ବର୍ଷାରେ ଭିଜିଲା ଧାନ: ସରକାର କିଣିବେ କି ନାହିଁ ଚିନ୍ତାରେ ଚାଷୀ

ପଦ୍ମପୁର,୧।୧୨(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଅଦିନିଆ ବର୍ଷା ଚାଷୀମାନଙ୍କ ମନୋବଳକୁ ଭାଙ୍ଗି ଦେଇଛି। ଅଧିକାଂଶ ଚାଷୀ ଧାନ ଅମଳ କରିସାରିଥିବା ବେଳେ କେତେକ ଚାଷୀଙ୍କ ଧାନ କଟା ସରି ନାହିଁ। ବର୍ଷା ଯୋଗୁ କ୍ଷେତରେ ଥିବା ଧାନ ଅମଳ ପରେ ରଙ୍ଗ ବଦଳି ଯାଇ ବିକ୍ରିଯୋଗ୍ୟ ହେବ ନାହିଁ। କେତେକ ଚାଷୀ ସଂଗୃହୀତ ଧାନ ଏଫ୍‌ଏକ୍ୟୁ ମାନ କରିବା ପାଇଁ ରାସ୍ତା, ଖଳା ଓ ଘର ବାହାର ଖୋଲା ଜାଗାରେ ଶୁଖାଇଥିଲେ। ଅଦିନିଆ ବର୍ଷା […] The post ବର୍ଷାରେ ଭିଜିଲା ଧାନ: ସରକାର କିଣିବେ କି ନାହିଁ ଚିନ୍ତାରେ ଚାଷୀ appeared first on Dharitri Odia News.

ବର୍ଷାରେ ଭିଜିଲା ଧାନ: ସରକାର କିଣିବେ କି ନାହିଁ ଚିନ୍ତାରେ ଚାଷୀ

ପଦ୍ମପୁର,୧।୧୨(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଅଦିନିଆ ବର୍ଷା ଚାଷୀମାନଙ୍କ ମନୋବଳକୁ ଭାଙ୍ଗି ଦେଇଛି। ଅଧିକାଂଶ ଚାଷୀ ଧାନ ଅମଳ କରିସାରିଥିବା ବେଳେ କେତେକ ଚାଷୀଙ୍କ ଧାନ କଟା ସରି ନାହିଁ। ବର୍ଷା ଯୋଗୁ କ୍ଷେତରେ ଥିବା ଧାନ ଅମଳ ପରେ ରଙ୍ଗ ବଦଳି ଯାଇ ବିକ୍ରିଯୋଗ୍ୟ ହେବ ନାହିଁ। କେତେକ ଚାଷୀ ସଂଗୃହୀତ ଧାନ ଏଫ୍‌ଏକ୍ୟୁ ମାନ କରିବା ପାଇଁ ରାସ୍ତା, ଖଳା ଓ ଘର ବାହାର ଖୋଲା ଜାଗାରେ ଶୁଖାଇଥିଲେ। ଅଦିନିଆ ବର୍ଷା ଯୋଗୁ ଧାନ ଭିଜିଯାଇଛି। ଶୁଖିଲା ଧାନ ଭିଜିଲା ପରେ ଧାନର ଶୁଷ୍କତା ଆଉ ରହିବ ନାହିଁ। ମଣ୍ଡି ଠିକ୍‌ ସମୟରେ ଖୋଲା ହୋଇଥିଲେ ଅନେକ ଚାଷୀ ଧାନ ବିକ୍ରି କରି ଉପଯୁକ୍ତ ମୂଲ୍ୟ ପାଇ ପାରିଥାନ୍ତେ। ମଣ୍ଡି ବ୍ୟବସ୍ଥାରେ ଅନିୟମିତତା ହେଲେ ଚାଷୀ କମ୍‌ ଦାମ୍‌ରେ ଦଲାଲଙ୍କ ପାଖରେ ଧାନ ବିକ୍ରି କରିବେ। ଏଫ୍‌ଏକ୍ୟୁ ଆଳରେ ବଜାର କମିଟି ଧାନ କିଣୁନାହାନ୍ତି। ବିଳମ୍ବରେ ମଣ୍ଡି ଖୋଲିବା, ଅଦିନିଆ ବର୍ଷା ଓ ମିଲର୍ସଙ୍କ ନିଦାବିଷ୍ଣୁ ନୀତି ଯୋଗୁ ଚାଷୀ ୨/୩କେଜି କଟନୀଛଟନୀରେ ଧାନ ବିକ୍ରି କରିବାକୁ ବାଧ୍ୟ ହେବେ ବୋଲି ଆଲୋଚନା ହେଉଛି।

ବସ୍ତା ଅଖା ୨୧ ଟଙ୍କା

ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧୀନ ମଣ୍ଡିଗୁଡିକ ଗତ ନଭେମ୍ବର ୨୧ ତାରିଖରୁ ଖୋଲିଥିଲେ ମଧ୍ୟ ଚାଷୀଙ୍କ ସମସ୍ୟା ସମାଧାନ ହୋଇପାରୁନାହିଁ। ଚାଷୀଙ୍କ ପାଇଁ ଅଖା ବସ୍ତା ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଗୋଟିଏ ବସ୍ତା ଅଖାକୁ ୨୧ ଟଙ୍କାରେ କିଣିବାକୁ ପଡୁଛି। ସେହିପରି ଟୋକନ ସମସ୍ୟା, ଜଟିଳ ପ୍ରକ୍ରିୟା ଆଦି କାରଣରୁ ଅଦ୍ୟାବଧି ଗୋଟିଏ ପ୍ୟାକେଟ ଧାନ ସରେଇକେଲା ମଣ୍ଡିକୁ ବିକ୍ରି ପାଇଁ ଆସିନାହିଁ।

ଅନ୍ୟପଟେ ଅଦିନିଆ ବର୍ଷା ଯୋଗୁ ଖଳାରେ ପଡ଼ିଥିବା ଧାନ ଭିଜୁଛି l ଅଗାଡି ଥିଲେ ମଣ୍ଡିରେ କଟନୀଛଟନୀ ଭୟରେ ଚାଷୀ ପଙ୍ଖାରେ ଧାନ ପାଛୋଡ଼ି ସଫା କରୁଛି l ଅଖାବସ୍ତା ମାଗଣାରେ ପ୍ରଦାନ, କଟନୀଛଟନୀ ବନ୍ଦ କରି ମଣ୍ଡିରେ ମିଲର୍ସଙ୍କ ମନମାନି ବନ୍ଦ, ଦଲାଲ ମୁକ୍ତ କରି ସରଳ ଓ ସହଜରେ ଧାନ ବିକ୍ରି ବ୍ୟବସ୍ଥା କରିବାକୁ ସରେଇକେଲା ମଣ୍ଡି ଅନ୍ତର୍ଗତ ଚାଷୀ ଅଶୋକ ପ୍ରଧାନ, କୁଳମଣି ବାରିକ, ସୁନୀଲ ପ୍ରଧାନ, ପ୍ରତାପ ସାହୁ, ବିକାଶ ସାହୁ, ପ୍ରଦୀପ ସାହୁ ପ୍ରମୁଖ ଦାବି କରିଛନ୍ତି।

The post ବର୍ଷାରେ ଭିଜିଲା ଧାନ: ସରକାର କିଣିବେ କି ନାହିଁ ଚିନ୍ତାରେ ଚାଷୀ appeared first on Dharitri Odia News.