ବସ୍ -ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ,ଦୁଇ ଆହତ

ମୋହନା : ବିକ୍ରାନ୍ତ ନାମକ ଘରୋଇ ବସ୍ ଏବଂ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି  l  ମୃତକ ହେଲେ ଆର. ଉଦୟଗିରି ଥାନା କୁଲାପଥର ଗ୍ରାମର ସଞ୍ଜୟ ବଡ଼ରଇତ  l ଗୁରୁତର ଆହତ ମୁନିଙ୍ଗାଢ଼ିଅ ଗ୍ରାମର ଦୁଇ ଯୁବକଙ୍କୁ ଆର. ଉଦୟଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି  l  ଆର. ଉଦୟଗିରିରୁ ବାଇକ ଆରୋହୀମାନେ ନିଜ ଗ୍ରାମକୁ ଫେରୁଥିବା ବେଳେ ବ୍ରହ୍ମପୁରରୁ କେରାଡାଙ୍ଗ ଅଭିମୁଖେ ଯାଉଥିବା ବିକ୍ରାନ୍ତ […] The post ବସ୍ -ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ,ଦୁଇ ଆହତ appeared first on KNews Odisha.

ବସ୍ -ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ,ଦୁଇ ଆହତ
baliguda accident

ମୋହନା : ବିକ୍ରାନ୍ତ ନାମକ ଘରୋଇ ବସ୍ ଏବଂ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି  l  ମୃତକ ହେଲେ ଆର. ଉଦୟଗିରି ଥାନା କୁଲାପଥର ଗ୍ରାମର ସଞ୍ଜୟ ବଡ଼ରଇତ  l ଗୁରୁତର ଆହତ ମୁନିଙ୍ଗାଢ଼ିଅ ଗ୍ରାମର ଦୁଇ ଯୁବକଙ୍କୁ ଆର. ଉଦୟଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି  l  ଆର. ଉଦୟଗିରିରୁ ବାଇକ ଆରୋହୀମାନେ ନିଜ ଗ୍ରାମକୁ ଫେରୁଥିବା ବେଳେ ବ୍ରହ୍ମପୁରରୁ କେରାଡାଙ୍ଗ ଅଭିମୁଖେ ଯାଉଥିବା ବିକ୍ରାନ୍ତ ନାମକ ଘରୋଇ ବସ୍ ସହ ଶବର ପଲ୍ଲୀ ଗ୍ରାମ ଚମ୍ପାଘାଟି ବୁଲାଣିରେ ମୁହାଁମୁହିଁ ଧକ୍କା ହୋଇଥିଲା  l  ଆର. ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି  l

The post ବସ୍ -ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ,ଦୁଇ ଆହତ appeared first on KNews Odisha.