ବସନ୍ତ ପଞ୍ଚମୀ ଅମୃତ ସ୍ନାନ ପାଇଁ ମହାକୁମ୍ଭରେ ବ୍ୟାପକ ପ୍ରସ୍ତୁତି: ହାଇ ଆଲର୍ଟରେ ମେଡିକାଲ ଟିମ୍‌

ପ୍ରୟାଗରାଜ/ମହାକୁମ୍ଭ ନଗର,୨।୨: ଉତ୍ତରପ୍ରଦେଶର ପ୍ରୟାଗରାଜ ମହାକୁମ୍ଭରେ ଗତ ମାସ ୨୯ ତାରିଖ ମୌନି ଅମାବାସ୍ୟା ଅମୃତ ସ୍ନାନ ବେଳେ ଦଳାଚକଟା ଘଟି ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିବା ସହ ଅନେକେ ଆହତ ହୋଇଥିଲେ। ସୋମବାର ବସନ୍ତ ପଞ୍ଚମୀ ଶାହି ସ୍ନାନ ପଡ଼ୁଥିବାରୁ ଆୟୋଜନରେ ଯେପରି ସାମାନ୍ୟ ତ୍ରୁଟି ନ ରହେ, ତାହା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରୟାଗରାଜରେ ଶନିବାର ଅନୁଷ୍ଠିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ, ପାରମ୍ପରିକ ଭବ୍ୟ […] The post ବସନ୍ତ ପଞ୍ଚମୀ ଅମୃତ ସ୍ନାନ ପାଇଁ ମହାକୁମ୍ଭରେ ବ୍ୟାପକ ପ୍ରସ୍ତୁତି: ହାଇ ଆଲର୍ଟରେ ମେଡିକାଲ ଟିମ୍‌ appeared first on Dharitri Odia News.

ବସନ୍ତ ପଞ୍ଚମୀ ଅମୃତ ସ୍ନାନ ପାଇଁ ମହାକୁମ୍ଭରେ ବ୍ୟାପକ ପ୍ରସ୍ତୁତି: ହାଇ ଆଲର୍ଟରେ ମେଡିକାଲ ଟିମ୍‌

ପ୍ରୟାଗରାଜ/ମହାକୁମ୍ଭ ନଗର,୨।୨: ଉତ୍ତରପ୍ରଦେଶର ପ୍ରୟାଗରାଜ ମହାକୁମ୍ଭରେ ଗତ ମାସ ୨୯ ତାରିଖ ମୌନି ଅମାବାସ୍ୟା ଅମୃତ ସ୍ନାନ ବେଳେ ଦଳାଚକଟା ଘଟି ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିବା ସହ ଅନେକେ ଆହତ ହୋଇଥିଲେ।

ସୋମବାର ବସନ୍ତ ପଞ୍ଚମୀ ଶାହି ସ୍ନାନ ପଡ଼ୁଥିବାରୁ ଆୟୋଜନରେ ଯେପରି ସାମାନ୍ୟ ତ୍ରୁଟି ନ ରହେ, ତାହା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରୟାଗରାଜରେ ଶନିବାର ଅନୁଷ୍ଠିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ, ପାରମ୍ପରିକ ଭବ୍ୟ ଶୋଭାଯାତ୍ରା ଏବଂ ଆଖଡ଼ା ପାଇଁ ସମୟସୀମା ମଧ୍ୟରେ ସମସ୍ତ ଆବଶ୍ୟକ ପ୍ରସ୍ତୁତି ଶେଷ ହେବା ଜରୁରୀ।

ମୁଖ୍ୟମନ୍ତ୍ରୀ ସୁରକ୍ଷା ପ୍ରତି ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ପାର୍କିଂ ସ୍ଥାନ ବଢ଼ାଇବା ସହ ଶ୍ରଦ୍ଧାଳୁମାନଙ୍କ ଚାଲିବା ଯଥାସମ୍ଭବ କମ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପବିତ୍ର ବୁଡ଼ ବେଳେ କୌଣସି ଭିଆଇପି ପ୍ରୋଟୋକଲ ରହିବ ନାହିଁ। ପ୍ରୟାଗରାଜ ଡିଭିଜନର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପୂର୍ଣ୍ଣ ସଜାଗ ରଖାଯାଇଛି।

ସମଗ୍ର ମହାକୁମ୍ଭ ନଗର ଏବଂ ଡିଭିଜନ୍‌ର ଡାକ୍ତରମାନଙ୍କୁ କୋଟି କୋଟି ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବସନ୍ତ ପଞ୍ଚମୀରେ କୁମ୍ଭମେଳାର ତୃତୀୟ ତଥା ଶେଷ ଅମୃତ ସ୍ନାନ ହୋଇଥାଏ। ଏହା ପରେ ଫେବୃଆରୀ ୧୨ ମାଘ ପୂର୍ଣ୍ଣିମା ଏବଂ ୨୬ ତାରିଖ ମହାଶିବରାତ୍ରୀରେ ଆଉ ଦୁଇଟି ସ୍ବତନ୍ତ୍ର ସ୍ନାନ ଅନୁଷ୍ଠିତ ହେବ।

The post ବସନ୍ତ ପଞ୍ଚମୀ ଅମୃତ ସ୍ନାନ ପାଇଁ ମହାକୁମ୍ଭରେ ବ୍ୟାପକ ପ୍ରସ୍ତୁତି: ହାଇ ଆଲର୍ଟରେ ମେଡିକାଲ ଟିମ୍‌ appeared first on Dharitri Odia News.