ବର୍ଷୀୟାନ ଫଟୋ ସାମ୍ବାଦିକ ହୃଦୟନାଥ ଦାସଙ୍କ ପରଲୋକ

କଟକ: ବର୍ଷିୟାନ୍ ଫଟୋ ସାମ୍ବାଦିକ ହୃଦୟନାଥ ଦାସଙ୍କର ଦେହାନ୍ତ ହୋଇଛି। ସେ କିଛି ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ସୂତାହାଟ ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଖାନନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୧୯୩୦ ମସିହାରେ କଟକରେ ଜନ୍ମିତ ହୃଦୟନାଥ  ୧୯୪୨ରେ ପ୍ୟାରୀମୋହନ ଏକାଡେମୀ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବାବେଳେ ୧୨ ବର୍ଷ ବୟସରୁ ଫଟୋଗ୍ରାଫି ଆରମ୍ଭ କରିଥିଲେ। ୧୫ ବର୍ଷ ବୟସରେ ସେ ଉଠାଇଥିବା ଚନ୍ଦ୍ରଗ୍ରହଣ […]

ବର୍ଷୀୟାନ ଫଟୋ ସାମ୍ବାଦିକ ହୃଦୟନାଥ ଦାସଙ୍କ ପରଲୋକ

କଟକ: ବର୍ଷିୟାନ୍ ଫଟୋ ସାମ୍ବାଦିକ ହୃଦୟନାଥ ଦାସଙ୍କର ଦେହାନ୍ତ ହୋଇଛି। ସେ କିଛି ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ସୂତାହାଟ ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଖାନନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୧୯୩୦ ମସିହାରେ କଟକରେ ଜନ୍ମିତ ହୃଦୟନାଥ  ୧୯୪୨ରେ ପ୍ୟାରୀମୋହନ ଏକାଡେମୀ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବାବେଳେ ୧୨ ବର୍ଷ ବୟସରୁ ଫଟୋଗ୍ରାଫି ଆରମ୍ଭ କରିଥିଲେ। ୧୫ ବର୍ଷ ବୟସରେ ସେ ଉଠାଇଥିବା ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ଫଟୋ ସେତେବେଳେ ଚର୍ଚ୍ଚିତ ହୋଇଥିଲା। ଜଣେ ପ୍ରେସ୍ ଫଟୋଗ୍ରାଫର ଭାବେ ତାଙ୍କ ର ଫଟୋ ସମାଜ ସମେତ ବିଭିନ୍ନ ଖବର କାଗଜରେ ପ୍ରକାଶିତ ହୋଇଥିଲା। ଓଡିଶା ବହୁ ରାଜନେତା, କଳାକାର, ମନ୍ତ୍ରୀ , ପ୍ରଶାସନିକ ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଗ୍ରହଣରେ ବେଶ୍ ପରିଚିତ ଥିଲେ। ସେ ୪ଟି ଡକ୍ୟୁମେଣ୍ଟାରୀ ତିଆରି କରିଛନ୍ତି। ଫଟୋଗ୍ରାଫର ଜୀବନର ୭୬ ବର୍ଷ ଭିତରେ ୨୦ ପ୍ରକାର କ୍ୟାମେରା ବ୍ୟବହାର କରିଥିଲେ। ତାଙ୍କ ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ। ସମାଜର ମୁଦ୍ରାକର ଓ ପ୍ରକାଶକ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ହୃଦୟନାଥଙ୍କ ବିୟୋଗରେ ସମାଜର ସମ୍ପାଦକ ତଥା କାର୍ଯ୍ୟବାହୀ ମୁଖ୍ୟ ପରିଚାଳକ ତପନ ମିଶ୍ର ଏବଂ ବହୁ  ବ୍ୟକ୍ତି ବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି।