ବସ୍‌ ପଛରେ ପିଟିହେଲା ବସ୍‌: ୨୦ ଆହତ

ମୋହନା,୨୧ା୧୦: ଗଜପତି ଜିଲା ମୋହନାର ରାମଗଡ଼ ଘାଟିରେ ଏକ ବସ୍‌ ପଛରେ ଆଉ ଏକ ବସ୍‌ ପିଟିହେବାରୁ ୨୦ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୬ ଜଣ ଗୁରୁତର ଅଛନ୍ତି। ଗୁରୁତରମାନଙ୍କୁ ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବ୍ରେକ୍‌ ଫେଲ୍‌ ହେବାରୁ ବସ୍‌ଟି ଆଉ ଏକ ବସ୍‌ ପଛରେ ପିଟି ହୋଇଯାଇଥିଲା। ରବିବାର ବିଳମ୍ବିତ ରାତିରେ ପୁରୀରୁ ମାଲକାନଗିରି ଯାଉଥିବା ଜଗନ୍ନାଥ ନାମକ ବସ୍‌ଟି ରାମଗଡ ବୁଲାଣିଆ ଘାଟିରେ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ପରେ […] The post ବସ୍‌ ପଛରେ ପିଟିହେଲା ବସ୍‌: ୨୦ ଆହତ appeared first on Dharitri Odia News.

ବସ୍‌ ପଛରେ ପିଟିହେଲା ବସ୍‌: ୨୦ ଆହତ

ମୋହନା,୨୧ା୧୦: ଗଜପତି ଜିଲା ମୋହନାର ରାମଗଡ଼ ଘାଟିରେ ଏକ ବସ୍‌ ପଛରେ ଆଉ ଏକ ବସ୍‌ ପିଟିହେବାରୁ ୨୦ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୬ ଜଣ ଗୁରୁତର ଅଛନ୍ତି। ଗୁରୁତରମାନଙ୍କୁ ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବ୍ରେକ୍‌ ଫେଲ୍‌ ହେବାରୁ ବସ୍‌ଟି ଆଉ ଏକ ବସ୍‌ ପଛରେ ପିଟି ହୋଇଯାଇଥିଲା।

ରବିବାର ବିଳମ୍ବିତ ରାତିରେ ପୁରୀରୁ ମାଲକାନଗିରି ଯାଉଥିବା ଜଗନ୍ନାଥ ନାମକ ବସ୍‌ଟି ରାମଗଡ ବୁଲାଣିଆ ଘାଟିରେ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ପରେ ବସ୍‌ଟି ରାସ୍ତାକଡ଼କୁ ଖସି ଯାଇଥିଲା। ବସ୍‌ରେ ଥିବା ଯାତ୍ରୀମାନେ ଅନ୍ୟ ବସ୍‌ ମାଧ୍ୟମରେ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇଥିଲେ। ଏହି ସମୟରେ ମହାକାଳ ନାମକ ବସ୍‌ଟି ଭୁବନେଶ୍ୱରରୁ ଯାତ୍ରୀମାନଙ୍କୁ ନେଇ ମାଲିକାନଗିରି ଅଭିମୁଖେ ଆସୁଥିଲା।

ରାମଗଡ଼ ଘାଟିରେ ବସ୍‌ଟି ପ୍ରଥମେ ରାସ୍ତାକଡ଼କୁ ଖସିଯାଇଥିବା ଜଗନ୍ନାଥ ବସ୍‌କୁ ଧକ୍କା ଦେଇଥିଲା। ପରେ ଏକ ପିକ୍‌ଅପ୍‌ ଭ୍ୟାନକୁ ଧକ୍କା ଦେଇ ରାମଗଡ଼ ଘାଟିର ୧୫ ଫୁଟ୍‌ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ

The post ବସ୍‌ ପଛରେ ପିଟିହେଲା ବସ୍‌: ୨୦ ଆହତ appeared first on Dharitri Odia News.