ବହୁ ଚର୍ଚ୍ଚିତ ଡାକ୍ତର ଦମ୍ପତ୍ତି ହତ୍ୟା ମାମଲା : ୫ ଜଣଙ୍କୁ ଆଜୀବନ ଜେଲ୍, ମାଷ୍ଟରମାଇଣ୍ଡ ଥିଲା ଚାକରାଣୀ

ଭୁବନେଶ୍ୱର ୨୭।୩: ବହୁ ଚର୍ଚ୍ଚିତ ଶୈଳଶ୍ରୀବିହାର ଡାକ୍ତର ଦମ୍ପତ୍ତି ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି । ଏହି ମାମଲାରେ ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ବର ଆଡିସନାଲ ସେସନ ଜଜ୍ । ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ସାଜିଥିବା କିଶୋର ବେହେରା ସମତେ ଅନ୍ୟ ୪ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡ ମିଳିଛି  । ଏହି ମାମଲାରେ ୨୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯିବା ସହ ୨୫୦ଦସ୍ତାବିଜ୍ କୋର୍ଟରେ ଦାଖଲ ହୋଇଥିଲା । ଅଭିଯୁକ୍ତଙ୍କ ବିରୋଧରେ ସମସ୍ତ ପ୍ରମାଣ ଦାଖଲ କରିବା ସହ ଦୁଢ ଚାର୍ଜସିଟ୍ ଦାଖଲ କରିଥିଲେ ତଦନ୍ତ ଅଧିକାରୀ । ଯେଉଁ ଆଧାରରେ ଅଭିଯୁକ୍ତକୁ କଠୋର ଦଣ୍ଡ ମିଳିପାରିଛି ।ସୂଚନାଯୋଗ୍ୟ ଯେ, ୨୦୧୫ ନଭେମ୍ବର ମାସ ୧୪ ତାରିଖ ସକାଳ ୭ଟା ସମୟ । ବିଦେଶରେ ରହୁଥିବା ଡାକ୍ତର ଦମ୍ପତ୍ତିଙ୍କ  ପୁଅ ମା’ଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ । ହେଲେ ଯୋଗାଯୋଗ ହୋଇପାରିନଥିଲା । ନିକଟରେ ରହୁଥିବା ସମ୍ପର୍କୀୟଙ୍କୁ ଫୋନ୍ କରି ଘରକୁ ଯାଇ ଦେଖିବା ପାଇଁ କହିଥିଲେ । ସମ୍ପର୍କୀୟ ଘରକୁ ଆସି ଦେଖିବା ପରେ ଘର ସାରା ରକ୍ତ ଛିଟା ପଡ଼ିଛି । ଘର ଡାଇନିଂରେ ଡାକ୍ତର ପ୍ରଫୁଲ ମିଶ୍ରଙ୍କ ମୃତଦେହ ପଡ଼ିଥିବା ବେଳେ ରେଷେଇ ଘରେ ସୁଷମା ମିଶ୍ରଙ୍କ ମୃତଦେହ ପଡ଼ିଥିଲା । ସଂଗେ ସଂଗେ ଖବର ଚାରିଆଡେ ବ୍ୟାପିଗଲା । ତତ୍‌କାଳୀନ ଡିସିପି ସତ୍ୟବ୍ରତ ଭୋଇ, ସିପି ଡା.ଆରପି ଶର୍ମା ପହଞ୍ଚି ତଦନ୍ତ କରିଥିଲେ । ପ୍ରଥମେ ଜମିବାଡ଼ି ବିବାଦକୁ

ବହୁ ଚର୍ଚ୍ଚିତ ଡାକ୍ତର ଦମ୍ପତ୍ତି ହତ୍ୟା ମାମଲା : ୫ ଜଣଙ୍କୁ ଆଜୀବନ ଜେଲ୍, ମାଷ୍ଟରମାଇଣ୍ଡ ଥିଲା ଚାକରାଣୀ

ଭୁବନେଶ୍ୱର ୨୭।୩: ବହୁ ଚର୍ଚ୍ଚିତ ଶୈଳଶ୍ରୀବିହାର ଡାକ୍ତର ଦମ୍ପତ୍ତି ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି । ଏହି ମାମଲାରେ ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ବର ଆଡିସନାଲ ସେସନ ଜଜ୍ । ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ସାଜିଥିବା କିଶୋର ବେହେରା ସମତେ ଅନ୍ୟ ୪ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡ ମିଳିଛି  । ଏହି ମାମଲାରେ ୨୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯିବା ସହ ୨୫୦ଦସ୍ତାବିଜ୍ କୋର୍ଟରେ ଦାଖଲ ହୋଇଥିଲା । ଅଭିଯୁକ୍ତଙ୍କ ବିରୋଧରେ ସମସ୍ତ ପ୍ରମାଣ ଦାଖଲ କରିବା ସହ ଦୁଢ ଚାର୍ଜସିଟ୍ ଦାଖଲ କରିଥିଲେ ତଦନ୍ତ ଅଧିକାରୀ । ଯେଉଁ ଆଧାରରେ ଅଭିଯୁକ୍ତକୁ କଠୋର ଦଣ୍ଡ ମିଳିପାରିଛି ।

ସୂଚନାଯୋଗ୍ୟ ଯେ, ୨୦୧୫ ନଭେମ୍ବର ମାସ ୧୪ ତାରିଖ ସକାଳ ୭ଟା ସମୟ । ବିଦେଶରେ ରହୁଥିବା ଡାକ୍ତର ଦମ୍ପତ୍ତିଙ୍କ  ପୁଅ ମା’ଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ । ହେଲେ ଯୋଗାଯୋଗ ହୋଇପାରିନଥିଲା । ନିକଟରେ ରହୁଥିବା ସମ୍ପର୍କୀୟଙ୍କୁ ଫୋନ୍ କରି ଘରକୁ ଯାଇ ଦେଖିବା ପାଇଁ କହିଥିଲେ । ସମ୍ପର୍କୀୟ ଘରକୁ ଆସି ଦେଖିବା ପରେ ଘର ସାରା ରକ୍ତ ଛିଟା ପଡ଼ିଛି । ଘର ଡାଇନିଂରେ ଡାକ୍ତର ପ୍ରଫୁଲ ମିଶ୍ରଙ୍କ ମୃତଦେହ ପଡ଼ିଥିବା ବେଳେ ରେଷେଇ ଘରେ ସୁଷମା ମିଶ୍ରଙ୍କ ମୃତଦେହ ପଡ଼ିଥିଲା । ସଂଗେ ସଂଗେ ଖବର ଚାରିଆଡେ ବ୍ୟାପିଗଲା । ତତ୍‌କାଳୀନ ଡିସିପି ସତ୍ୟବ୍ରତ ଭୋଇ, ସିପି ଡା.ଆରପି ଶର୍ମା ପହଞ୍ଚି ତଦନ୍ତ କରିଥିଲେ । ପ୍ରଥମେ ଜମିବାଡ଼ି ବିବାଦକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିଲା । କିନ୍ତୁ ପୁଲିସ ତଦନ୍ତ କରି ଏହାକୁ ପର୍ଦ୍ଦାଫାସ କରିବାରେ ସଫଳ ହୋଇଥିଲା । ଏହି ମାମଲାରେ ୫ଜଣଙ୍କୁ ଗିରଫ କରାଯାଇଥିଲା । ଏଥିରେ ୨ ଜଣ ମହିଳା ଥିଲେ ।

You Can Read :

ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା : ଆସିଲା ଆଉ ୬ ଲୋକସଭା ପ୍ରାର୍ଥୀଙ୍କ ନାଁ