ବସ୍‌ରେ ମହିଳାଙ୍କ ପ୍ରସବ, ଫିଲ୍ମ ଷ୍ଟାଇଲ୍‌ରେ ଡ୍ରାଇଭର ପହଞ୍ଚାଇଲେ ହସ୍ପିଟାଲ

ନୂଆଦିଲ୍ଲୀ ୩୧।୦୫: କେରଳର ସରକାରୀ କେଏସଆରଟିସି ବସ୍ ଭିତରେ ଜଣେ ଗର୍ଭବତୀ ମହିଳା ସନ୍ତାନ ଜନ୍ମ ଦେଇଛନ୍ତି। ପ୍ରସବ ପରେ ଉଭୟ ମାଆ ଏବଂ ଶିସୁ ସୁରକ୍ଷିତ ଅଛନ୍ତି । କୁହାଯାଉଛି କି ଯେ ମହିଳା ଏବଂ ତାଙ୍କ ସ୍ୱାମୀ ଥ୍ରୀସୁରରୁ ଥୋଟିଲାପାଲମକୁ ଯାଉଥିଲେ। ଏହି ସମୟରେ ପେରାମଙ୍ଗଲମ ନିକଟରେ ଏକ ଚଳନ୍ତା ବସ୍‌ରେ ଜଣେ ମହିଳା ଏକ ଶିଶୁକୁ ଜନ୍ମ ଦେଇଥିଲେ। ବର୍ତ୍ତମାନ ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।ଭିଡିଓରେ ଦେଖିବାକୁ ମିଳୁଛି କି  ବସ୍ ଡ୍ରାଇଭର ପୂରା ଫିଲ୍ମ ଷ୍ଟାଇଲ୍‌ରେ  ହସ୍ପିଟାଲ ପରିସରରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି।ଦୁଇଜଣ ସୁରକ୍ଷାକର୍ମୀ ଏକ ଷ୍ଟ୍ରେଚରକୁ ବସ୍ ପାଖକୁ ନେଇକି ଯାଉଛନ୍ତି ।  ବସ୍ ବାହାରେ କିଛି ଲୋକ ଦୃଶ୍ୟମାନ ହେଉଛନ୍ତି। ଡାକ୍ତରୀ ଦଳ ମହିଳାଙ୍କୁ ପ୍ରସବ କରିବା ପାଇଁ ବସ୍ ଭିତରକୁ ଯାଉଛନ୍ତି । ଏହି ଘଟଣା ଥ୍ରିସୁରର ଅମାଲା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଘଟିଛି। #WATCH | Kerala | A woman gave birth to a girl child in a KSRTC bus in Thrissur. Later, she was brought to the Amala Hospital. (29.05)(Source: Amala Hospital PRO) pic.twitter.com/NxBW490Beg— ANI (@ANI) May 31, 2024କିଛି ସେକେଣ୍ଡ ପରେ ନର୍ସ ନବଜାତ ଶିଶୁକୁ କପଡାରେ ଗୁଡ଼ାଇ ବସରୁ ବାହାରି ଆସିଲେ। ସଂକ୍ରମଣକୁ ଧ୍ୟାନରେ ରଖି ସେ ତୁରନ୍ତ ପିଲାଟିକୁ NICU (ନିଓନାଟାଲ

ବସ୍‌ରେ ମହିଳାଙ୍କ ପ୍ରସବ, ଫିଲ୍ମ ଷ୍ଟାଇଲ୍‌ରେ ଡ୍ରାଇଭର ପହଞ୍ଚାଇଲେ ହସ୍ପିଟାଲ

ନୂଆଦିଲ୍ଲୀ ୩୧।୦୫: କେରଳର ସରକାରୀ କେଏସଆରଟିସି ବସ୍ ଭିତରେ ଜଣେ ଗର୍ଭବତୀ ମହିଳା ସନ୍ତାନ ଜନ୍ମ ଦେଇଛନ୍ତି। ପ୍ରସବ ପରେ ଉଭୟ ମାଆ ଏବଂ ଶିସୁ ସୁରକ୍ଷିତ ଅଛନ୍ତି । କୁହାଯାଉଛି କି ଯେ ମହିଳା ଏବଂ ତାଙ୍କ ସ୍ୱାମୀ ଥ୍ରୀସୁରରୁ ଥୋଟିଲାପାଲମକୁ ଯାଉଥିଲେ। ଏହି ସମୟରେ ପେରାମଙ୍ଗଲମ ନିକଟରେ ଏକ ଚଳନ୍ତା ବସ୍‌ରେ ଜଣେ ମହିଳା ଏକ ଶିଶୁକୁ ଜନ୍ମ ଦେଇଥିଲେ। ବର୍ତ୍ତମାନ ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଭିଡିଓରେ ଦେଖିବାକୁ ମିଳୁଛି କି  ବସ୍ ଡ୍ରାଇଭର ପୂରା ଫିଲ୍ମ ଷ୍ଟାଇଲ୍‌ରେ  ହସ୍ପିଟାଲ ପରିସରରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି।ଦୁଇଜଣ ସୁରକ୍ଷାକର୍ମୀ ଏକ ଷ୍ଟ୍ରେଚରକୁ ବସ୍ ପାଖକୁ ନେଇକି ଯାଉଛନ୍ତି ।  ବସ୍ ବାହାରେ କିଛି ଲୋକ ଦୃଶ୍ୟମାନ ହେଉଛନ୍ତି। ଡାକ୍ତରୀ ଦଳ ମହିଳାଙ୍କୁ ପ୍ରସବ କରିବା ପାଇଁ ବସ୍ ଭିତରକୁ ଯାଉଛନ୍ତି । ଏହି ଘଟଣା ଥ୍ରିସୁରର ଅମାଲା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଘଟିଛି।

 

କିଛି ସେକେଣ୍ଡ ପରେ ନର୍ସ ନବଜାତ ଶିଶୁକୁ କପଡାରେ ଗୁଡ଼ାଇ ବସରୁ ବାହାରି ଆସିଲେ। ସଂକ୍ରମଣକୁ ଧ୍ୟାନରେ ରଖି ସେ ତୁରନ୍ତ ପିଲାଟିକୁ NICU (ନିଓନାଟାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍) କୁ ନେଇଗଲେ । ୩୭ ବର୍ଷ ବୟସ୍କା ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏହି ରିପୋର୍ଟରେ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ମା ଏବଂ ନବଜାତ ଶିଶୁର ଅବସ୍ଥା ସ୍ଥିର ରହିଛି। ମହିଳା ଜଣକ ଗର୍ଭଧାରଣର ନବମ ମାସରେ ଥିଲେ ଏବଂ ପାଞ୍ଚଟି ସନ୍ତାନର ମାଆ ।