ବସ୍ରୁ ଓହ୍ଲାଇ ଚା’ପିଇବାକୁ ଯାଇଥିଲେ , ୫୦କେଜିର ରୂପା ଓ ୪ଲକ୍ଷ ୯୨ ହଜାର ଗାଏବ
ଖଲ୍ଲିକୋଟ ୨୭/୭: ବସ୍ରୁ ଓହ୍ଲାଇ ଚା ପିଇବାକୁ ତଳକୁ ଯାଇଥିଲେ । ଆସିଲା ବେଳକୁ ୫୦ କେଜି ଓଜନର ରୂପା ଓ ନଗଦ ୪ଲକ୍ଷ ୯୨ ହଜାର ଟଙ୍କା ଗୋଲ୍ । ଟଙ୍କା ଓ ଅଳଙ୍କାର ବ୍ୟାଗ ନପାଇ ଚକିତ ହୋଇଯାଇଥିଲେ ବ୍ୟବସାୟୀ । ବ୍ରହ୍ମପୁରରୁ କୋଲକାତା ଯାଉଥିବା ଘରୋଇ ବସ୍ ଖମ୍ବେଶ୍ବରୀରୁ ଏପରି ଚୋରି ହୋଇଥିବା ଅଭିଯୋଗ ହୋଇଛି । କୋଲକାତାର ରୂପା ବ୍ୟବସାୟୀ ମିଥୁନ ମଣ୍ଡଳ ବ୍ରହ୍ମପୁରରୁ ବ୍ୟବସାୟୀ ସାରି ଖମ୍ବେଶ୍ବରୀ ବସ୍ରେ କୋଲକାତା ଫେରୁଥିଲେ । ଯାତ୍ରୀଙ୍କ ଜଳଖିଆ ପାଇଁ ଖଲ୍ଲିକୋଟ ନିକଟ NH-୧୬ରେ ଥିବା ଭେଜିପୁଟ ଫାଣ୍ଡି ନିକଟରେ ବସ୍ ଅଟକିଥିଲା । ସବୁ ଯାତ୍ରୀଙ୍କ ପରି ମିଥୁନ ମଧ୍ୟ ଚା’ ପିଇବାକୁ ତଳକୁ ଓହ୍ଲାଇଥିଲେ ।ସେହି ସମୟରେ ପୂର୍ବରୁ କାରରେ ପିଛା କରୁଥିବା ୪ ଜଣ ଲୁଟେରା ବସ୍ରୁ ଗହଣା ଓ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ । ଚା’ ପିଇସାରି ବସ୍ ଭିତରକୁ ଆସିଲା ବେଳକୁ ବ୍ୟାଗ ନଥିବା ଜାଣିବାକୁ ପାଇଥିଲେ ମିଥୁନ । ସଙ୍ଗେ ସଙ୍ଗେ ଭେଜିପୁଟ ଫାଣ୍ଡିରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ଲୁଟେରାଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ ଜାରି ରଖିଛି ।
ଖଲ୍ଲିକୋଟ ୨୭/୭: ବସ୍ରୁ ଓହ୍ଲାଇ ଚା ପିଇବାକୁ ତଳକୁ ଯାଇଥିଲେ । ଆସିଲା ବେଳକୁ ୫୦ କେଜି ଓଜନର ରୂପା ଓ ନଗଦ ୪ଲକ୍ଷ ୯୨ ହଜାର ଟଙ୍କା ଗୋଲ୍ । ଟଙ୍କା ଓ ଅଳଙ୍କାର ବ୍ୟାଗ ନପାଇ ଚକିତ ହୋଇଯାଇଥିଲେ ବ୍ୟବସାୟୀ । ବ୍ରହ୍ମପୁରରୁ କୋଲକାତା ଯାଉଥିବା ଘରୋଇ ବସ୍ ଖମ୍ବେଶ୍ବରୀରୁ ଏପରି ଚୋରି ହୋଇଥିବା ଅଭିଯୋଗ ହୋଇଛି ।
କୋଲକାତାର ରୂପା ବ୍ୟବସାୟୀ ମିଥୁନ ମଣ୍ଡଳ ବ୍ରହ୍ମପୁରରୁ ବ୍ୟବସାୟୀ ସାରି ଖମ୍ବେଶ୍ବରୀ ବସ୍ରେ କୋଲକାତା ଫେରୁଥିଲେ । ଯାତ୍ରୀଙ୍କ ଜଳଖିଆ ପାଇଁ ଖଲ୍ଲିକୋଟ ନିକଟ NH-୧୬ରେ ଥିବା ଭେଜିପୁଟ ଫାଣ୍ଡି ନିକଟରେ ବସ୍ ଅଟକିଥିଲା । ସବୁ ଯାତ୍ରୀଙ୍କ ପରି ମିଥୁନ ମଧ୍ୟ ଚା’ ପିଇବାକୁ ତଳକୁ ଓହ୍ଲାଇଥିଲେ ।
ସେହି ସମୟରେ ପୂର୍ବରୁ କାରରେ ପିଛା କରୁଥିବା ୪ ଜଣ ଲୁଟେରା ବସ୍ରୁ ଗହଣା ଓ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ । ଚା’ ପିଇସାରି ବସ୍ ଭିତରକୁ ଆସିଲା ବେଳକୁ ବ୍ୟାଗ ନଥିବା ଜାଣିବାକୁ ପାଇଥିଲେ ମିଥୁନ । ସଙ୍ଗେ ସଙ୍ଗେ ଭେଜିପୁଟ ଫାଣ୍ଡିରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ଲୁଟେରାଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ ଜାରି ରଖିଛି ।