ବର୍ଷାରେ ଉବୁଟୁବୁ ନିରାକାରପୁର, ଠିକ୍ରେ ନିଷ୍କାସନ ହୋଇପାରୁନି ବର୍ଷାଜଳ
ନିରାକାରପୁର,୨୯ା୬(ମାନସ ଚନ୍ଦ୍ର ପଟ୍ଟନାୟକ): ମୌସୁମୀ ପ୍ରଭାବରେ ଶୁକ୍ରବାରଠାରୁ ଲଗାଣ ବର୍ଷା ଲାଗିରହିଛି। ଏହାର ପ୍ରଭାବରେ ନିରାକାରପୁର ବଡ଼ବଜାରସ୍ଥିତ ନୂଆ ଜଗନ୍ନାଥ ସଡ଼କ ଭୂଷଣ୍ଡପୁରକୁ ସଂଯୋଗ କରୁଥିବା ରାସ୍ତାର ମଙ୍ଗଳା ବଜାରରେ ଡ୍ରେନେଜ୍ ଅଭାବରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ। ଫଳରେ ବର୍ଷାଜଳ ଜମା ହୋଇରହିଛି। ଯାହାଦ୍ୱାରା ଯାତାୟାତରେ ଘୋର ସମସ୍ୟା ଉପୁଜିଛି। ବିଶେଷକରି ସଡ଼କ ଯାତ୍ରୀଙ୍କଠାରୁ ଆରମ୍ଭ କରି ସ୍କୁଲ, କଲେଜ ଛାତ୍ରୀଛାତ୍ର ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଆଗରୁ ଜମି ରହୁଥିବା ପାଣି ନିଷ୍କାସନ […] The post ବର୍ଷାରେ ଉବୁଟୁବୁ ନିରାକାରପୁର, ଠିକ୍ରେ ନିଷ୍କାସନ ହୋଇପାରୁନି ବର୍ଷାଜଳ appeared first on Dharitri Odia News.
ନିରାକାରପୁର,୨୯ା୬(ମାନସ ଚନ୍ଦ୍ର ପଟ୍ଟନାୟକ): ମୌସୁମୀ ପ୍ରଭାବରେ ଶୁକ୍ରବାରଠାରୁ ଲଗାଣ ବର୍ଷା ଲାଗିରହିଛି। ଏହାର ପ୍ରଭାବରେ ନିରାକାରପୁର ବଡ଼ବଜାରସ୍ଥିତ ନୂଆ ଜଗନ୍ନାଥ ସଡ଼କ ଭୂଷଣ୍ଡପୁରକୁ ସଂଯୋଗ କରୁଥିବା ରାସ୍ତାର ମଙ୍ଗଳା ବଜାରରେ ଡ୍ରେନେଜ୍ ଅଭାବରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ। ଫଳରେ ବର୍ଷାଜଳ ଜମା ହୋଇରହିଛି। ଯାହାଦ୍ୱାରା ଯାତାୟାତରେ ଘୋର ସମସ୍ୟା ଉପୁଜିଛି। ବିଶେଷକରି ସଡ଼କ ଯାତ୍ରୀଙ୍କଠାରୁ ଆରମ୍ଭ କରି ସ୍କୁଲ, କଲେଜ ଛାତ୍ରୀଛାତ୍ର ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଆଗରୁ ଜମି ରହୁଥିବା ପାଣି ନିଷ୍କାସନ ହେଉଯାଉଥିବା ବେଳେ ଏବେ ଚାରିଆଡ଼େ ଘର ଓ ଦୋକାନ ହୋଇଯିବାରୁ ଏହା ଏବେ କୃତ୍ରିମ ନଦୀ ସୃଷ୍ଟି ହୋଇଛି। ଦୀର୍ଘ ସମୟ ଧରି ରାସ୍ତାରେ ପାଣି ଲହଡ଼ି ମାରିବାରୁ ଏହା ଉପର ଦେଇ ଯାଉଥିବା ଯାନବାହନର ପାଣି ଛିଟା ଉଭୟ ପାର୍ଶ୍ୱରେ ଥିବା ଦୋକାନୀ ଓ ବ୍ୟବସାୟୀଙ୍କ ଉପରେ ପଡୁଛି। ଫଳରେ ଅସନ୍ତୋଷ ପ୍ରକାଶ ପାଉଛି। ଏହି ବର୍ଷାଜଳ ଚଳାଚଳ ନିମନ୍ତେ ସବୁ ରାସ୍ତା ବନ୍ଦ ହୋଇଯାଇଥିବାରୁ ପାଣି ଜମା ହୋଇ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେବାର ପରିସ୍ଥିତିକୁ ଏଡ଼ାଇ ଦିଆଯାଇ ନ ପାରେ। ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ବ୍ୟବସାୟୀଙ୍କ ପାଇଁ ଏହା ଏକମାତ୍ର ଭରସାଯୋଗ୍ୟ ରାସ୍ତା ହୋଇଥିବାରୁ ତୁରନ୍ତ ଏଠାରେ ଡ୍ରେନ୍ ନିର୍ମାଣ ନିମନ୍ତେ ସ୍ଥାନୀୟବାସୀ ପ୍ରଶାସନକୁ ନିବେଦନ କରିଛନ୍ତି।
The post ବର୍ଷାରେ ଉବୁଟୁବୁ ନିରାକାରପୁର, ଠିକ୍ରେ ନିଷ୍କାସନ ହୋଇପାରୁନି ବର୍ଷାଜଳ appeared first on Dharitri Odia News.