ବହୁଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟା ମାମଲା । ୧୧ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
କନକ ବ୍ୟୁରୋ: ବ୍ରହ୍ମପୁର ଗୋଷାଣୀନୂଆ ଗାଁର ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟା ମାମଲାରେ ୧୧ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ । ମାମଲାରେ ଅନ୍ୟତମ ଅଭିଯୁକ୍ତ ମଉଜ ମିଶ୍ର ଏ ଯାଏଁ ଫେରାର ରହିଛି। ଶାନ୍ତି ପ୍ରସାଦ ମିଶ୍ରଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଥିଲା। ୨୦୧୩ ଜାନୁଆରୀ ୨୯ ତାରିଖରେ ଶାନ୍ତି ମିଶ୍ରଙ୍କୁ ଦୁର୍ବୃତ୍ତ ଗୋଡାଇ ଗୋଡାଇ ହାଣିଥିଲେ। ସେ ନିଜର ପ୍ରାଣ ବଞ୍ଚାଇବା ପାଇଁ ଶେଷରେ ନିକଟରେ ଥିବା ଏକ ପୋଖରୀ ଭିତରେ ପଶିଯାଇଥିଲେ। ହେଲେ ଦୁର୍ବୃତ୍ତ ସେଠାରେ ଆତଙ୍କରାଜ ଖେଳାଇବା ସହ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିଥିଲେ। ପୋଖରୀ ଭିତରେ ଥିବା ଶାନ୍ତି ମିଶ୍ରଙ୍କୁ ସେମାନେ ଚାରିପଟେ ଘେରିଯାଇ ବୋମା ମାଡ଼ କରି ସଂଘବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା କରିଥିଲେ। ଘଟଣାରେ ୧୫ଜଣ ଅଭିଯୁକ୍ତଙ୍କ ମାମଲା ରୁଜୁ ହୋଇଥିଲା। ଏମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇସାରିଛି ।