ବହୁତ ହୋଇଗଲା ଆଉ ନୁହେଁ, ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ଗାଁର ମହିଳା

ନବରଙ୍ଗପୁର: ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ଗାଁର ମହିଳା। ପାଳି ପାଳି କରି ଠେଙ୍ଗା, ବାଡ଼ି ଧରି ଜଙ୍ଗଲ ମଧ୍ୟରେ ଦିନ ତମାମ ପଇଁତରା ମାରୁଛନ୍ତି। ସେମାନେ କହୁଛନ୍ତି ବହୁତ ହୋଇଗଲା ଆଉ ନୁହଁ। ଜଙ୍ଗଲରୁ ଗୋଟିଏ ବି ଗଛ କାଟିବାକୁ ଦେବୁନାହିଁ କି ଜଙ୍ଗଲରେ ନିଆଁ ଲଗେଇବାକୁ ଦେବୁନାହିଁ। ଜଙ୍ଗଲ ପାଇଁ ବିପଦ ସୃଷ୍ଟି କରୁଥିବା ଲୋକଙ୍କୁ ସାବାଡ଼ କରିବୁ। ଗାଁର ପଚାଶରୁ ଅଧିକ ମହିଳା ଗ୍ରାମ୍ୟ ଜଙ୍ଗଲର ସୁରକ୍ଷା ପାଇଁ ଚାନ୍ଦା ଆଦାୟ କରି ଜଙ୍ଗଲ ଚତୁପାର୍ଶ୍ବରେ ତାରବାଡ଼ ଘେରା ଦେଇଛନ୍ତି। ବନ ବିଭାଗ ସହାୟତାରେ ପ୍ରତିଦିନ ପାଳି କରି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଜଙ୍ଗଲ ମଧ୍ୟରେ ପଇଁତରା ମାରୁଛନ୍ତି। ଜଙ୍ଗଲ ଚାରିପାଖେ ଘୁରିବୁଲି ଗଛ କଟାଳିଙ୍କୁ ସାବଧାନ କରିବା ସହ ଓ ଜଙ୍ଗଲରେ କାହାକୁ ନିଆଁ ନ ଲଗେଇଦେବାକୁ ସଜାଗ ହୋଇ ରହିଛନ୍ତି। ଏହି ଜଙ୍ଗଲ ଭିତରକୁ ଶଗଡ଼, ସାଇକେଲ ଯିବାକୁ ବାରଣ କରାଯାଇଛି। କେହି ଭୋଜିଭାତ ବି କରିପାରିବେ ନାହିଁ। ଏପରିକି କେହି ଗାଈ ଗୋରୁ ଚରାଇ ପାରିବେ ନାହିଁ। ଏଭଳି ଫତୁଆ ଜାରି କରିଛନ୍ତି ନାକଟିସେମଡା ଗ୍ରାମର ମହିଳାମାନେ। ସତୁରୀ   ହେକ୍ଟର ଗ୍ରାମ୍ୟ ଜଙ୍ଗଲ ଓ ଦୁଇଶହ ହେକ୍ଟର ସଂରକ୍ଷିତ ଜଙ୍ଗଲର ସୁରକ୍ଷା ଭାର ଏହି ମହିଳା ମାନେ ନିଜ କାନ୍ଧରେ ବୋହିଛନ୍ତି। ନାକଟିସେମଡା ଜଙ୍ଗଲ ଓ ସଂରକ୍ଷିତ ଜଙ୍ଗଲ ଭରପୁର ରହିଥିଲା।କିନ୍ତୁ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ଓ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା

ବହୁତ ହୋଇଗଲା ଆଉ ନୁହେଁ, ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ଗାଁର ମହିଳା

ନବରଙ୍ଗପୁର: ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ଗାଁର ମହିଳା। ପାଳି ପାଳି କରି ଠେଙ୍ଗା, ବାଡ଼ି ଧରି ଜଙ୍ଗଲ ମଧ୍ୟରେ ଦିନ ତମାମ ପଇଁତରା ମାରୁଛନ୍ତି। ସେମାନେ କହୁଛନ୍ତି ବହୁତ ହୋଇଗଲା ଆଉ ନୁହଁ। ଜଙ୍ଗଲରୁ ଗୋଟିଏ ବି ଗଛ କାଟିବାକୁ ଦେବୁନାହିଁ କି ଜଙ୍ଗଲରେ ନିଆଁ ଲଗେଇବାକୁ ଦେବୁନାହିଁ। ଜଙ୍ଗଲ ପାଇଁ ବିପଦ ସୃଷ୍ଟି କରୁଥିବା ଲୋକଙ୍କୁ ସାବାଡ଼ କରିବୁ। 

ଗାଁର ପଚାଶରୁ ଅଧିକ ମହିଳା ଗ୍ରାମ୍ୟ ଜଙ୍ଗଲର ସୁରକ୍ଷା ପାଇଁ ଚାନ୍ଦା ଆଦାୟ କରି ଜଙ୍ଗଲ ଚତୁପାର୍ଶ୍ବରେ ତାରବାଡ଼ ଘେରା ଦେଇଛନ୍ତି। ବନ ବିଭାଗ ସହାୟତାରେ ପ୍ରତିଦିନ ପାଳି କରି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଜଙ୍ଗଲ ମଧ୍ୟରେ ପଇଁତରା ମାରୁଛନ୍ତି। ଜଙ୍ଗଲ ଚାରିପାଖେ ଘୁରିବୁଲି ଗଛ କଟାଳିଙ୍କୁ ସାବଧାନ କରିବା ସହ ଓ ଜଙ୍ଗଲରେ କାହାକୁ ନିଆଁ ନ ଲଗେଇଦେବାକୁ ସଜାଗ ହୋଇ ରହିଛନ୍ତି। ଏହି ଜଙ୍ଗଲ ଭିତରକୁ ଶଗଡ଼, ସାଇକେଲ ଯିବାକୁ ବାରଣ କରାଯାଇଛି। କେହି ଭୋଜିଭାତ ବି କରିପାରିବେ ନାହିଁ। ଏପରିକି କେହି ଗାଈ ଗୋରୁ ଚରାଇ ପାରିବେ ନାହିଁ। ଏଭଳି ଫତୁଆ ଜାରି କରିଛନ୍ତି ନାକଟିସେମଡା ଗ୍ରାମର ମହିଳାମାନେ। ସତୁରୀ   ହେକ୍ଟର ଗ୍ରାମ୍ୟ ଜଙ୍ଗଲ ଓ ଦୁଇଶହ ହେକ୍ଟର ସଂରକ୍ଷିତ ଜଙ୍ଗଲର ସୁରକ୍ଷା ଭାର ଏହି ମହିଳା ମାନେ ନିଜ କାନ୍ଧରେ ବୋହିଛନ୍ତି। 

ନାକଟିସେମଡା ଜଙ୍ଗଲ ଓ ସଂରକ୍ଷିତ ଜଙ୍ଗଲ ଭରପୁର ରହିଥିଲା।କିନ୍ତୁ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ଓ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ଅଭାବ କାରଣରୁ ଧୀରେ ଧୀରେ ଜଙ୍ଗଲ ନଷ୍ଟ ହୋଇଗଲା l ଏବେ ଖାସ୍ କରି ଏହି ଗାଁର ମହିଳାମାନେ ସଚେତନ ହୋଇ ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି।ଜଙ୍ଗଲ ନଷ୍ଟ ସ୍ଥାନରେ ବୃକ୍ଷରୋପଣ ପାଇଁ ଆଗେଇ ଆସିଛନ୍ତି।