ବସ୍ରୁ ଖସି କଲେଜ ଛାତ୍ରଙ୍କ ମୃତ୍ୟୁ, ବସ୍‌ ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଲୋକ

ଆସ୍କା ୭।୫: ହିଞ୍ଜିଳି ଥାନା ରାଳବ ଛକ ନିକଟରେ ଅଘଟଣ । ବସ୍‌ରୁ ଖସି କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ କଲେଜ ଛାତ୍ର ଜଣକ ହେଲେ ୧୯ ବର୍ଷ ବୟସ୍କ ରାହୁଲ ନାୟକ । ସେ ଅଙ୍କୁଶପୁର SMIT କଲେଜରେ ଡିପ୍ଲୋମା କରୁଥିଲେ I ସୂଚନାଯୋଗ୍ୟ ଯେ, ରାହୁଲ ହିଞ୍ଜିଳିରୁ ‘ମହାବାହୁ’ ନାମକ ଏକ ଘରୋଇ ବସ୍‌ ଯୋଗେ ନିଜ ଘର କୁଟିଆ ପଦରକୁ ଫେରୁଥିଲେ l ରାଳବ ଛକ ଠାରେ ବସ୍‌ରୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି l ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ବସ୍‌କୁ ଭଙ୍ଗାରୁଜା କରାଯାଇଛି I ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜନାକୁ ଆୟତ କରିବା ସହ ଘଟଣାର ତଦନ୍ତ କରୁଛି IYou Can Read :ବିଜେପିକୁ ବିଜେଡିର ଟାର୍ଗେଟ୍ : ବିଜେପିର ନିର୍ବାଚନୀ ଇସ୍ତାହାରକୁ ମିଛ ମେନିଫେଷ୍ଟୋ କହିଲା ଦଳ

ବସ୍ରୁ ଖସି କଲେଜ ଛାତ୍ରଙ୍କ ମୃତ୍ୟୁ, ବସ୍‌ ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଲୋକ

ଆସ୍କା ୭।୫: ହିଞ୍ଜିଳି ଥାନା ରାଳବ ଛକ ନିକଟରେ ଅଘଟଣ । ବସ୍‌ରୁ ଖସି କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ କଲେଜ ଛାତ୍ର ଜଣକ ହେଲେ ୧୯ ବର୍ଷ ବୟସ୍କ ରାହୁଲ ନାୟକ । ସେ ଅଙ୍କୁଶପୁର SMIT କଲେଜରେ ଡିପ୍ଲୋମା କରୁଥିଲେ I 

ସୂଚନାଯୋଗ୍ୟ ଯେ, ରାହୁଲ ହିଞ୍ଜିଳିରୁ ‘ମହାବାହୁ’ ନାମକ ଏକ ଘରୋଇ ବସ୍‌ ଯୋଗେ ନିଜ ଘର କୁଟିଆ ପଦରକୁ ଫେରୁଥିଲେ l ରାଳବ ଛକ ଠାରେ ବସ୍‌ରୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି l ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ବସ୍‌କୁ ଭଙ୍ଗାରୁଜା କରାଯାଇଛି I ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜନାକୁ ଆୟତ କରିବା ସହ ଘଟଣାର ତଦନ୍ତ କରୁଛି I

You Can Read :

ବିଜେପିକୁ ବିଜେଡିର ଟାର୍ଗେଟ୍ : ବିଜେପିର ନିର୍ବାଚନୀ ଇସ୍ତାହାରକୁ ମିଛ ମେନିଫେଷ୍ଟୋ କହିଲା ଦଳ