ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣା: ୧୦ ଶ୍ରଦ୍ଧାଳୁ ମୃତ, ୩୩ ଆହତ
ଶ୍ରୀନଗର: ଜମ୍ମୁ-କାଶ୍ମୀର ରିଆସି ଜିଲ୍ଲାରେ ରବିବାର ସନ୍ଧ୍ୟା ୬ଟା ୧୫ରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଠାକାର ତେରୟାଥ ଗ୍ରାମ ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ଆତଙ୍କବାଦୀ ଅତର୍କିତ ଗୁଳିମାଡ଼ କରିଛନ୍ତି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୩୩ ଜଣ ଆହତ ହୋଇଛନ୍ତି। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନୂଆ କ୍ୟାବିନେଟ ଶପଥ ଗ୍ରହଣ କରୁଥିବା ସମୟରେ ଏହି ଆକ୍ରମଣ ହୋଇଛି। ଏହାକୁ ନେଇ ରିଆସି ଏସ୍ଏସ୍ପି ମୋହିତ ଶର୍ମା କହିଛନ୍ତି […]

ଶ୍ରୀନଗର: ଜମ୍ମୁ-କାଶ୍ମୀର ରିଆସି ଜିଲ୍ଲାରେ ରବିବାର ସନ୍ଧ୍ୟା ୬ଟା ୧୫ରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଠାକାର ତେରୟାଥ ଗ୍ରାମ ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ଆତଙ୍କବାଦୀ ଅତର୍କିତ ଗୁଳିମାଡ଼ କରିଛନ୍ତି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୩୩ ଜଣ ଆହତ ହୋଇଛନ୍ତି। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନୂଆ କ୍ୟାବିନେଟ ଶପଥ ଗ୍ରହଣ କରୁଥିବା ସମୟରେ ଏହି ଆକ୍ରମଣ ହୋଇଛି। ଏହାକୁ ନେଇ ରିଆସି ଏସ୍ଏସ୍ପି ମୋହିତ ଶର୍ମା କହିଛନ୍ତି ଯେ ଶିବ ଖୋଡ଼ିରୁ କଟରା ଯାଉଥିବା ବସ୍ ଉପରେ ଆତଙ୍କବାଦୀ ଗୁଳି ମାଡ଼ କରିଛନ୍ତି। ଡ୍ରାଇଭର ଆହତ ହୋଇଯିବାରୁ ସେ ବସ୍ ଉପରୁ ନିୟନ୍ତ୍ରଣ ହରାଇ ଥିଲେ। ଏଥିଯୋଗୁଁ ବସ୍ଟି ଗଭୀର ଖାଇକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୧୦ ଯାତ୍ରୀ ପ୍ରାଣ ହରାଇ ଥିଲେ। ଅନ୍ୟ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ପର୍ଯ୍ୟନ୍ତ ଯାତ୍ରୀଙ୍କୁ ଚିହ୍ନଟ କରାଯାଇପାରି ନାହିଁ। ଅଧିକାଂଶ ଶ୍ରଦ୍ଧାଳୁ ଉତ୍ତର ପ୍ରଦେଶର ବାସିନ୍ଦା ବୋଲି ଜଣାପଡ଼ିଛି। ଏହାର ସୂଚନା ପାଇବା ପରେ ସୁରକ୍ଷାବାହିନୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଅଞ୍ଚଳକୁ କବ୍ଜାକୁ ନେଇଛନ୍ତି। ଏହି ଆକ୍ରମଣ ଅଞ୍ଚଳରେ ବୃଦ୍ଧି ପାଉଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ଦର୍ଶାଉଛି। ରାଜୋରି ଏବଂ ପୁଞ୍ଚ ତୁଳନାର ପୂର୍ବରୁ ରିଆସି ଆତଙ୍କବାଦୀ କାର୍ଯ୍ୟକଳାପରୁ ଦୂରେଇ ରହିଥିଲା।