ବଲାଙ୍ଗୀର : ବାବୁ ଖାଇଗଲେ ପାର୍କ ଟଙ୍କା । ଦେଢଶହ ଟଙ୍କାର ଗଛକୁ ୧୭ ଶହ ଦର୍ଶାଇ ବିଲ୍ କରିଛନ୍ତି ବାବୁ
କନକବ୍ୟୁରୋ : ଯୁଆଡେ ଆଖି ବୁଲାଇବ, ସବୁଠି ଦୁର୍ନୀତି ଆଉ ଦୁର୍ନୀତିର ଗନ୍ଧ । ରାଜ୍ୟରେ ବିଭିନ୍ନ ଯୋଜନାରେ ଅର୍ଥ ହଡ଼ପ ଅଭିଯୋଗ ହୋଇଛି। ସବୁଦିନ କେଉଁଠୁ ନା କେଉଁଠୁ ଆସୁଛି ଏଭିଳି ଅଭିଯୋଗ । ବଲାଙ୍ଗୀର ପୌରାଂଚଳରେ ପାର୍କ ନିର୍ମାଣ ଏହି ଦୁର୍ନୀତିର ଏକ ଜ୍ୱଳନ୍ତ ଉଦାହରଣ । ଠିକାଦାର ଓ ଅଧିକାରୀଙ୍କ ପକେଟ ଗରମ ହୋଇଛି। ତଦନ୍ତ ହେଲେ ସତ ପଦାକୁ ଆସିବ ।..୨୦୨୦ରୁ ୨୩ ମଧ୍ୟରେ ବଲାଙ୍ଗୀର ମ୍ୟୁନିସିପାଲିଟି ଅଂଚଳରେ ପାର୍କ ତିଆରି କରାଗଲା। ମନରେଗାରେ ଲୋକଙ୍କୁ କାମ ମିଳିଲା । ଛୋଟ ପାର୍କ ପାଇଁ ୫ରୁ ୮ ଲକ୍ଷ ଓ ବଡ଼ ପାର୍କ ପାଇଁ ୧୨ରୁ ୩୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏହାର ନିର୍ମାଣ ଦାୟିତ୍ୱରେ ଥିବା ତତ୍କାଳୀନ ଅଧିକାରୀ ଓ ଠିକାଦାରଙ୍କ ମିଳିତ ଦୁର୍ନୀତି ଆପଣଙ୍କୁ ତାଜୁବ କରିଦେବ। ପାର୍କରେ ଲଗା ଯାଇଥିବା ଏରିକା ପାମ୍ ଗଛ ଆଳରେ ବାବୁଙ୍କ ପକେଟକୁ ଯାଇଛି ଟଙ୍କା ! ବଜାରରେ ଏହି ଗଛର ଦାମ୍ ୧୫୦ରୁ ୨୦୦, ଅତି ବେଶିରେ ୫୦୦ ଟଙ୍କା। କିନ୍ତୁ ସେହି ଗଛକୁ ୧୭୦୦ ଟଙ୍କାରେ କିଣାଯାଇଥିବା ଦର୍ଶାଇ ବିଲ୍ କରାଯାଇଛି !... ସବୁଠୁ ବଡ଼ ପ୍ରଶ୍ନ, ବଲାଙ୍ଗୀର ସହରର ବହୁ ନର୍ସରୀରେ ଏହି ଗଛ ମିଳୁଥିବା ବେଳେ ଦୂରରୁ କାହିଁକି ଗଛ ଅଣାଯାଇଛି । ଠକେଇ ଉଦେଶ୍ୟରେ ଏଭଳି କରାଯାଇଛି ବୋଲି ସ୍ଥାନୀୟ ଲୋକ ସନ୍ଦେହ କରିଛନ୍ତି। ପାର୍କ ପଇସା ଖାଇଥିବା ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି

