ବର୍ଷେ ପୂରୁନି ବାରମ୍ବାର ଅଚଳ ହେଉଛି ଶିଶୁଙ୍କ ଟୟ ଟ୍ରେନ୍: ପର୍ଯ୍ୟଟକ ନିରାଶ
ଦାରିଙ୍ଗବାଡ଼ି,୨୧ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ଯ୍ୟଟନକ୍ଷେତ୍ର ବୁଲିବା ପାଇଁ ଏବେ ମଧ୍ୟ ଦୈନିକ ଶତାଧିକ ପର୍ଯ୍ୟଟକ ଆସୁଛନ୍ତି। ପର୍ଯ୍ୟଟନକ୍ଷେତ୍ର କଫି ବଗିଚା ସମେତ କିରିକୁଟି ଲଭର୍ସ ପଏଣ୍ଟ, ମିଡିୟୁବାନ୍ଦା, ପାଟାବାନ୍ଧା ଜଳପ୍ରପାତ ସମେତ ନେଚର ପାର୍କ, ହିଲଭିୟୁ ପାର୍କ, ଡୁଲୁରୀ ପାଇନବଣ ଆଦି ବୁଲୁଛନ୍ତି। ତେବେ ସବୁଠାରୁ ଆକର୍ଷଣୀୟ ହିଲଭିୟୁ ପାର୍କରେ ଥିବା ଜଳ ଫୁଆରା ଏବଂ ଶିଶୁ ପର୍ଯ୍ୟଟକଙ୍କ ପାଇଁ ରେଳ କିନ୍ତୁ ଏହି ଦୁଇଟି ବାରମ୍ବାର ଅଚଳ ଯୋଗୁ ପର୍ଯ୍ୟଟକ ନିରାଶ ହେଉଛନ୍ତି। […] The post ବର୍ଷେ ପୂରୁନି ବାରମ୍ବାର ଅଚଳ ହେଉଛି ଶିଶୁଙ୍କ ଟୟ ଟ୍ରେନ୍: ପର୍ଯ୍ୟଟକ ନିରାଶ appeared first on Dharitri Odia News.
ଦାରିଙ୍ଗବାଡ଼ି,୨୧ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ଯ୍ୟଟନକ୍ଷେତ୍ର ବୁଲିବା ପାଇଁ ଏବେ ମଧ୍ୟ ଦୈନିକ ଶତାଧିକ ପର୍ଯ୍ୟଟକ ଆସୁଛନ୍ତି। ପର୍ଯ୍ୟଟନକ୍ଷେତ୍ର କଫି ବଗିଚା ସମେତ କିରିକୁଟି ଲଭର୍ସ ପଏଣ୍ଟ, ମିଡିୟୁବାନ୍ଦା, ପାଟାବାନ୍ଧା ଜଳପ୍ରପାତ ସମେତ ନେଚର ପାର୍କ, ହିଲଭିୟୁ ପାର୍କ, ଡୁଲୁରୀ ପାଇନବଣ ଆଦି ବୁଲୁଛନ୍ତି। ତେବେ ସବୁଠାରୁ ଆକର୍ଷଣୀୟ ହିଲଭିୟୁ ପାର୍କରେ ଥିବା ଜଳ ଫୁଆରା ଏବଂ ଶିଶୁ ପର୍ଯ୍ୟଟକଙ୍କ ପାଇଁ ରେଳ କିନ୍ତୁ ଏହି ଦୁଇଟି ବାରମ୍ବାର ଅଚଳ ଯୋଗୁ ପର୍ଯ୍ୟଟକ ନିରାଶ ହେଉଛନ୍ତି।
ଦିନରେ ପର୍ଯ୍ୟଟକ ହିଲଭିୟୁ ବୁଲୁଥିଲେ ମଧ୍ୟ ସନ୍ଧ୍ୟାରେ ସ୍ଥାନୀୟ ପର୍ଯ୍ୟଟକ ହିଲଭିୟୁ ପାର୍କ ବୁଲିବାକୁ ପସନ୍ଦ କରନ୍ତି। ନିଜ ନିଜ ଶିଶୁଙ୍କୁ ମନୋରଞ୍ଜନ କରିବା ପାଇଁ ପାର୍କରେ ପହଞ୍ଚିଥାନ୍ତି କିନ୍ତୁ ଜଳ ଫୁଆରା ପୂର୍ବଭଳି ଆଉ ଆକୃଷ୍ଟ କରୁ ନ ଥିବା ବେଳେ ତା’ର ପାଣି ଉଛୁଳିବାର ଏକାଧିକ ଡିଜାଇନ ରହିଥିବା ବେଳେ ଏବେ ଆଉ ଜଳ ଫୁଆରା ସେଭଳି କାର୍ଯ୍ୟ କରୁ ନ ଥିବା ଜଣାପଡିଛି। ସେହିପରି ଶିଶୁ ପର୍ଯ୍ୟଟକଙ୍କ ପାଇଁ ରହିଥିବା ଟୟ ଟ୍ରେନ୍ ମଧ୍ୟ ବାରମ୍ବାର ଅଚଳ ହୋଇପଡୁଛି। ଯେଉଁ ସଂସ୍ଥା ଏହି ରେଳ ପ୍ରଦାନ କରିଛି ଉକ୍ତ ସଂସ୍ଥା ସଠିକ୍ ଭାବେ ଏହାର ମରାମତି କରୁ ନ ଥିବା ଓ ଅହେତୁକ ଅବହେଳା କରୁଥିବା ନେଇ ଅଭିଯୋଗ ହେଉଛି। ଉକ୍ତ ରେଳରେ ଆବଶ୍ୟକ କାର୍ବନର ସମସ୍ୟା ଯୋଗୁ ରେଳ ଚାଲୁନାହିଁ ବୋଲି ପାର୍କ ଦାୟିତ୍ୱରେ ରହିଥିବା କର୍ମଚାରୀ ଯୁବରାଜ ଅଧିକାରୀ କହିଛନ୍ତି।
The post ବର୍ଷେ ପୂରୁନି ବାରମ୍ବାର ଅଚଳ ହେଉଛି ଶିଶୁଙ୍କ ଟୟ ଟ୍ରେନ୍: ପର୍ଯ୍ୟଟକ ନିରାଶ appeared first on Dharitri Odia News.