ବଲାଙ୍ଗୀରରେ ଡବଲ ମର୍ଡର; ଯୁବତୀ-ଯୁବକଙ୍କ ତଣ୍ଟି କାଟି ଜଙ୍ଗଲରେ ଫିଙ୍ଗିଦେଲେ, ପହଞ୍ଚିଲେ ଏସ୍‌ପି

ବଲାଙ୍ଗୀର, ୨୪।୧୦ (ସୁନିଲ ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ ତଣ୍ଡାମୁଣ୍ଡା ଗାଁ ନିକଟ ପତ୍ରା ଜଙ୍ଗଲରେ ଗୁରୁବାର ସକାଳୁ ଯୁବତୀ-ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଯୁବତୀଙ୍କ ଗଳାରେ କଟା ଚିହ୍ନ ରହିଛି। ସେହିଭଳି ଯୁବକଙ୍କ ମୁହଁ ତଳକୁ ରହିଥିବା ବେଳେ ତାଙ୍କ ପ୍ୟାଣ୍ଟ ଖୋଲା ଅବସ୍ଥାରେ ରହିଛି । ପାରିପାଶ୍ୱିକ ସ୍ଥିତିରୁ ଉଭୟଙ୍କୁ କେହି ହତ୍ୟା କରି ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି। ତେବେ ଖବର ଲେଖାଯିବା ସୁଦ୍ଧା ଉଭୟ ମୃତକଙ୍କ ପରିଚୟ ମିଳିପାରିନାହିଁ। […] The post ବଲାଙ୍ଗୀରରେ ଡବଲ ମର୍ଡର; ଯୁବତୀ-ଯୁବକଙ୍କ ତଣ୍ଟି କାଟି ଜଙ୍ଗଲରେ ଫିଙ୍ଗିଦେଲେ, ପହଞ୍ଚିଲେ ଏସ୍‌ପି appeared first on Dharitri Odia News.

ବଲାଙ୍ଗୀରରେ ଡବଲ ମର୍ଡର; ଯୁବତୀ-ଯୁବକଙ୍କ ତଣ୍ଟି କାଟି ଜଙ୍ଗଲରେ ଫିଙ୍ଗିଦେଲେ, ପହଞ୍ଚିଲେ ଏସ୍‌ପି

ବଲାଙ୍ଗୀର, ୨୪।୧୦ (ସୁନିଲ ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ ତଣ୍ଡାମୁଣ୍ଡା ଗାଁ ନିକଟ ପତ୍ରା ଜଙ୍ଗଲରେ ଗୁରୁବାର ସକାଳୁ ଯୁବତୀ-ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଯୁବତୀଙ୍କ ଗଳାରେ କଟା ଚିହ୍ନ ରହିଛି। ସେହିଭଳି ଯୁବକଙ୍କ ମୁହଁ ତଳକୁ ରହିଥିବା ବେଳେ ତାଙ୍କ ପ୍ୟାଣ୍ଟ ଖୋଲା ଅବସ୍ଥାରେ ରହିଛି । ପାରିପାଶ୍ୱିକ ସ୍ଥିତିରୁ ଉଭୟଙ୍କୁ କେହି ହତ୍ୟା କରି ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି। ତେବେ ଖବର ଲେଖାଯିବା ସୁଦ୍ଧା ଉଭୟ ମୃତକଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ବଲାଙ୍ଗିର ଏସ୍‌ପି ଋଷିକେଶ ଦ୍ୟାନଦେଓ ଖିଲାରିଙ୍କ ସାଇଣ୍ଟଫିକ୍‌ ଟିମ୍‌ ସହ ହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି।

The post ବଲାଙ୍ଗୀରରେ ଡବଲ ମର୍ଡର; ଯୁବତୀ-ଯୁବକଙ୍କ ତଣ୍ଟି କାଟି ଜଙ୍ଗଲରେ ଫିଙ୍ଗିଦେଲେ, ପହଞ୍ଚିଲେ ଏସ୍‌ପି appeared first on Dharitri Odia News.