ବଳାତ୍କାର, ଏସିଡ୍ ଆକ୍ରମଣ ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ଦିଅ
ନୂଆଦିଲ୍ଲୀ,୨୪ା୧୨ : ବଳାତ୍କାର, ଏସିଡ୍ ଆକ୍ରମଣ ପୀଡ଼ିତା, ଶିଶୁ ଯୌନ ଅପରାଧ ସୁରକ୍ଷା (ପୋକ୍ସୋ) ମାମଲାରେ ପୀଡ଼ିତା ସରକାରୀ ଓ ଘରୋଇ ହସ୍ପିଟାଲ ସମେତ ନର୍ସିଂହୋମ୍ଗୁଡ଼ିକରେ ମାଗଣା ଚିକିତ୍ସା ସୁବିଧା ପାଇବାକୁ ହକ୍ଦାର ବୋଲି ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଏକ ଐତିହାସିକ ରାୟରେ କହିଛନ୍ତି। ଅଦାଲତଙ୍କ ଏହି ନିର୍ଦ୍ଦେଶନାମାକୁ କେନ୍ଦ୍ର ଓ ରାଜ୍ୟ ପାଣ୍ଠିରେ ପରିଚାଳିତ ସମସ୍ତ ଅନୁଷ୍ଠାନ, ଘରୋଇ ହସ୍ପିଟାଲ, କ୍ଲିନିକ୍ ଏବଂ ନର୍ସିଂହୋମଗୁଡ଼ିକୁ ଅନୁପାଳନ କରିବାକୁ ହେବ ବୋଲି ଜଷ୍ଟିସ ପ୍ରତିଭା ଏମ୍. ସିଂ […] The post ବଳାତ୍କାର, ଏସିଡ୍ ଆକ୍ରମଣ ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ଦିଅ appeared first on Dharitri Odia News.
ନୂଆଦିଲ୍ଲୀ,୨୪ା୧୨ : ବଳାତ୍କାର, ଏସିଡ୍ ଆକ୍ରମଣ ପୀଡ଼ିତା, ଶିଶୁ ଯୌନ ଅପରାଧ ସୁରକ୍ଷା (ପୋକ୍ସୋ) ମାମଲାରେ ପୀଡ଼ିତା ସରକାରୀ ଓ ଘରୋଇ ହସ୍ପିଟାଲ ସମେତ ନର୍ସିଂହୋମ୍ଗୁଡ଼ିକରେ ମାଗଣା ଚିକିତ୍ସା ସୁବିଧା ପାଇବାକୁ ହକ୍ଦାର ବୋଲି ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଏକ ଐତିହାସିକ ରାୟରେ କହିଛନ୍ତି। ଅଦାଲତଙ୍କ ଏହି ନିର୍ଦ୍ଦେଶନାମାକୁ କେନ୍ଦ୍ର ଓ ରାଜ୍ୟ ପାଣ୍ଠିରେ ପରିଚାଳିତ ସମସ୍ତ ଅନୁଷ୍ଠାନ, ଘରୋଇ ହସ୍ପିଟାଲ, କ୍ଲିନିକ୍ ଏବଂ ନର୍ସିଂହୋମଗୁଡ଼ିକୁ ଅନୁପାଳନ କରିବାକୁ ହେବ ବୋଲି ଜଷ୍ଟିସ ପ୍ରତିଭା ଏମ୍. ସିଂ ଏବଂ ଅମିତ୍ ଶର୍ମାଙ୍କ ଖଣ୍ଡପୀଠ କହିଛନ୍ତି। ଉପରୋକ୍ତ ପୀଡ଼ିତାମାନଙ୍କୁ ସ୍ବାସ୍ଥ୍ୟସେବା ଅନୁଷ୍ଠାନଗୁଡ଼ିକ ପ୍ରାଥମିକ ଚିକିତ୍ସା, ନିଦାନ, ଲାବରେଟୋରି ପରୀକ୍ଷା, ଆବଶ୍ୟକ ସ୍ଥଳେ ଅସ୍ତ୍ରୋପଚାର, ଶାରୀରିକ ଓ ମାନସିକ ପରାମର୍ଶ ସେବା, ମନସ୍ତାତ୍ତ୍ୱିକ ସହାୟତା ଏବଂ ପରିବାର କାଉନ୍ସେଲିଂ ଆଦି ସମସ୍ତ ଚିକିତ୍ସା ଯୋଗାଇଦେବେ।
ଅଦାଲତକୁ ନିୟମିତ ବହୁସଂଖ୍ୟାରେ ବଳାତ୍କାର ଓ ପୋକ୍ସୋ ମାମଲା ଆସୁଛି। ଏହି ମାମଲାର ପୀଡ଼ିତାମାନଙ୍କୁ ଜରୁରୀ ଚିକିତ୍ସା, ଦୀର୍ଘକାଳୀନ ଡାକ୍ତରୀ ସହାୟତା, ନିଦାନ, କାଉନ୍ସେଲିଂ ସେବା ଆଦି ଆବଶ୍ୟକ। ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍) ଅଥବା ସିଆର୍ପିସିରେ ଏଥିପାଇଁ ବ୍ୟବସ୍ଥା ରହିଥିବା ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଜାରି ସତ୍ତ୍ୱେ ଯୌନ ହିଂସା ଏବଂ ଏସିଡ୍ ଆକ୍ରମଣ ପୀଡ଼ିତାମାନେ ମାଗଣା ଡାକ୍ତରୀ ଚିକିତ୍ସା ପାଇବାରେ କ୍ରମାଗତ ଚ୍ୟାଲେଞ୍ଜ୍ର ସମ୍ମୁଖୀନ ହୋଇଆସୁଛନ୍ତି। ଏହା ଜାଣିବା ପରେ ଅଦାଲତ ଏହାର ରୁଲିଂକୁ ଯୌନ ଅପରାଧ ମାମଲାର ଶୁଣାଣି କରୁଥିବା ସମସ୍ତ ଅଦାଲତଙ୍କୁ ଜଣାଇଦେବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଧାରା ୩୯୭ (ସିଆର୍ପିସିର ଧାରା ୩୫୭ସି) ଅନୁଯାୟୀ ସମସ୍ତ ପୀଡ଼ିତାଙ୍କୁ ସେମାନଙ୍କ ନ୍ୟାୟିକ ଅଧିକାର ସମ୍ପର୍କରେ ଜଣାଇବା ଲକ୍ଷ୍ୟରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଭଳି ମାମଲାଗୁଡ଼ିକ ସମ୍ପର୍କରେ ସମସ୍ତ ଆନୁଷଙ୍ଗିକ ମେଡିକାଲ ପ୍ରତିଷ୍ଠାନକୁ ଜଣାଇ ଦିଆଯିବା ଜରୁରୀ ବୋଲି ଅଦାଲତ କହିଛନ୍ତି।
The post ବଳାତ୍କାର, ଏସିଡ୍ ଆକ୍ରମଣ ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ଦିଅ appeared first on Dharitri Odia News.