ବସ୍ ଯୋଗେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ: ମାଡ଼ିବସିଲା ପୋଲିସ
ଦାରିଙ୍ଗବାଡି, ୩୦।୯(ଅରୁଣ ସାହୁ):କନ୍ଧମାଳ ଜିଲା ଏବେ ଗଞ୍ଜେଇ ଚାଷ ପାଇଁ ଜଣାଶୁଣା। ପୋଲିସ ଯେତିକି ଧରପଗଡ଼ କରୁଛି ଗଞ୍ଜେଇ ବେପାରୀ ନୂଆ ନୂଆ ଉପାୟରେ ଚୋରାଚାଲାଣ କରୁଛି। ଏବେ ଗଞ୍ଜେଇ ଚୋରାଚାଲାଣ ପାଇଁ ଯାତ୍ରୀବାହୀ ବସକୁ ବ୍ୟବହାର କରୁଛନ୍ତି। ସୋମବାର ବସରେ ଗଞ୍ଜେଇ ନେବାକୁ ଅପେକ୍ଷା କରିଥିବାବେଳେ ପୋଲିସ ମାଡ଼ିବସିଛି। ଫଳରେ ୮ କେଜି ୫ ଶହ ଗ୍ରାମ ଗଞ୍ଜେଇ ପୋଲିସ ଜବତ କରିବା ସହ ଏଥିରେ ସମ୍ପୃକ୍ତି ୨ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ […] The post ବସ୍ ଯୋଗେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ: ମାଡ଼ିବସିଲା ପୋଲିସ appeared first on Dharitri Odia News.
ଦାରିଙ୍ଗବାଡି, ୩୦।୯(ଅରୁଣ ସାହୁ):କନ୍ଧମାଳ ଜିଲା ଏବେ ଗଞ୍ଜେଇ ଚାଷ ପାଇଁ ଜଣାଶୁଣା। ପୋଲିସ ଯେତିକି ଧରପଗଡ଼ କରୁଛି ଗଞ୍ଜେଇ ବେପାରୀ ନୂଆ ନୂଆ ଉପାୟରେ ଚୋରାଚାଲାଣ କରୁଛି। ଏବେ ଗଞ୍ଜେଇ ଚୋରାଚାଲାଣ ପାଇଁ ଯାତ୍ରୀବାହୀ ବସକୁ ବ୍ୟବହାର କରୁଛନ୍ତି। ସୋମବାର ବସରେ ଗଞ୍ଜେଇ ନେବାକୁ ଅପେକ୍ଷା କରିଥିବାବେଳେ ପୋଲିସ ମାଡ଼ିବସିଛି। ଫଳରେ ୮ କେଜି ୫ ଶହ ଗ୍ରାମ ଗଞ୍ଜେଇ ପୋଲିସ ଜବତ କରିବା ସହ ଏଥିରେ ସମ୍ପୃକ୍ତି ୨ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କ.ନୂଆଗାଁ ଥାନା ସର୍ଣ୍ଣପୁର ଅଞ୍ଚଳର ଦୁଃଶାସନ ଦିଗାଲ ଏବଂ ଭଞ୍ଜ ଦିଗାଲ।
ଆଇଆଇଆସି ରମେଶ କୁମାର ପ୍ରଧାନ କହିଛନ୍ତି, ଏହି ଦୁଇଜଣ ବ୍ରହ୍ମପୁର ଅଭିମୁଖେ ନେବା ପାଇଁ ବାଲିଗୁଡାଠାରୁ ବ୍ରହ୍ମପୁର ଯାଉଥିବା ଏକ ଘରୋଇ ବସକୁ ଅପେକ୍ଷା କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ସବଇନ୍ସପେକ୍ଟର ଜୟନ୍ତ ସେଠୀ ସଦଳବଳ ଚଢ଼ାଉ କରି ଦୁଇଜଣଙ୍କୁ କାବୁ କରିବା ସହ ଗଞ୍ଜେଇ ଭର୍ତ୍ତି ବସ୍ତା ଜବତ କରିଥିଲେ। ଏନେଇ ପୋଲିସ ମାମଲା (୧୬୬/୨୪) ରୁଜୁ କରି ଅଧିକ ତଦନ୍ତ ଚଳାଇଛି।
The post ବସ୍ ଯୋଗେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ: ମାଡ଼ିବସିଲା ପୋଲିସ appeared first on Dharitri Odia News.