ବହୁ ଚର୍ଚ୍ଚିତ ବ୍ରହ୍ମପୁର ଧୀର ସାମଲ ହତ୍ୟା ମାମଲାରେ ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର : ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ମାମଲାରେ ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ l ଦୀର୍ଘ ୧୪ ବର୍ଷ ପୂର୍ବେ ଘଟଣା ଘଟିଥିବାବେଳେ ବିଳମ୍ବରେ ହେଲେ ମଧ୍ୟ ନ୍ୟାୟ ମିଳିଥିବା କହିଛନ୍ତି ପରିବାର ଲୋକ । ଆଜୀବନ ଜେଲ ଦଣ୍ଡାଦେଶ ପାଇଥିବା ୫ ଅଭିଯୁକ୍ତମାନେ ହେଲେ କାଳିଆ ସେଠି, ପିଙ୍କୁ ପାତ୍ର, ସନିଆ ରାଉତ, ସଞ୍ଜୟ ପ୍ରଧାନ ଓ କୃଷ୍ଣ ପାତ୍ର । ୫ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ […]

ବହୁ ଚର୍ଚ୍ଚିତ ବ୍ରହ୍ମପୁର ଧୀର ସାମଲ ହତ୍ୟା ମାମଲାରେ ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ
court

ବ୍ରହ୍ମପୁର : ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ମାମଲାରେ ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ l ଦୀର୍ଘ ୧୪ ବର୍ଷ ପୂର୍ବେ ଘଟଣା ଘଟିଥିବାବେଳେ ବିଳମ୍ବରେ ହେଲେ ମଧ୍ୟ ନ୍ୟାୟ ମିଳିଥିବା କହିଛନ୍ତି ପରିବାର ଲୋକ । ଆଜୀବନ ଜେଲ ଦଣ୍ଡାଦେଶ ପାଇଥିବା ୫ ଅଭିଯୁକ୍ତମାନେ ହେଲେ କାଳିଆ ସେଠି, ପିଙ୍କୁ ପାତ୍ର, ସନିଆ ରାଉତ, ସଞ୍ଜୟ ପ୍ରଧାନ ଓ କୃଷ୍ଣ ପାତ୍ର । ୫ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ।

ସୂଚନାଯୋଗ୍ୟ, ୨୦୧୦ ଜୁଲାଇ ୨୨ ତାରିଖ ସକାଳେ ଶ୍ରୀରାମ ନଗର ଛକରେ ଏକ ଚା ଦୋକାନରେ ଚା ପିଉଥିବାବେଳେ ଧୀରଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଏହି ଘଟଣାରେ ପୋଲିସ ସାତଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୨୪ ଜଣ ସାକ୍ଷୀଙ୍କ ବୟାନ, ପ୍ରମାଣକୁ ଭିତ୍ତି କରି ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଜିଲ୍ଲା ଓ ଦୌରା ଜଜ୍‌ । ତେବେ ୩ ଜଣ ରିଙ୍କୁ ପାତ୍ର, ମଙ୍ଗୁଳୁ ବେହେରା ଓ ସନ୍ତୋଷ ପାତ୍ରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ ।