ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ଜୀବନ୍ତ ଜଳିଗଲେ ୬ ଲୋକ

ନୂଆଦିଲ୍ଲୀ,୧୫।୫: ଆନ୍ଧ୍ରପ୍ରଦେଶର ବାପାଟଲା ଜିଲାର ହାଇଦ୍ରାବାଦ-ବିଜୟୱାଡା ରାଜପଥରେ ବୁଧବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ବାପାଟଲା ଠାରୁ ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ବସ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ। ଏହି ସଡ଼କ ଦୁର୍ଘଟଣାରେ ୩୨ ଜଣ ଆହତ ହୋଇଛନ୍ତି। ଆହତମାନେ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦକ୍ଷିଣ ରାଜ୍ୟରେ ଘଟିଥିବା ଏହି ଘଟଣାର ଏକ […] The post ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ଜୀବନ୍ତ ଜଳିଗଲେ ୬ ଲୋକ appeared first on Dharitri Odia News.

ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ଜୀବନ୍ତ ଜଳିଗଲେ ୬ ଲୋକ

ନୂଆଦିଲ୍ଲୀ,୧୫।୫: ଆନ୍ଧ୍ରପ୍ରଦେଶର ବାପାଟଲା ଜିଲାର ହାଇଦ୍ରାବାଦ-ବିଜୟୱାଡା ରାଜପଥରେ ବୁଧବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ବାପାଟଲା ଠାରୁ ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ବସ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ। ଏହି ସଡ଼କ ଦୁର୍ଘଟଣାରେ ୩୨ ଜଣ ଆହତ ହୋଇଛନ୍ତି। ଆହତମାନେ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଦକ୍ଷିଣ ରାଜ୍ୟରେ ଘଟିଥିବା ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ବସ ନିଆଁରେ ଜଳୁଥିବା ଦେଖିବାକୁ ମିଳିବ। ଧକ୍କା ହେତୁ ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା, ବସ ଏବଂ ଟ୍ରକ ସଂପୂର୍ଣ୍ଣ ଭାବେ ପାଉଁଶ ହୋଇଯାଇଥିଲା।

The post ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ଜୀବନ୍ତ ଜଳିଗଲେ ୬ ଲୋକ appeared first on Dharitri Odia News.