ବସ୍-ବାଇକ୍ ଧକ୍କା: ଚାଲିଗଲା ଦୁଇ ଜୀବନ
ପଡିଆବାହାଲ,୧୫।୮(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ଯୁଜୁମୁରା ବ୍ଲକ କୁକୁଡ଼ାପାଲି ପଞ୍ଚାୟତ କୁକୁଡ଼ାପାଲି ଆର୍ଏମ୍ସି ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ମିଳିଥିବା ସୂଚନା ମୁତାବକ, କୂଶନପୁରୀ ଗ୍ରାମର ସୁରେନ୍ଦ୍ର ନାୟକଙ୍କ ପୁଅ ସରୋଜ ନାୟକ ଏକ ବାଇକ୍ରେ ସେରସୁଆତଲ ଛକରୁ ଆସୁଥିଲେ। ହେଲେ ବାଟରେ ଗ୍ରାମର ଅଙ୍ଗନଓ୍ବାଡି କର୍ମୀ ତାଙ୍କୁ ଲିପ୍ଟ ମାଗିଥିଲେ। ସରୋଜ ଅଙ୍ଗନଓ୍ବାଡି କର୍ମୀଙ୍କୁ ଧରି ଆସୁଥିବା […] The post ବସ୍-ବାଇକ୍ ଧକ୍କା: ଚାଲିଗଲା ଦୁଇ ଜୀବନ appeared first on Dharitri Odia News.
ପଡିଆବାହାଲ,୧୫।୮(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ଯୁଜୁମୁରା ବ୍ଲକ କୁକୁଡ଼ାପାଲି ପଞ୍ଚାୟତ କୁକୁଡ଼ାପାଲି ଆର୍ଏମ୍ସି ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l
ମିଳିଥିବା ସୂଚନା ମୁତାବକ, କୂଶନପୁରୀ ଗ୍ରାମର ସୁରେନ୍ଦ୍ର ନାୟକଙ୍କ ପୁଅ ସରୋଜ ନାୟକ ଏକ ବାଇକ୍ରେ ସେରସୁଆତଲ ଛକରୁ ଆସୁଥିଲେ। ହେଲେ ବାଟରେ ଗ୍ରାମର ଅଙ୍ଗନଓ୍ବାଡି କର୍ମୀ ତାଙ୍କୁ ଲିପ୍ଟ ମାଗିଥିଲେ। ସରୋଜ ଅଙ୍ଗନଓ୍ବାଡି କର୍ମୀଙ୍କୁ ଧରି ଆସୁଥିବା ବେଳେ ବାଟରେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍ ଭାରସାମ୍ୟ ହରାଇ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ସେମାନେ ରାସ୍ତାରେ ଛିଟିକି ପଡି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। ବସ୍ ଡ୍ରାଇଭର ଦୁର୍ଘଟଣା ପରେ ଅଇଁଠାପାଲି ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ଅନ୍ୟପକ୍ଷେ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
The post ବସ୍-ବାଇକ୍ ଧକ୍କା: ଚାଲିଗଲା ଦୁଇ ଜୀବନ appeared first on Dharitri Odia News.