ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଆଜି ଶେଷ ଶୁଣାଣି

ବଲାଙ୍ଗିର,୧୩।୫: ବଲାଙ୍ଗିର ଜିଲା ପାଟନାଗଡ଼ର ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଶେଷ ଶୁଣାଣି ମଙ୍ଗଳବାର ହେବ ବୋଲି ଜଣାପଡିଛି। ଏହି ଶେଷ ପର୍ଯ୍ୟାୟ ଶୁଣାଣିରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଉପସ୍ଥିତ ରହିବେ ବୋଲି ଜଣାପଡିଛି। ଏଥିପାଇଁ ସେ ବଲାଙ୍ଗିର ଜେଲରୁ ବାହାରି ପାଟଣାଗଡ଼ କୋର୍ଟ ଅଭିମୁଖେ ଯାଇଥିବା ସୂଚନା ମିଳିଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ନିଜ ପକ୍ଷ ଦାଖଲ କରି ସାରିଥିବା ବେଳେ, ମଙ୍ଗଳବାର ଶୁଣାଣିରେ ପୁଞ୍ଜିଲାଲଙ୍କ ଓକିଲ ତଥ୍ୟ ରଖିବେ। ସୂଚନାଯୋଗ୍ୟ […] The post ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଆଜି ଶେଷ ଶୁଣାଣି appeared first on Dharitri Odia News.

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଆଜି ଶେଷ ଶୁଣାଣି

ବଲାଙ୍ଗିର,୧୩।୫: ବଲାଙ୍ଗିର ଜିଲା ପାଟନାଗଡ଼ର ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଶେଷ ଶୁଣାଣି ମଙ୍ଗଳବାର ହେବ ବୋଲି ଜଣାପଡିଛି। ଏହି ଶେଷ ପର୍ଯ୍ୟାୟ ଶୁଣାଣିରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଉପସ୍ଥିତ ରହିବେ ବୋଲି ଜଣାପଡିଛି। ଏଥିପାଇଁ ସେ ବଲାଙ୍ଗିର ଜେଲରୁ ବାହାରି ପାଟଣାଗଡ଼ କୋର୍ଟ ଅଭିମୁଖେ ଯାଇଥିବା ସୂଚନା ମିଳିଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ନିଜ ପକ୍ଷ ଦାଖଲ କରି ସାରିଥିବା ବେଳେ, ମଙ୍ଗଳବାର ଶୁଣାଣିରେ ପୁଞ୍ଜିଲାଲଙ୍କ ଓକିଲ ତଥ୍ୟ ରଖିବେ।
ସୂଚନାଯୋଗ୍ୟ ଅଧ୍ୟାପକରୁ ଅପରାଧୀ ସାଜିଥିଲେ ପୁଞ୍ଜିଲାଲ। ସେ ପଠାଇଥିବା ପାର୍ସଲ ବୋମା ବସ୍ଫୋରଣରେ ପାଟଣାଗଡ଼ ଭୋଳାନାଥ ପଡାର ଇଞ୍ଜିନିୟର ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେ ମାଆଙ୍କ ମୃତ୍ୟୁ ହୋଇଥିଲା। ଆଉ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ସୌମ୍ୟଙ୍କ ପତ୍ନୀ। ସୌମ୍ୟଶେଖରଙ୍କ ବିବାହର ମାତ୍ର କେଉଦିନ ପରେ ଘଟିଥଇଲା ଏହି ଘଟଣା, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ସୂଚନାଯୋଗ୍ୟ, ଏହି ମାମଲାରେ ପୁଞ୍ଜିଲାଲ ଗିରଫ ହୋଇ ୨୦୧୮ ମସିହାରୁ ଜେଲ ଭିତରେ ଅଛନ୍ତି।

The post ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଆଜି ଶେଷ ଶୁଣାଣି appeared first on Dharitri Odia News.