ବଳ ଗୋଟାଉଛି ବାତ୍ୟା: ରେଡ୍ ଆାଲର୍ଟ ଜାରି, ଏହିସବୁ ଜିଲାରେ ଭୀଷଣ ବର୍ଷା
ନୂଆଦିଲ୍ଲୀ,୨୮।୧୧:ତାମିଲନାଡୁ ଓ ପଣ୍ଡିଚେରୀ ଉପକୂଳ ମୁହାଁ ଗଭୀର ଅବପାତ। ଆଜି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ବାତ୍ୟାରେ ପରିଣତ ହେବା ପରେ ସାଇକ୍ଲୋନ ଫେଙ୍ଗଲ ଆସନ୍ତା ୩୦ ତାରିଖ ସକାଳୁ କାକାଇକାଲ ଓ ମହାବଳୀପୁରମ ମଝିରେ ଉପକୂଳ ଅତିକ୍ରମ କରିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ପ୍ରବଳ ବର୍ଷା ହେବା ସହ ପବନ ବହିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଏଥିସହ […] The post ବଳ ଗୋଟାଉଛି ବାତ୍ୟା: ରେଡ୍ ଆାଲର୍ଟ ଜାରି, ଏହିସବୁ ଜିଲାରେ ଭୀଷଣ ବର୍ଷା appeared first on Dharitri Odia News.
ନୂଆଦିଲ୍ଲୀ,୨୮।୧୧:ତାମିଲନାଡୁ ଓ ପଣ୍ଡିଚେରୀ ଉପକୂଳ ମୁହାଁ ଗଭୀର ଅବପାତ। ଆଜି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ବାତ୍ୟାରେ ପରିଣତ ହେବା ପରେ ସାଇକ୍ଲୋନ ଫେଙ୍ଗଲ ଆସନ୍ତା ୩୦ ତାରିଖ ସକାଳୁ କାକାଇକାଲ ଓ ମହାବଳୀପୁରମ ମଝିରେ ଉପକୂଳ ଅତିକ୍ରମ କରିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଏହାର ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ପ୍ରବଳ ବର୍ଷା ହେବା ସହ ପବନ ବହିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଏଥିସହ ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ରେଡ ଆଲର୍ଟ ଜାରି କରାଯାଇଛି। ସତର୍କତା ଦୃଷ୍ଟିରୁ ଆଜି ପୁଡୁଚେରୀରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ବିମାନ ଉଡାଣ ମଧ୍ୟ ପ୍ରଭାବିତ ହୋଇଛି।
ସେପଟେ ସମ୍ଭାବ୍ୟ ବାତ୍ୟା ପ୍ରଭାବ ଯୋଗୁ ଦକ୍ଷିଣ ଭାରତ ସେମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବାତ୍ୟା ଯୋଗୁ ତାମିଲନାଡୁର ସମୁଦ୍ର କୂଳରେ ବି ଲହର ଉଠୁଛି। ତାମିଲନାଡୁର କୁଡାଲୋର, କରାଇକାଲ, ଆଥିରାମପାଟ୍ଟିନମ, ପାରଙ୍ଗିପେଟ୍ଟାଇ, ମୀନାମ୍ବକମ ସମେତ ତାମିଲନାଡୁର ଅନେକ ଜିଲାରେ ପ୍ରବଳ ବର୍ଷା ହୋଇଛି।
ବାତ୍ୟା ପ୍ରଭାବରେ ରାଜ୍ୟରେ ପାଗ ବଦଳିବ । ୨୮ରୁ ରାଜ୍ୟରେ କୋହଲା ପାଗ ରହିବ । ୨୮ ତାରିଖରେ କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଜପତି, ଗଞ୍ଜାମରେ ହାଲୁକା ବର୍ଷା ହେବ । ୨୯ରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଗଞ୍ଜାମ ଓ ଗଜପତିରେ ହାଲୁକା ବର୍ଷା ହେବ । ଉପକୂଳ ସଂଲଗ୍ନ ଜିଲାରେ କୋହଲା ପାଗ ଦେଖିବାକୁ ମିଳିବ । ଏଥିସହ ଦିନର ତାପମାତ୍ରାରେ ହ୍ରାସ ଘଟିବ ।
The post ବଳ ଗୋଟାଉଛି ବାତ୍ୟା: ରେଡ୍ ଆାଲର୍ଟ ଜାରି, ଏହିସବୁ ଜିଲାରେ ଭୀଷଣ ବର୍ଷା appeared first on Dharitri Odia News.