କନକବ୍ୟୁରୋ : ଯୁଆଡେ ଆଖି ବୁଲାଇବ, ସବୁଠି ଦୁର୍ନୀତି ଆଉ ଦୁର୍ନୀତିର ଗନ୍ଧ । ରାଜ୍ୟରେ ବିଭିନ୍ନ ଯୋଜନାରେ ଅର୍ଥ ହଡ଼ପ ଅଭିଯୋଗ ହୋଇଛି। ସବୁଦିନ କେଉଁଠୁ ନା କେଉଁଠୁ ଆସୁଛି ଏଭିଳି ଅଭିଯୋଗ । ବଲାଙ୍ଗୀର ପୌରାଂଚଳରେ ପାର୍କ ନିର୍ମାଣ ଏହି ଦୁର୍ନୀତିର ଏକ ଜ୍ୱଳନ୍ତ ଉଦାହରଣ ।
ଠିକାଦାର ଓ ଅଧିକାରୀଙ୍କ ପକେଟ ଗରମ ହୋଇଛି। ତଦନ୍ତ ହେଲେ ସତ ପଦାକୁ ଆସିବ ।..୨୦୨୦ରୁ ୨୩ ମଧ୍ୟରେ ବଲାଙ୍ଗୀର ମ୍ୟୁନିସିପାଲିଟି ଅଂଚଳରେ ପାର୍କ ତିଆରି କରାଗଲା। ମନରେଗାରେ ଲୋକଙ୍କୁ କାମ ମିଳିଲା । ଛୋଟ ପାର୍କ ପାଇଁ ୫ରୁ ୮ ଲକ୍ଷ ଓ ବଡ଼ ପାର୍କ ପାଇଁ ୧୨ରୁ ୩୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।
ଏହାର ନିର୍ମାଣ ଦାୟିତ୍ୱରେ ଥିବା ତତ୍କାଳୀନ ଅଧିକାରୀ ଓ ଠିକାଦାରଙ୍କ ମିଳିତ ଦୁର୍ନୀତି ଆପଣଙ୍କୁ ତାଜୁବ କରିଦେବ। ପାର୍କରେ ଲଗା ଯାଇଥିବା ଏରିକା ପାମ୍ ଗଛ ଆଳରେ ବାବୁଙ୍କ ପକେଟକୁ ଯାଇଛି ଟଙ୍କା ! ବଜାରରେ ଏହି ଗଛର ଦାମ୍ ୧୫୦ରୁ ୨୦୦, ଅତି ବେଶିରେ ୫୦୦ ଟଙ୍କା। କିନ୍ତୁ ସେହି ଗଛକୁ ୧୭୦୦ ଟଙ୍କାରେ କିଣାଯାଇଥିବା ଦର୍ଶାଇ ବିଲ୍ କରାଯାଇଛି !...
ସବୁଠୁ ବଡ଼ ପ୍ରଶ୍ନ, ବଲାଙ୍ଗୀର ସହରର ବହୁ ନର୍ସରୀରେ ଏହି ଗଛ ମିଳୁଥିବା ବେଳେ ଦୂରରୁ କାହିଁକି ଗଛ ଅଣାଯାଇଛି । ଠକେଇ ଉଦେଶ୍ୟରେ ଏଭଳି କରାଯାଇଛି ବୋଲି ସ୍ଥାନୀୟ ଲୋକ ସନ୍ଦେହ କରିଛନ୍ତି। ପାର୍କ ପଇସା ଖାଇଥିବା ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ...
ସେତେବେଳେ ପୌର ପରିଷଦ ଅଧ୍ୟକ୍ଷ ନଥିଲେ, ଜିଲ୍ଲାପାଳ ଥିଲେ ସର୍ବେସର୍ବା । ବଲାଙ୍ଗୀର ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ, ବିଭାଗୀୟ ଜେଇଙ୍କ ତତ୍ତ୍ୱାବଧାନରେ ଠିକାଦାର ପାର୍କ ନିର୍ମାଣ କରିଛନ୍ତି । ତେଣୁ ନିରପେକ୍ଷ ତଦନ୍ତ ହେଲେ ଅହୁରି ଅନେକ ବଡ଼ବଡ଼ ଦୁର୍ନୀତି ଧରା ପଡିବ।