ବହୁ ବିବାଦ ପରେ Emergencyକୁ ଅନୁମତି, ଖୁବ୍ଶୀଘ୍ର ହେବ ରିଲିଜ୍ !
ଏକାଧିକ ସିନ୍, ଡାଇଲଗକୁ ବାଦ୍ ଦିଆଗଲା । Emergency ଫିଲ୍ମକୁ ମିଳିଲା CBFC ଅନୁମତି ।
ବହୁ ବାଦ୍ ବିବାଦ ପରେ ଶେଷରେ ହିନ୍ଦୀ ଫିଲ୍ମ ‘ଏମରଜେନସି’କୁ ମିଳିଲା ଅନୁମତି। ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍-CBFC ପକ୍ଷରୁ କଙ୍ଗନା ରାଣାୱତଙ୍କ ଏହି ଫିଲ୍ମକୁ ଅନୁମତି ମିଳିଛି। ଏକାଧିକ ସିନ୍, ଡାଇଲଗ୍କୁ ବାଦ୍ ଦେବା ପରେ ସିନେମାର ରିଲିଜ୍ ପାଇଁ ଗ୍ରିନ୍ ସିଗନାଲ୍ ଦେଇଛି CBFC। ଏନେଇ ଖୁସି ବ୍ୟକ୍ତ କରିବା ସହ ସୋସିଆଲ୍ ମିଡିଆ ସାଇଟ୍ରେ ପୋଷ୍ଟ କରି ସୂଚନା ଦେଇଛନ୍ତି କଙ୍ଗନା।
୧୯୭୫ ମସିହାରେ ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ସ୍ଥିତି ନେଇ ‘ଏମରଜେନସି ଫିଲ୍ମ ପ୍ରସ୍ତୁତ ହୋଇଛି। କଙ୍ଗନାଙ୍କୁ ଇନ୍ଦିରା ଗାନ୍ଧି, ଅନୁପମ୍ ଖେର ଜୟପ୍ରକାଶ ନାରାୟଣ, ଶ୍ରେୟସ ତାଲପଡ଼େଙ୍କୁ ଅଟ୍ଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ନଜର ଆସିଛନ୍ତି। ତେବେ ସିନେମାରେ ଥିବା କିଛି ସିନ୍ ଓ ଡାଇଲଗ୍କୁ ନେଇ ଖପ୍ପା ହୋଇଥିଲା CBFC। ଫଳରେ ସିନେମାର ରିଲିଜ୍ ବାରମ୍ବାର ଘୁଞ୍ଚିଛି ।