ବାଂଲାଦେଶ ଚିତ୍ପଟାଙ୍ଗ: ଭାରତକୁ ମାତ୍ର ୯୫ ରନ୍ର ଟାର୍ଗେଟ୍
କାନପୁର,୧।୧୦: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ କାନପୁରରେ ଚାଲିଛି। ଆଜି ଏହି ଟେଷ୍ଟର ଶେଷ ଦିନ। ଦ୍ୱିତୀୟ ଇନିଂସରେ ବାଂଲାଦେଶ ୧୪୬ ରନ୍ରେ ଅଲଆଉଟ୍ ହୋଇଛି। ପ୍ରଥମ ଇନିଂସରେ ବାଂଲାଦେଶ ୨୩୩ ରନ ସଂଗ୍ରହ କରିଥିଲା। ଏଥି ସହିତ ୯ ଉଇକେଟ୍ ହରାଇ ୨୮୫ ରନ ସ୍କୋର କରିବା ପରେ ଭାରତ ପ୍ରଥମ ଇନିଂସ ଘୋଷଣା କରିଥିଲା। ତା’ପରେ ଭାରତୀୟ ଦଳ ୫୨ ରନ୍ରେ ଅଗ୍ରଣୀ […] The post ବାଂଲାଦେଶ ଚିତ୍ପଟାଙ୍ଗ: ଭାରତକୁ ମାତ୍ର ୯୫ ରନ୍ର ଟାର୍ଗେଟ୍ appeared first on Dharitri Odia News.
କାନପୁର,୧।୧୦: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ କାନପୁରରେ ଚାଲିଛି। ଆଜି ଏହି ଟେଷ୍ଟର ଶେଷ ଦିନ। ଦ୍ୱିତୀୟ ଇନିଂସରେ ବାଂଲାଦେଶ ୧୪୬ ରନ୍ରେ ଅଲଆଉଟ୍ ହୋଇଛି। ପ୍ରଥମ ଇନିଂସରେ ବାଂଲାଦେଶ ୨୩୩ ରନ ସଂଗ୍ରହ କରିଥିଲା। ଏଥି ସହିତ ୯ ଉଇକେଟ୍ ହରାଇ ୨୮୫ ରନ ସ୍କୋର କରିବା ପରେ ଭାରତ ପ୍ରଥମ ଇନିଂସ ଘୋଷଣା କରିଥିଲା। ତା’ପରେ ଭାରତୀୟ ଦଳ ୫୨ ରନ୍ରେ ଅଗ୍ରଣୀ ହାସଲ କରିଥିଲା। ତେବେ ଦ୍ୱିତୀୟ ଇନିଂସରେ ବାଂଲାଦେଶ ଦଳ ୧୪୬ ରନ ସ୍କୋର କରି ଭାରତ ଉପରେ ୯୪ ରନ ଅଗ୍ରଣୀ ହାସଲ କରିଥିଲା। ଏହି ପରିପ୍ରେକ୍ଷୀରେ ଭାରତ ୯୫ ରନର ଲକ୍ଷ୍ୟ ହାସଲ କରିଛି।
ମଙ୍ଗଳବାର ବାଂଲାଦେଶ ଦଳ ୨୬ ରନ୍ରୁ ଖେଳିବା ଆରମ୍ଭ କରିଥିଲା ଏବଂ ୧୨୦ ରନ ସ୍କୋର କରିବାରେ ବାକି ୮ଟି ଉଇକେଟ ହରାଇଥିଲା। ବାଂଲାଦେଶ ପାଇଁ ସଦମାନ ଇସଲାମ ସର୍ବାଧିକ ୫୦ ରନ ସଂଗ୍ରହ କରିଥିଲେ। ସେ ୧୦୧ ବଲ୍ରେ ୧୦ ଚୌକା ମାରିଥିଲେ। ଏହା ବ୍ୟତୀତ ମୋମିନୁଲ ହକ (୨), ଅଧିନାୟକ ନାଜମୁଲ ସାଣ୍ଟୋ (୧୯), ମୁଶଫିକୁର ରହୀମ (୩୭), ଲିଟନ ଦାସ (୧), ମେହେଦି ହାସନ ମିରାଜ (୯) କରିଛନ୍ତି। ଶକିଲ ଅଲ ହାସନ ଏବଂ ତାଇଜୁଲ ଇସଲାମ ଆକାଉଣ୍ଟ ମଧ୍ୟ ଖୋଲିପାରି ନ ଥିଲେ। ଏହାପୂର୍ବରୁ ସୋମବାର ଜାକିର ହାସନ (୧୦) ଏବଂ ହାସନ ମହମୁଦ (୨) ଆଉଟ ହୋଇଥିଲେ। ଭାରତ ପାଇଁ ଜସପ୍ରୀତ ବୁମ୍ରା, ଆର ଅଶ୍ୱିନ ଏବଂ ରବିନ୍ଦ୍ର ଜାଡେଜା ପ୍ରତ୍ୟେକ ୨ଟି ଉଇକେଟ ନେଇଥିଲେ। ଆକାଶ ଦୀପ ଗୋଟିଏ ଉଇକେଟ ପାଇଥିଲେ।
The post ବାଂଲାଦେଶ ଚିତ୍ପଟାଙ୍ଗ: ଭାରତକୁ ମାତ୍ର ୯୫ ରନ୍ର ଟାର୍ଗେଟ୍ appeared first on Dharitri Odia News.