋଇ ସନ୍ତୁଳିତ ଖାଦ୍ୟ ପ୍ରଦାନ କରିବା ସର୍ବୋତ୍ତମ। ଏହାସହିତ ପିଲାଙ୍କ ଶରୀରରେ ଉପଯୁକ୍ତ ଜଳୀୟ ଅଂଶ ବଜାୟ ରଖିବାକୁ ପ୍ରଚୁର ପାଣି ପିଇବାକୁ ଦିଅନ୍ତୁ। ଡାକ୍ତରଙ୍କ ବିନା ପରାମର୍ଶରେ ପିଲାକୁ କୌଣସି ଔଷଧ ଦିଅନ୍ତୁନାହିଁ।