ବସ୍ଷ୍ଟାଣ୍ଡରେ କାନ୍ଦୁଛି ଛୁଆ, ପ୍ରେମିକ ସହ ଫେରାର ମାରିଛି ଜନ୍ମ କଲା ମା‘
ବଲାଙ୍ଗୀର : ବଲାଙ୍ଗୀର ବସ୍ ଟର୍ମିନାଲରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ନିଜ ଜନ୍ମକଲା ୪ ବର୍ଷରେ ଛୁଆକୁ ଛାଡି ପ୍ରେମିକ ସହ ମାଆ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଜନ୍ମକଲା ଛୁଆଙ୍କୁ ଜଣେ ଶ୍ରମିକ ପାଖରେ ଛାଡି ମା’ ପ୍ରେମିକ ସହ ବସରେ ଫେରାର୍ ମାରିଥିବା ବେଳେ ଛୁଆ କାନ୍ଦୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ ବସଷ୍ଟାଣ୍ଡର କିଛି ବ୍ୟକ୍ତି । ଦୀର୍ଘ ୩ ରୁ ୪ ଘଣ୍ଟା ଧରି ଛୁଆଟି ମା’କୁ ନ […]

ବଲାଙ୍ଗୀର : ବଲାଙ୍ଗୀର ବସ୍ ଟର୍ମିନାଲରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ନିଜ ଜନ୍ମକଲା ୪ ବର୍ଷରେ ଛୁଆକୁ ଛାଡି ପ୍ରେମିକ ସହ ମାଆ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଜନ୍ମକଲା ଛୁଆଙ୍କୁ ଜଣେ ଶ୍ରମିକ ପାଖରେ ଛାଡି ମା’ ପ୍ରେମିକ ସହ ବସରେ ଫେରାର୍ ମାରିଥିବା ବେଳେ ଛୁଆ କାନ୍ଦୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ ବସଷ୍ଟାଣ୍ଡର କିଛି ବ୍ୟକ୍ତି । ଦୀର୍ଘ ୩ ରୁ ୪ ଘଣ୍ଟା ଧରି ଛୁଆଟି ମା’କୁ ନ ପାଇ କାନ୍ଦି କାନ୍ଦି ଖୋଜିବାକୁ ଲାଗୁଥିଲା। ଜଣେ ଶ୍ରମିକ ଶିଶୁ ପାଖରେ ରହିଥିଲେ । ତେବେ ଶିଶୁଟି ମା’କୁ ନ ପାଇ ବିକଳ ହୋଇ କାନ୍ଦୁଥିବା ବେଳେ କିଛି ଲୋକ ପଚାରିଥିଲେ । ତେବେ ଶ୍ରମିକ ଜଣଙ୍କ ଜଣେ ମହିଳା ପରିସ୍ରାରୁ ଆସୁଛି କହି ଛାଡି ଦେଇଥିବା ଜଣାଇଥିଲେ ।
ତେବେ ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ଯ ମହିଳା ଜଣକୁ ପାଇନଥିଲେ । ପରେ ଶିଶୁକୁ ଛାଡି ମହିଳା ଜଣକ ପ୍ରେମିକ ସହ ବସରେ ଫେରାର୍ ମାରିଥିବା ଜଣାପଡିବା ପରେ ଟାଉନ୍ ଥାନା ପୁଲିସକୁ ଖବର ଦେଇଥିଲେ । ଟାଉନ୍ ଥାନା ପୁଲିସ ପହଞ୍ଚି ଛୁଆଙ୍କୁ ଉଦ୍ଧାର କରିବା ସହ ଶ୍ରମିକକୁ ଥାନାକୁ ଆଣି ପଚରାଉଚରା କରିଥିଲା । ତେବେ ମହିଳା ତାଙ୍କୁ ଫୋନ କରି ଡାକି ଶିଶୁକୁ ଦେଇ ଫେରାର ମାରିଥିବା ସେ ପୁଲିସକୁ ଜଣାଇଥିଲେ । ତେବେ ପ୍ରେମିକ ସହ ବସରେ ଫେରାର ମାରୁଥିବା ବେଳେ ଲୋଇସିଂହା ଥାନା ଅନ୍ତର୍ଗତ ଗାଇଖାଇ ନିକଟରୁ ବସ ଅଟକାଇ ମାଆକୁ ଆଣିଥିଲା ଟାଉନ ପୁଲିସ । ପୋଲିସକୁ ଦେଖି ବସରୁ ଡେଇଁ ପ୍ରେମିକ ଫେରାର ହୋଇଯାଇଥିବା ବେଳେ ମା’କୁ ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି ।
ମହିଳା ଜଣକ ପୁଇଁତଳା ଥାନା ଅନ୍ତର୍ଗତ ଖମାରମୁଣ୍ଡା ଗାଁର ବୋଲି ଜଣାପଡିଥିବା ବେଳେ ସେ ଦେଓଗାଁ ଥାନା ଅଞ୍ଚଳରେ ବିବାହ କରିଥିଲେ । ସେ କିଛି ମାସ ହେଲା ସ୍ୱାମୀକୁ ଛାଡି ପଳାଇ ଆସିଥିବା ବେଳେ ଏଣେତେଣେ ରହୁଛନ୍ତି । ସ୍ୱାମୀଙ୍କ ସହ ସମ୍ପର୍କ ଛିନ୍ନ କରିଥିବା କହୁଥିବା ମହିଳା କାହିଁକି ନିଜ ଜନ୍ମକଲା ଛୁଆକୁ ଛାଡି ପ୍ରେମିକ ସହ ଫେରାର ମାରୁଥିଲେ ତାହାକୁ ନେଇ ପଚାରଉଚୁରା କରୁଛି ଟାଉନ୍ ପୁଲିସ । ଫେରାର୍ ପ୍ରେମିକ ଜଣକ କିଏ ସେନେଇ ଟାଉନ୍ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି ।