ବର୍ଷିଲେ ସଞ୍ଜୟ: କହିଲେ…ଅଟଳ ବିହାରୀ ବି PM ହୋଇଥିଲେ ଏମରଜେନ୍ସିଂ ଲଗାଇଥାନ୍ତେ, RSS ଦେଇଥିଲା ସମର୍ଥନ
ନୂଆଦିଲ୍ଲୀ,୧୩।୭: କେନ୍ଦ୍ର ସରକାର ଜୁନ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି। ଏହି ମାମଲାକୁ ନେଇ ରାଜନୀତି ସରଗରମ ରହିଛି। ଶିବସେନା ନେତା ସଞ୍ଜୟ ରାଉତ ଭାଜପା ପାଖରେ ଆଉ କୌଣସି କାମ ନାହିଁ। ୫୦ ବର୍ଷ ବିତି ସାରିଛି, ଲୋକେ ଜରୁରୀକାଳୀନ ପରିସ୍ଥିତିକୁ ଭୁଲି ସାରିଛନ୍ତି ବୋଲି କଟାକ୍ଷ କରିଛନ୍ତି। କେବଳ ଏତିକି ନୁହେଁ ସେ କହିଛନ୍ତି ଯେ, ଭାରତରେ ଜରୁରୀକାଳୀନ ପରିସ୍ଥିତି‘ଏମରଜେନ୍ସିଂ’ କାହିଁକି ଲଗାଯାଇଥିଲା? କିଛି ଲୋକ ଦେଶରେ […] The post ବର୍ଷିଲେ ସଞ୍ଜୟ: କହିଲେ…ଅଟଳ ବିହାରୀ ବି PM ହୋଇଥିଲେ ଏମରଜେନ୍ସିଂ ଲଗାଇଥାନ୍ତେ, RSS ଦେଇଥିଲା ସମର୍ଥନ appeared first on Dharitri Odia News.
ନୂଆଦିଲ୍ଲୀ,୧୩।୭: କେନ୍ଦ୍ର ସରକାର ଜୁନ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି। ଏହି ମାମଲାକୁ ନେଇ ରାଜନୀତି ସରଗରମ ରହିଛି। ଶିବସେନା ନେତା ସଞ୍ଜୟ ରାଉତ ଭାଜପା ପାଖରେ ଆଉ କୌଣସି କାମ ନାହିଁ। ୫୦ ବର୍ଷ ବିତି ସାରିଛି, ଲୋକେ ଜରୁରୀକାଳୀନ ପରିସ୍ଥିତିକୁ ଭୁଲି ସାରିଛନ୍ତି ବୋଲି କଟାକ୍ଷ କରିଛନ୍ତି।
କେବଳ ଏତିକି ନୁହେଁ ସେ କହିଛନ୍ତି ଯେ, ଭାରତରେ ଜରୁରୀକାଳୀନ ପରିସ୍ଥିତି‘ଏମରଜେନ୍ସିଂ’ କାହିଁକି ଲଗାଯାଇଥିଲା? କିଛି ଲୋକ ଦେଶରେ ଅରାଜକତା ବଢ଼ାଇବାକୁ ଚାହୁଁଥିଲେ। ରାମଲୀଳା ମଇଦାନରେ ଆମ ଯବାନଙ୍କୁ ସରକାରଙ୍କ ଆଦେଶ ପାଳନ ନ କରିବାକୁ ଖୋଲାଖୋଲି ଭାବେ ଘୋଷଣା କରାଯାଇଥିଲା। ପୋଲିସ ଫୋର୍ସକୁ ସରକାରୀ ଆଦେଶ ପାଳନ ନ କରିବାକୁ କୁହାଯାଉଥିଲା। ଏଭଳି ସ୍ଥିତିରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ ବି ଏମରଜେନ୍ସିଂ ଲଗାଇଥାନ୍ତେ। ଏହା ଜାତୀୟ ସୁରକ୍ଷା ବିଷୟ ଥିଲା, କିଛି ଲୋକ ଦେଶରେ ବୋମା ପ୍ରସ୍ତୁତ କରୁଥିଲେ। ସ୍ଥାନେ ସ୍ଥାନେ ବୋମା ବିସ୍ଫୋରଣ ହେଉଥିଲା। ଏକଥା ସମସ୍ତେ ଜାଣନ୍ତି। ଅମିତ ଶାହାଙ୍କୁ ଏମରଜେନ୍ସିଂ କ’ଣ ଜଣାନାହିଁ। ନକଲି ଶିବସେନା ସହ ମିଶି ସେମାନେ ଯେଉଁ ବାଲାସାହେବଙ୍କ ଗୁଣଗାନ କରୁଛନ୍ତି, ସେ ମଧ୍ୟ ସେତେବେଳେ ଏହାକୁ ଖୋଲାଖୋଲି ସମର୍ଥନ କରିଥିଲେ। ଇନ୍ଦିରା ଗାନ୍ଧୀଙ୍କୁ ସମର୍ଥନ ଦେଇ ସେ ମୁମ୍ବାଇରେ ସ୍ବାଗତ କରିଥିଲେ। ଆର୍ଏସ୍ଏସ୍ ମଧ୍ୟ ଜରୁରୀକାଳୀନ ପରିସ୍ଥିତିର ସମର୍ଥନ କରିଥିଲା ବୋଲି ସେ କହିଛନ୍ତି।
ଏହାଛଡ଼ା ଲୋକଙ୍କ ଧ୍ୟାନ ହଟାଇବାକୁ ଏଭଳି ପ୍ରଚେଷ୍ଟା ଚାଲିଛି। ୧୦ ବର୍ଷର ପ୍ରତ୍ୟେକ ଦିନ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ। ଏମିତି ଗୋଟିଏ ବି ଦିନ ନାହିଁ ଯେତେବେଳେ ଗଣତନ୍ତ୍ରର ରକ୍ଷା ହୋଇଛି। ଯେଉଁଭଳି ଭାବେ ଆଇନବ୍ୟବସ୍ଥାର ପ୍ରହସନ, ଦୁର୍ନୀତି, ଅରାଜକତା ଏହି ଦେଶରେ ବଢ଼ିଛି, ତେବେ ପ୍ରତି ଦିନ ସମ୍ବିଧାନର ହତ୍ୟା ହୋଇଛି। ଏହି କାରଣରୁ ଦେଶ ତାଙ୍କୁ ବହୁମତ ଦେଇନାହିଁ ବୋଲି ସଞ୍ଜୟ କହିଛନ୍ତି।
The post ବର୍ଷିଲେ ସଞ୍ଜୟ: କହିଲେ…ଅଟଳ ବିହାରୀ ବି PM ହୋଇଥିଲେ ଏମରଜେନ୍ସିଂ ଲଗାଇଥାନ୍ତେ, RSS ଦେଇଥିଲା ସମର୍ଥନ appeared first on Dharitri Odia News.