ବଳାତ୍କାରୀଙ୍କୁ ଫାଶୀ: ଆଇନ ଆଣିବେ ମମତା
କୋଲକାତା,୨୯ା୮: ବର୍ତ୍ତମାନ ପ୍ରଚଳିତ ଆଇନରେ ଥିବା ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ବଳାତ୍କାରୀମାନଙ୍କୁ ଫାଶୀ ଦିଆଯିବା ନେଇ ନିଶ୍ଚିତ କରାଯିବ। ପଶ୍ଚିମବଙ୍ଗ ବିଧାନସଭାରେ ଆସନ୍ତା ସପ୍ତାହରେ ସଂଶୋଧିତ ଆଇନକୁ ଗୃହୀତ କରାଯିବ ବୋଲି ବୁଧବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି। ଉକ୍ତ ସଂଶୋଧିତ ବିଲ୍କୁ ମୋହର ଦେବାରେ ପଶ୍ଚିମବଙ୍ଗ ରାଜ୍ୟପାଳ ବିଳମ୍ବ କଲେ କିମ୍ବା ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଲେ ରାଜଭବନ ସମ୍ମୁଖରେ ମମତା ଧାରଣାରେ ବସିବେ ବୋଲି କହିଛନ୍ତି। ତୃଣମୂଳ କଂଗ୍ରେସ (ଟିଏମ୍ସି) ଛାତ୍ର ପରିଷଦ ପ୍ରତିଷ୍ଠା […] The post ବଳାତ୍କାରୀଙ୍କୁ ଫାଶୀ: ଆଇନ ଆଣିବେ ମମତା appeared first on Dharitri Odia News.
କୋଲକାତା,୨୯ା୮: ବର୍ତ୍ତମାନ ପ୍ରଚଳିତ ଆଇନରେ ଥିବା ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ବଳାତ୍କାରୀମାନଙ୍କୁ ଫାଶୀ ଦିଆଯିବା ନେଇ ନିଶ୍ଚିତ କରାଯିବ। ପଶ୍ଚିମବଙ୍ଗ ବିଧାନସଭାରେ ଆସନ୍ତା ସପ୍ତାହରେ ସଂଶୋଧିତ ଆଇନକୁ ଗୃହୀତ କରାଯିବ ବୋଲି ବୁଧବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି। ଉକ୍ତ ସଂଶୋଧିତ ବିଲ୍କୁ ମୋହର ଦେବାରେ ପଶ୍ଚିମବଙ୍ଗ ରାଜ୍ୟପାଳ ବିଳମ୍ବ କଲେ କିମ୍ବା ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଲେ ରାଜଭବନ ସମ୍ମୁଖରେ ମମତା ଧାରଣାରେ ବସିବେ ବୋଲି କହିଛନ୍ତି। ତୃଣମୂଳ କଂଗ୍ରେସ (ଟିଏମ୍ସି) ଛାତ୍ର ପରିଷଦ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଦଳର ସୁପ୍ରିମୋ ମମତା ଆହୁରି କହିଛନ୍ତି, ଆସନ୍ତା ଆଇନକୁ ଗୃହୀତ କରାଇବା ପାଇଁ ଶନିବାରଠାରୁ ସେ ତୃଣମୂଳ ସ୍ତରରେ ଏକ ଅଭିଯାନ ଆରମ୍ଭ କରିବେ। ପ୍ରତିଷ୍ଠା ଦିବସକୁ ମମତା ଆର୍.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ୩୧ ବର୍ଷୀୟା ଟ୍ରେନି ମହିଳା ଡାକ୍ତରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ରାଜଭବନର ଜଣେ ପୂର୍ବତନ ମହିଳା କର୍ମଚାରୀଙ୍କୁ ଯୌନ ଉତ୍ପୀଡ଼ କରିଥିବା ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ପଶ୍ଚିମବଙ୍ଗ ସରକାର ଏବଂ ଟିଏମ୍ସି ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ଦୁର୍ଭାଗ୍ୟଜନକ ବୋଲି ସେ ସମାଲୋଚନା କରିଛନ୍ତି। ଏଥିସହ ୨୦ ଦିନ ହେଲା ଆନ୍ଦୋଳନରତ ଜୁନିୟର ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ମମତା ଅନୁରୋଧ କରିଛନ୍ତି। ଅନ୍ୟପକ୍ଷେ ଆନ୍ଦୋଳନ ଚଳାଇଥିବା ଡାକ୍ତରମାନଙ୍କୁ ମମତା ଧମକ ଦେଉଥିବା ଭାଜପା ଏମ୍ପି ସୁଧାଂଶୁ ତ୍ରିବେଦୀ ସମାଲୋଚନା କରିଛନ୍ତି।
The post ବଳାତ୍କାରୀଙ୍କୁ ଫାଶୀ: ଆଇନ ଆଣିବେ ମମତା appeared first on Dharitri Odia News.