ବସୁଧା ଯୋଜନାରେ ଚାଲିଥିବା ପାଇପ୍ ଲାଇନ କାର୍ଯ୍ୟରେ ଅନିୟମିତତା ଅଭିଯୋଗ
ଗଞ୍ଜାମ,୨୭ା୧୨(ବିଦ୍ୟାଧର ସାହୁ): ପୂର୍ବ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ବସୁଧା ଯୋଜନାରେ ସହରର ବିଭିନ୍ନ ଓ୍ବାର୍ଡରେ ରାସ୍ତା ଖୋଳା ଯାଇ ପାଇପ୍ ଲାଇନ କାମ ଚାଲିଛି l ଉକ୍ତ ପାଇପ୍ ଲାଇନ କାର୍ଯ୍ୟରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଜେସିବି ସାହାଯ୍ୟରେ ରୋଡ୍ ଖୋଳାଯାଇ ପାଇପ ପକାଯାଉଛି। ପାଇପ୍ ପଡ଼ିବା ପରେ ମାଟି ଠିକ୍ ଭାବେ ନ ଘୋଡ଼େଇ ଛାଡ଼ି ଦିଆଯାଉଥିବା ଅଭିଯୋଗ ହୋଇଛି। ଠିକା ନେଇଥିବା ସଂସ୍ଥାର ଏଭଳି ବେପରୁଆ ନାପସନ୍ଦ କରିଛନ୍ତି ସହରବାସୀ। ଶୁକ୍ରବାର […] The post ବସୁଧା ଯୋଜନାରେ ଚାଲିଥିବା ପାଇପ୍ ଲାଇନ କାର୍ଯ୍ୟରେ ଅନିୟମିତତା ଅଭିଯୋଗ appeared first on Dharitri Odia News.
ଗଞ୍ଜାମ,୨୭ା୧୨(ବିଦ୍ୟାଧର ସାହୁ): ପୂର୍ବ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ବସୁଧା ଯୋଜନାରେ ସହରର ବିଭିନ୍ନ ଓ୍ବାର୍ଡରେ ରାସ୍ତା ଖୋଳା ଯାଇ ପାଇପ୍ ଲାଇନ କାମ ଚାଲିଛି l ଉକ୍ତ ପାଇପ୍ ଲାଇନ କାର୍ଯ୍ୟରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଜେସିବି ସାହାଯ୍ୟରେ ରୋଡ୍ ଖୋଳାଯାଇ ପାଇପ ପକାଯାଉଛି। ପାଇପ୍ ପଡ଼ିବା ପରେ ମାଟି ଠିକ୍ ଭାବେ ନ ଘୋଡ଼େଇ ଛାଡ଼ି ଦିଆଯାଉଥିବା ଅଭିଯୋଗ ହୋଇଛି। ଠିକା ନେଇଥିବା ସଂସ୍ଥାର ଏଭଳି ବେପରୁଆ ନାପସନ୍ଦ କରିଛନ୍ତି ସହରବାସୀ। ଶୁକ୍ରବାର ଦାମୋଦର କଲେଜକୁ ସଂଯୋଗ ସଂକୀର୍ଣ୍ଣ ରୋଡ୍କୁ ଖୋଳା ଯାଇ ପାଇପ୍ ପକାଯାଉଥିବା ବେଳେ କଲେଜ ପିଲାମାନେ ଯିବା ଆସିବାରେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ l କଲେଜ ଛୁଟି ସମୟରେ ଉକ୍ତ କାର୍ଯ୍ୟ ହୋଇ ପାରିଥାନ୍ତା ବୋଲି କଲେଜର ଜଣେ କର୍ମଚାରୀ ସୂଚନା ଦେଇଛନ୍ତି।
The post ବସୁଧା ଯୋଜନାରେ ଚାଲିଥିବା ପାଇପ୍ ଲାଇନ କାର୍ଯ୍ୟରେ ଅନିୟମିତତା ଅଭିଯୋଗ appeared first on Dharitri Odia News.